anti liquor movement ଠେଙ୍ଗାଧାରୀ ମହିଳାଙ୍କ ରଣହୁଙ୍କାର: ଖାଲି ପଞ୍ଚାୟତ ନୁହେଁ, ଏବେ ସମଗ୍ର ଜିଲ୍ଲାରେ ମଦ ବନ୍ଦ କର

1 hour ago 1
ARTICLE AD BOX

ନବରଙ୍ଗପୁର( ସୁରେଶ ନାଇଡ଼ୁ): ନବରଙ୍ଗପୁର ଜିଲ୍ଲାର ପ୍ରଥମେ ଗୋଟିଏ ଦୁଇଟା ପଞ୍ଚାୟତରେ ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ ଚାଲିଥିଲା। ବର୍ତ୍ତମାନ ଏହା ସମଗ୍ର ଜିଲ୍ଲାକୁ ବ୍ୟାପିବା ଆରମ୍ଭ ହୋଇଛି। ଆଜି ସହସ୍ରାଧିକ ମହିଳା ହାତରେ ଠେଙ୍ଗାବାଡ଼ି ଧରି ଜିଲ୍ଲାବ୍ୟାପୀ ମଦବନ୍ଦ କରିବାକୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ଦାବି ପୂରଣ ନହେଲେ ପୁଣି ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି। 

ଆଜି (ସୋମବାର) ନବରଙ୍ଗପୁର ସହରର ଚାଉଁରିଆଗୁଡା ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ନବରଙ୍ଗପୁର ଜିଲ୍ଲା ନାରୀ ମହାସଂଘ ପକ୍ଷରୁ ଜିଲ୍ଲାବ୍ୟାପି ସମ୍ପୁର୍ଣ୍ଣ ରୁପେ ମଦ ବନ୍ଦ ସହ ୧୦ଦଫା ଦାବି ନେଇ ଶୋଭାଯାତ୍ରା କରାଯାଇଥିଲା।  ମଧ୍ୟାହ୍‌ଣ ୧୨ଟାରୁ ଅପରାହ୍‌ଣ ୨ଟା ଯାଏଁ ଜାତୀୟ ରାଜପଥକୁ ହଜାର ହଜାର ମହିଳା ଅବରୋଧ କରିଥିଲେ।  

ngp-mado andolan (3)

ଜିଲ୍ଲା ନାରୀମହାସଂଘର ସଭାପତି  ଦ୍ରୌପଦୀ ଗଣ୍ଡ, ସମ୍ପାଦିକା ପ୍ରଭାତି ଦୁରୁଆ, ରମ୍ଭା ନାୟକ ପ୍ରମୁଖଙ୍କ ନେତୃତ୍ବରେ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ଏସ୍‌ପି ଓ ଅବକାରୀ ଏସ୍‌ପିଙ୍କୁ ପୃଥକ ପୃଥକ ଭାବେ ୧୦ଟି ବ୍ଲକ୍‌ର ୧୦ଟି ଦାବିପତ୍ର ପ୍ରଦାନ କରାଯାଇଛି। ମହାସଂଘର ଜିଲ୍ଲା ମୁଖ୍ୟ ଉପଦେଷ୍ଟା ରାଜେଶ ଜାନୀ, ଦେବରାଜ ନାଗ, ଦୟାନିଧି ସୁନା ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଆନ୍ଦୋଳନକାରିଣୀଙ୍କ ସହ ଯୋଗ ଦେଇଥିଲେ। 

anti liquor movement ମଦ ବନ୍ଦ ପାଇଁ ତେନ୍ତୁଳିଖୁଣ୍ଟି ନାରୀ ମହାସଙ୍ଘର ଦାବିପତ୍ର

ଦାବିପତ୍ର ସମ୍ପର୍କରେ ସୂଚନା ଦେଇ ସଭାପତି ଦ୍ରୌପଦୀ କହିଛନ୍ତି, ଜିଲ୍ଲାରେ ବ୍ୟାପକ ଭାବେ ଦେଶୀ, ପାଉଚ ମଦ ସହ ବିଦେଶୀ ଓ ନକଲି ବିଦେଶୀ ମଦ ବିକ୍ରି ହେଉଛି। ଗାଁଗୁଡିକରେ ବେଆଇନ ମଦ ବ୍ୟବସାୟ, ମଦ ଦୋକାନ ଓ ମଦ୍ୟପ ମାନଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି । ଫଳରେ ଗାଁରେ ପାରିବାରିକ ଅଶାନ୍ତି ସହ ବିଭିନ୍ନ ପ୍ରକାର ହିଂସା ଓ ଅନୈତିକ କାର୍ଯ୍ୟ ବୃଦ୍ଧି ପାଇଛି। ଏଣୁ ଜିଲ୍ଲାରେ ମଦ କାରବାର ବନ୍ଦ କରିବା ସହ ବାରମ୍ଵାର ବେଆଇନ ମଦ ବ୍ୟବସାୟରେ ଗିରଫ ବ୍ୟକ୍ତିଙ୍କ ସମ୍ପତ୍ତିକୁ ସରକାରଙ୍କ ପକ୍ଷରୁବାଜ୍ୟପ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ ଅବକାରୀ ଓ ପୁଲିସକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଭାବରେ ମାସକ ଜେଲ ଦଣ୍ଡ ନିମନ୍ତେ କ୍ଷମତା ପ୍ରଦାନ କରିବାକୁ ମଧ୍ୟ ଦାବି କରାଯାଇଛି। 

ngp-mado andolan (2)

ମକିଆ, ଧନସୁଲି, ଅଞ୍ଚଳଗୁମ୍ମା, ପଣ୍ଡିତଗୁଡା ଓ ମଇଦଲପୁର ଆଦି ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ଓ ମଦ ଭାଟିକୁ ନେଇ ପ୍ରତିବାଦ ଚାଳିଛି। ସେହିଗାଁରେ ସ୍ବତନ୍ତ୍ର ପଲ୍ଲୀସଭା , ଗ୍ରାମସଭା ନ ହେବା ଯାଏଁ ତୁରନ୍ତ ସେଠାକାର ଦୋକାନ ଓ ମଦ ଭାଟି ଗୁଡିକୁ ବନ୍ଦ ରଖିବା, ବେନିୟମରେ ଚାଲିଥିବା ଦେଶୀ ତଥା ବିଦେଶୀ ମଦ ଦୋକାନ, ମଦ ଭାଟି ଗୁଡିକୁ ତୁରନ୍ତ ବନ୍ଦ କରି ବ୍ୟବସାୟୀ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି। ସକରାର ପଦକ୍ଷେପ ନେବା ଯାଏଁ, ମଦବ୍ୟବସାୟୀ, ମଦୁଆଙ୍କୁ ସେମାନେ ମଦ ବିକ୍ରି ଓ ମଦ  ପିଇବା ନ ଛାଡ଼ିବା ପର୍ଯ୍ୟନ୍ତ ସାମାଜିକ ବାସନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଫିରିଙ୍ଗିଆ: ଗ୍ରାମାଞ୍ଚଳରେ ତେଜୁଛି ମଦବିରୋଧୀ ଆନ୍ଦୋଳନ

ଶାନ୍ତିଶୃଙ୍ଖଳା ନିମନ୍ତେ ଉପଜିଲ୍ଲାପାଳ ପ୍ରକାଶ ମିଶ୍ର, ଥାନା ଅଧିକାରୀ ସମ୍ବିତ କୁମାର ବେହେରା, ଡିଏସପି ସରୋଜ ପୁନମ କିସପଟ୍ଟା, ଇନିସପେକ୍ଟର ସୀମା ପ୍ରଧାନ, ଉମରକୋଟଥାନା ଅଧିକାରୀ ବିପନ୍ ବାଗ,ଏଏସ୍‌ଆଇ ପ୍ରୋମାଂଜଳୀ କଚିମ ଆଦି ଉପସ୍ଥିତ ଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.