Arrested: ଜାଲିଆତି କରି ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହଡ଼ପ ଅଭିଯୋଗ, ବନ୍ଧା ହେଲେ ବାପ ପୁଅ

1 hour ago 1
ARTICLE AD BOX

ବଡ଼ବିଲ: ବଡ଼ବିଲ ପୁଲିସକୁ ବଡ଼ ସଫଳତା। ଜାଲିଆତିକରି, ଏକାଧିକ ବ୍ୟାଙ୍କ ଗ୍ରାହକଙ୍କ ଆକାଉଣ୍ଟରୁ ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହଡ଼ପ ଅଭିଯୋଗରେ ପୁଲିସ ବାପ ପୁଅଙ୍କୁ ଗିରଫ କରିଥିବା ଜଣାଯାଇଛି। ପୁଲିସ ପକ୍ଷରୁ ବ୍ୟାଙ୍କ ଗ୍ରାହକଙ୍କ ଜମା ଅର୍ଥକୁ ଜାଲିଆତି କାଗଜପତ୍ର ଓ ବ୍ୟାଙ୍କ ଖାତାର ବେଆଇନ ପରିଚାଳନା କରି ଟଙ୍କା ହଡ଼ପ କରୁଥିବା ଏକ ସଂଗଠିତ ବ୍ୟାଙ୍କ ଠକେଇ ତଦନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି।

ଜସପ୍ରୀତ୍ ଗ୍ରାହକଙ୍କ ଦସ୍ତଖତ ଜାଲିଆତି କରୁଥିଲେ

ପ୍ରାପ୍ତ ସୂଚନା ଅନୁଯାୟୀ, ବଡ଼ବିଲ ବାସିନ୍ଦା ଅନିତା ଅଗ୍ରୱାଲଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ୩୪ ହଜାର ଟଙ୍କା ହଡ଼ପ ହେବାନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଏତଲା ଆଧାରରେ ବଡ଼ବିଲ ଥାନା କେସ ନଂ ୧୩୧/୨୬, ତାରିଖ ୧୪ ପୁଲିସ ପ୍ରାଥମିକ ତଦନ୍ତ ସମୟରେ ଅଭିଯୋଗକାରିଣୀ ଓ ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚରା କରିବା ସହ, ବ୍ୟାଙ୍କ୍ ଦସ୍ତାବିଜ ଏବଂ କଲ୍ ଡିଟେଲ୍ ରେକର୍ଡ (CDR) ସମେତ ବିଭିନ୍ନ ଯାଞ୍ଚ କରିଥିଲା ପୁଲିସ। ମୁଖ୍ୟ ଅଭିଯୁକ୍ତ ଜସପ୍ରୀତ ସିଂହ ଓରଫ ଜସି, ଆଇସିଆଇସିଆଇ ବ୍ୟାଙ୍କର ଜଣେ ରିଲେସନସିପ୍ ମ୍ୟାନେଜର ଭାବେ କାର୍ଯ୍ୟରତ ଥିବା ସମୟରେ ଗ୍ରାହକମାନଙ୍କ ବିଶ୍ୱାସର ସୁଯୋଗ ନେଇ ଗ୍ରାହକ ଘରକୁ ଯାଇ ବ୍ୟାଙ୍କିଂ ସେବା ଯୋଗାଇବା ଆଳରେ ସେମାନଙ୍କ ବ୍ୟାଙ୍କ ଖାତାରେ ଜାଲିଆତି କରୁଥିଲେ। ତଦନ୍ତରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ଜସପ୍ରୀତ୍ ଗ୍ରାହକଙ୍କ ଦସ୍ତଖତ ଜାଲିଆତି କରିବା, ନକଲି ଫିକ୍ସଡ୍ ଡିପୋଜିଟ୍ (FD) ରସିଦ ପ୍ରଦାନ କରିବା, ପ୍ରକୃତ FDକୁ ସମୟ ପୂର୍ବରୁ ବନ୍ଦ କରିବା, ଗ୍ରାହକଙ୍କ ବିନା ଅନୁମତି ରେ ରେଜିଷ୍ଟର୍ଡ ମୋବାଇଲ୍ ନମ୍ବର ପରିବର୍ତ୍ତନ କରିବା, ଗ୍ରାହକଙ୍କ ଖାତାକୁ ବେଆଇନ ଭାବେ ପରିଚାଳନା କରିବା ଏବଂ ବିଭିନ୍ନ "ମ୍ୟୁଲ୍ ଆକାଉଣ୍ଟ" ମାଧ୍ୟମରେ ଅର୍ଥ ସ୍ଥାନାନ୍ତର କରି ଏହି ଠକେଇ କାର୍ଯ୍ୟ କରୁଥିଲା। ମୁଖ୍ୟ ଅଭିଯୁକ୍ତ ଜସପ୍ରୀତ୍ ସିଂହ ଙ୍କୁ ଗତ ୩ ତାରିଖରେ କୋଲକାତାରୁ ଗିରଫ କରାଯାଇଥିବାବେଳେ, ଏହି ଜାଲିଆତି କାର୍ଯ୍ୟରେ ଜସପ୍ରୀତଙ୍କ ପିତା ବିକ୍ରମ ସିଂହଙ୍କ ଥିବା ପୁଲିସ ଜାଣିବାପରେ, ଗତକାଲି ୬ ତାରିଖରେ ବିକ୍ରମଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା। 

ଗିରଫ ଅଭିଯୁକ୍ତ ଜସପ୍ରୀତଙ୍କ ଘର ମିନାଲ କଲୋନିରେ ହୋଇଥିବାବେଳେ ବାପା ବିକ୍ରମ ସିଂହ ୧୫ ନମ୍ୱର୍ ୱାର୍ଡର ବାସିନ୍ଦା ବୋଲି ଜଣାଯାଇଛି। ବଡ଼ବିଲ ଥାନା କେସ ନମ୍ବର ୧୩୧/୨୬ ରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୁଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି।

Arrested: ପୂର୍ବତନ ବିଧାୟକଙ୍କ ଝିଅଙ୍କୁ ଯୌତୁକ ନିର୍ଯାତନା ଓ ହତ୍ୟା ଧମକ, ଅଭିଯୁକ୍ତ ସ୍ବାମୀ ଗିରଫ

Read Entire Article
LEFT SIDEBAR AD

Hidden in mobile, Best for skyscrapers.