Anganwadi worker: ଅଣ୍ଡା ପାଇଁ ଦମ୍ପତିଙ୍କ ୧୫୦ କିଲୋମିଟର କଷ୍ଟକର ଯାତ୍ରା

57 minutes ago 1
ARTICLE AD BOX

କାଳିଆପାଣି (ରବି ନାରାୟଣ କର): ଡିଜିଟାଲ୍ ଅନଲାଇନ ମାର୍କେଟିଂ ଯୁଗରେ ଅଣ୍ଡା କିଣିବା ପାଇଁ ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ବାଇକ୍‌ରେ ୧୫୦ କିଲୋମିଟର ଯାତ୍ରା କରିବାକୁ ପଡ଼ୁଛି। ଦୁର୍ଗମ ଇଲାକାରେ ଗମନାଗମନ ସମସ୍ୟା ପାଇଁ ଢେଙ୍କାନାଳଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କାନ୍ତୋଲ ପଞ୍ଚାୟତ ପୁଟିପାଳ କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀ ଭାରତୀ ଦେହୁରୀ କେବଳ ଅଣ୍ଡାବୋଝ ପାଇଁ ବର୍ଷକୁ ଅତିକମ୍‌ରେ ୬ ମାସ ହନ୍ତସନ୍ତ ହେଉଥିବା ଅଭିଯୋଗ କରନ୍ତି। 

ସିଡିପିଓ ଅଫିସରେ ଆନୁଷଙ୍ଗିକ କାର୍ଯ୍ୟ ଅତିରିକ୍ତ ଅଣ୍ଡା କିଣିବାକୁ ହେଲେ ତାଙ୍କୁ ମାସକୁ ଅତିକମ୍‌ରେ ଥରେ ପୁଟିପାଳ ଠାରୁ ୭୫ କିଲୋମିଟର ଦୂର କଙ୍କଡ଼ାହାଡ଼ ଯିବାକୁ ପଡ଼ୁଛି। ଅଙ୍ଗନବାଡ଼ି କେନ୍ଦ୍ରର ଶିଶୁମାନଙ୍କୁ ଭୋଜନରେ ଅଣ୍ଡା ତରକାରୀ, କିଶୋରୀ ବାଳିକା, ଅତିରିକ୍ତ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଅଣ୍ଡା ବାଣ୍ଟିବା ଦାୟିତ୍ବ ପାଇଁ ତାଙ୍କ ଅଣ୍ଡା ପେଟି ବୋହିବାକୁ ହେଉଛି। ପୁଟିପାଳରୁ କଙ୍କଡ଼ାହାଡ଼ ସଡ଼କରେ ପିଛୁଳି ନାଳ ବଢ଼ିବା ସହ ନିର୍ମାଣାଧୀନ ସେତୁ ଆପ୍ରୋଚ୍‌ ରୋଡ୍‌ ଧୋଇଯିବା କାରଣରୁ ତାଙ୍କୁ ୨୫ କିଲୋମିଟର ବଦଳରେ ଗୁଣା ସଡ଼କ ପଥ ଯିବାକୁ ହେଉଛି। 

ସ୍ବାମୀ ଅନନ୍ତ ଦେହୁରୀଙ୍କ ସହ ସ୍କୁଟିରେ ତାଙ୍କୁ ପୁଟିପାଳରୁ ଏକୁଲ ପରେ ଯାଜପୁର ଜିଲ୍ଲା ନଗଡ଼ା, ଦେଓଗାଁ, ଚିଙ୍ଗୁଡ଼ିପାଳ, କାଳିଆପାଣି ଓ କଲରଙ୍ଗି ପରେ ଢେଙ୍କାନାଳର କାଠପାଳ, ବିରାଶାଳ, ବାଟଗାଁ ବାଟରେ ତାଙ୍କୁ କଙ୍କଡ଼ାହାଡ଼ ଯିବାକୁ ହୋଇଥାଏ। ଫେରିବା ବାଟରେ ଅଣ୍ଡାକୁ କାଖେଇ ବସିବାକୁ ହୋଇଥାଏ। ଅଧିକାଂଶ ପଥ ଦୁର୍ଗମ ଥିବାରୁ ସାମାନ୍ୟ ଏପଟସେପଟ ହେଲେ ଅଣ୍ଡା ଫାଟିଯିବା ଭୟ ଥାଏ। ଧୀର ମନ୍ଥର ଗତିରେ ଗାଡ଼ି ଚାଳନା ସହ ଅଧିକ ସତର୍କତା ଅବଲମ୍ବନ କରିବାକୁ ହୋଇଥାଏ ବୋଲି ଏହି ଦମ୍ପତି କହନ୍ତି। 

Anganwadi: ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢ଼ିବ!

ଭାରତୀ କହନ୍ତି ଯେ, ଦେଓଗାଁରୁ ସାତକୁଲିଆ ପାହାଡ଼ ଉଠାଣିରେ ନଗଡ଼ା ପର୍ଯ୍ୟନ୍ତ ୩୪ଟି ବୁଲାଣି ଥାଇ ୧୧ କିଲୋମିଟର ଯାତ୍ରା ସର୍ବାଧିକ ପୀଡ଼ା ଦାୟକ। ଝଡ଼ବର୍ଷା, ଘଡ଼ଘଡ଼ି ଓ ବଜ୍ରପାତ ଦେଖି ବାଟେଘାଟେ ଆଶ୍ରୟ ଖୋଜିବାକୁ ପଡ଼େ। ଫେରିବା ଅନିଶ୍ଚିତତା ପାଇଁ ସକାଳୁ ଘରୁ ବ‌ାହାରିବା ପରେ ସେଦହିନ ଫେରି ଆସିବା ପାଇଁ ଭଗବାନଙ୍କୁ ଡାକିବା ଛଡ଼ା ଅନ୍ୟ ଚାରା ନଥାଏ। ପିଲାଛୁଆ ଓ ପରିବାର ଛାଡ଼ି ୧୦ ରୁ ୧୨ ଘଣ୍ଟାର କ୍ଲାନ୍ତଶ୍ରାନ୍ତ ଯାତ୍ରାର ଅଧିକାଂଶ ସ୍ଥାନରେ ମୋବାଇଲ୍‌ ନେଟୱାର୍କ ନରହିବା ଦୁଃଖକଷ୍ଟକୁ ଆହୁରି ବଢ଼ାଇ ଦିଏ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.