Anahat Singh: ବିଶ୍ବ କନିଷ୍ଠ ସ୍କ୍ବାସ୍‌ କ୍ବାର୍ଟରରେ ଆନାହତ

1 hour ago 1
ARTICLE AD BOX

ଭାରତର ଶୀର୍ଷ ମାନ୍ୟତାପ୍ରାପ୍ତ ସ୍କ୍ବାସ୍‌ ଖେଳାଳି ଆନାହତ ସିଂହ ଏଠାରେ ଚାଲିଥିବା ବିଶ୍ବ ସ୍କ୍ବାସ କନିଷ୍ଠ ପ୍ରତିଯୋଗିତାର ବ୍ୟକ୍ତିଗତ ବର୍ଗର କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

 (google) Photograph: (google)

ଓନ୍‌ଟାରିଓ (କାନାଡା): ଭାରତର ଶୀର୍ଷ ମାନ୍ୟତାପ୍ରାପ୍ତ ସ୍କ୍ବାସ୍‌ ଖେଳାଳି ଆନାହତ ସିଂହ ଏଠାରେ ଚାଲିଥିବା ବିଶ୍ବ ସ୍କ୍ବାସ କନିଷ୍ଠ ପ୍ରତିଯୋଗିତାର ବ୍ୟକ୍ତିଗତ ବର୍ଗର କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଗୁରୁବାର ପ୍ରିକ୍ବାର୍ଟରଫାଇନାଲ୍‌ରେ ବିଶ୍ବର ୨୦ ନମ୍ବର ଆନାହତ ୧୧-୪, ୧୧-୮, ୧୧-୩ରେ ମାଲେସିଆର ଡୋୟସେ ୟେ ସାନ୍‌ ଲିଙ୍କୁ ପରାସ୍ତ କରିଥିଲେ। ଗତ ଥରର କାଂସ୍ୟ ବିଜୟିନୀ ଆନାହତ କ୍ବାର୍ଟରଫାଇନାଲ୍‌ରେ ଇଜିପ୍ଟର ହବିବା ରିଜ୍‌କଙ୍କୁ ଭେଟିବେ। ‌ତେବେ ପୁରୁଷ ଏକକ ରାଉଣ୍ଡ ୧୬ରୁ ଏସୀୟ ୧୯ ବର୍ଷରୁ କମ୍‌ ବିଜେତା ଆର୍ଯ୍ୟବୀର ଦେୱାନ ୪-୧୧, ୧-୧୧, ୫-୧୧ରେ ଆମେରିକା ୟାସିନ ଶାଲାବେଙ୍କଠୁ ହାରି ଯାଇଥିଲେ।

ଆହୁରି ପଢ଼ନ୍ତୁ: ଲାଭରେ ଇତିହାସ ରଚିଲା ଗୁଗଲ୍‌: ୪୫୯ଟି ଶ୍ରେଷ୍ଠ କମ୍ପାନିର ମିଳିତ ଲାଭଠାରୁ ଅଧିକ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.