Appointment letter: ୯ଟି ବିଭାଗରେ ୧୩୨୬ ଜଣଙ୍କୁ ନିଯୁକ୍ତିପତ୍ର: ୧୬ନିଯୁକ୍ତି ମେଳାରେ ୪୫ହଜାରରୁ ଅଧିକ ସରକାରୀ ନିଯୁକ୍ତି

4 days ago 4
ARTICLE AD BOX

ଭୁବନେଶ୍ବର: ସରକାରୀ ସେବାରେ ସଫଳତା ପଦବି ଦ୍ୱାରା ମପା ଯାଏନାହିଁ। ବରଂ ନାଗରିକଙ୍କ ଜୀବନରେ କି ପ୍ରକାର ପରିବର୍ତ୍ତନ ଆଣିପାରୁଛନ୍ତି ତାହାଦ୍ୱାରା ମପାଯାଏ ବୋଲି ୧୬ତମ ନିଯୁକ୍ତି ମେଳା ଅବସରରେ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ ଅବସରରେ ଏଭଳି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।  ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିୟମରେ ଆୟୋଜିତ ଏହି ନିଯୁକ୍ତିମେଳା କାର୍ଯ୍ୟକ୍ରମରେ ଆଜି ୯ଟି ବିଭାଗରେ ୧୩୨୬ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଏଥିରେ ନଗର ଉନ୍ନୟନ ବିଭାଗରେ ୩୬୪ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତିରାଜ ବିଭାଗରେ ୩୬୧ କନିଷ୍ଠ ଯନ୍ତ୍ରୀ, ଶକ୍ତି ବିଭାଗ ଓ ଓଏଚ୍‌ପିସିରେ ୧୨ କନିଷ୍ଠ ଯନ୍ତ୍ରୀ ଓ ୨୨୮ ଟ୍ରେନି, କୃଷି ବିଭାଗରେ ୧୧୮ ସହକାରୀ କୃଷି ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗରେ ୧୧୧ ସହକାରୀ ପ୍ରାଧ୍ୟାପକ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗରେ ୧୫ କନିଷ୍ଠ ଯନ୍ତ୍ରୀ ଓ ୭୧ ଜଣ ପ୍ରାଣୀଧନ ନିରୀକ୍ଷକ, କ୍ରୀଡ଼ା ବିଭାଗରେ ୨୬ ଜୁନିୟର କୋଚ୍, ଦକ୍ଷତା ବିକାଶ ବିଭାଗରେ ୧୦ ପ୍ରଶିକ୍ଷକ ଓ ଅବକାରୀ ବିଭାଗରେ ୧୦ ଉପନିରୀକ୍ଷକଙ୍କୁ ନିଯୁକ୍ତି ମିଳିଛି। 

Public grievance hearing: ରାଇରଙ୍ଗପୁରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର; ୪ଟି ମାମଲାର ତତ୍କାଳ ସମାଧାନ

୧୬ନିଯୁକ୍ତି ମେଳାରେ ୪୫ହଜାରରୁ ଅଧିକ ସରକାରୀ ନିଯୁକ୍ତି
ଓଡ଼ିଶାରେ ଏବେ ରିଭର୍ସ-ମାଇଗ୍ରେସନ୍ ଆରମ୍ଭ ହେଲାଣି: ମୁଖ୍ୟମନ୍ତ୍ରୀ

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମାଜର ଶେଷ ଧାଡ଼ିରେ ଥିବା ଲୋକ ପାଖରେ ସମସ୍ତ ସରକାରୀ ସୁବିଧା ପହଞ୍ଚାଇବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। ୨୦୩୬ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଓ ୨୦୪୭ସୁଦ୍ଧା ଓଡ଼ିଶାକୁ ବିକଶିତ ଭାରତର ଗ୍ରୋଥ ଇଞ୍ଜିନ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ନିଯୁକ୍ତି ଆରମ୍ଭ ହୋଇଛି। ୨୦୨୪ ଜୁନ୍ ମାସରୁ ଆଜିସୁଦ୍ଧା କେବଳ ସରକାରୀ ସ୍ତରରେ ୪୫ ହଜାର ୪୦୮ ଜଣଙ୍କୁ ନିଯୁକ୍ତି ଦିଆଗଲାଣି। ରାଜ୍ୟ ସରକାର ଶିଳ୍ପାୟନର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବିଗତ ୨ବର୍ଷରେ ପ୍ରାୟ ୨୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆକର୍ଷିତ କରିଛନ୍ତି। ଏଥିରୁ ୨୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏବେ ଓଡ଼ିଶାରେ ରିଭର୍ସ ମାଇଗ୍ରେସନ୍ ଆରମ୍ଭ ହେଲାଣି। ଆଗାମୀ ଦିନରେ ଶିଳ୍ପାୟନ ଓ ନିଯୁକ୍ତି କ୍ଷେତ୍ରରେ ରାଜ୍ୟରେ ବ୍ୟାପକ ପରିବର୍ତ୍ତନ ଆସିବ। 

Smart Bazaar: ସ୍ମାର୍ଟ ବଜାରର ‘ଫୁଲ୍‌ ପୈସା ବସୁଲ୍‌ ସେଲ୍‌’

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନବନିଯୁକ୍ତଙ୍କୁ କର୍ମକ୍ଷେତ୍ରରେ ନିଷ୍ଠା ଓ ସଚ୍ଚୋଟତାର ସହ କାମ କରିବାକୁ ପରାମର୍ଶ ଦେଇଥିଲେ। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଲେ, ନବନିଯୁକ୍ତ ସରକାରୀ କର୍ମଚାରୀ ଆସନ୍ତାକାଲି ପାଇଁ ଓଡ଼ିଶାର ଭାଗ୍ୟବିଧାତା। ଓଡ଼ିଶା ମାଟିର ସେବା ଓ ଉନ୍ନତି ପାଇଁ ଉତ୍ସର୍ଗୀକୃତ ଭାବେ କାମ କରିବାକୁ ସେ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ସ୍ୱାଗତ ଭାଷଣ ଓ ପଞ୍ଚାୟତିରାଜ ସଚିବ ଗିରୀଶ ଏସ୍.ଏନ୍ ଧନ୍ୟବାଦ ଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.