ARTICLE AD BOX
ରଣପୁର: ସରକାର ମଦ ବିରୋଧୀ ସଚେତନତା ସୃଷ୍ଟି ପାଇଁ ବ୍ୟାପକ ପଦକ୍ଷେପ ନେଉଥିବା ବେଳେ ବେକାର ଯୁବକ ମାନେ ନକଲି ମଦ କାରଖାନା ଖୋଲିବାରେ ବ୍ୟସ୍ତ। ଯାହାକୁ ନେଇ ମଦମୃତ୍ୟୁ ଆଶଙ୍କା ଦେଖା ଦେଇଛି। ରଣପୁର ଅଂଚଳରେ ନକଲି ମଦ କାରଖାନା ଆରମ୍ଭ ହୋଇଥିବା ଖବର ପାଇବା ପରେ ନୟାଗଡ ଅବକାରୀ ଅଧିକ୍ଷକ ଜ୍ଞାନରଞ୍ଜନ ପଣ୍ଡା ରଣପୁର ଅବକାରୀ ଥାନା ଅଂଚଳରେ ପେଟ୍ରୋଲିଙ୍ଗ କରିବାକୁ ବ୍ୟାପକ କାରବାକୁ ନିର୍ଦେଶ ଦେଇଥିଲେ।
ରଣପୁର ଅବକାରୀ ଥାନା ଅଧିକାରୀ ଶଶିକାନ୍ତ ରାଉତ ସଦଳବଳେ ସେପେଟେମ୍ବର ୮ ତାରିଖ ଭୋର ୫ଟା ସମୟରେ ନରସିଂହପୁର ନିକଟ ରାଇସ ମିଲ ସାମନା କାଜୁ ଜଙ୍ଗଲଭିତରେ ଥିବା ଏକ ଘରେ ନକଲି ମଦ କାରଖାନା ଚାଲିଥିବା ସୁରାକ ପାଇ ଚଢ଼ାଉ କରିଥିଲେ। ଚଢ଼ାଉରେ ଏକ ଲକ୍ଷ ୬୬ ହଜାର ଟଙ୍କାର ସ୍ପିରିଟ, ନାମୀ ଦାମୀ ବିଭିନ୍ନ କମ୍ପାନୀ ଲେବୁଲ, ବୋତଲ, ଠିପି, ରଙ୍ଗ ଓ ମଦର ଅତର ଜବତ କରିବା ସହ ଚାନ୍ଦପୁର ଥାନା ରାଜ ଜଙ୍କିଆ ଓଲସର ଗାଁର ଶ୍ରୀନିବାସ ବେହେରାଙ୍କ ପୁଅ ପ୍ରକାଶ ବେହେରା (୨୪) କୁ ଗିରଫ କରଥିବା ଜଣାପଡିଛି। ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି।
ଏହି ଚଢ଼ାଉରେ ରଣପୁର ଅବକାରୀ ଥାନା ଅଧିକାରୀ ଶଶିକାନ୍ତ ରାଉତ,ନିର୍ମଳ କୁମାର ବେହେରା, ବିକାଶ ଜେନା,ସଂଜୀବ ମହାପାତ୍ର ରମ୍ଭା ରାଉତ। ସୂଚନା ଅନୁଯାୟୀ ଗିରଫ ପ୍ରକାଶ ଜଣେ ଆମ୍ବୁଲାନସ ଡ୍ରାଇଭର। ମୁଖ୍ୟ ଅଭିଯୁକ୍ତ ଗାଁ ବାଣିକିଲୋର ଘଟଣା ସ୍ଥଳରୁ ଅବକାରୀ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଛି। ଅବକାରୀ ଥାନା ଅଧିକାରୀ ଶଶୀକାନ୍ତ ରାଉତ କହିଛନ୍ତି ଏକ ନକଲି ମଦମୃତ୍ୟୁ ଆଶଙ୍କା ଏଡାଇ ଗଲା। ଏକ ସପ୍ତାହ ହେଲା ଏଠାରେ ନକଲି ମଦ ତିଆରି ଚାଲିଥିଲା। ଖୋର୍ଦ୍ଧାଜିଲ୍ଲା ଜଙ୍କିଆ, ନାଚୁଣୀ ଥାନା ଅଞ୍ଚଳକୁ ନକଲି ମଦ ଚାଲାଣ ହେଉଥିଲା। ଆଗାମୀ ଦିନରେ ଚଢ଼ାଉକୁ ବ୍ୟାପକ କରାଯିବ।
Death: ବିଦ୍ୟୁତ୍ ତାର ଲାଗି ମା’ ଓ ଝିଅ ମୃତ, ଶବ ଧରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପରିବାରବର୍ଗଙ୍କ ବିକ୍ଷୋଭ

4 hours ago
1


