Amrit Bharat Station: ଅମୃତ ଭାରତ ଯୋଜନାରେ ଆଧୁନିକୀକରଣ; ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଆଜି ଲୋକାର୍ପଣ

2 hours ago 1
ARTICLE AD BOX

ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ନୂଆରୂପରେ ଏବଂ ନୂଆ ରଙ୍ଗରେ ସଜେଇ ହୋଇଛି ପାରଳାଖେମୁଣ୍ଡି ରେଳଷ୍ଟେସନ। ବାହାରଠୁ ଭିତର ସବୁଠି ଚକାଚକ୍‌। ଅମୃତ ଭାରତ ଷ୍ଟେସନ୍ ଯୋଜନାରେ ଷ୍ଟେସନକୁ ଚକାଚକ କରାଯାଇଛି। ଦକ୍ଷିଣ ଓଡ଼ିଶାର ଅନ୍ୟତମ ଐତିହ୍ୟବାହୀ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ସମ୍ପୂର୍ଣ୍ଣ ନୂଆ ରୂପ ପାଇଛି। 

ପ୍ରାୟ ୧୭ କୋଟି ଟଙ୍କା ବ୍ୟୟରେ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ସମାପ୍ତ ହୋଇଥିବାବେଳେ ୧୭ ଜୁଲାଇ (ଶୁକ୍ରବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ୍ ମାଧ୍ୟମରେ ଏହାର ଲୋକାର୍ପଣ କରିବେ। ଓଡ଼ିଶାର ୫୯ଟି ଷ୍ଟେସନ ମଧ୍ୟରୁ ପାରଳାଖେମୁଣ୍ଡି ଅନ୍ୟତମ ହୋଇଥିବାବେଳେ ଦେଶବ୍ୟାପୀ ୭୫ଟି ପୁନଃବିକଶିତ ଷ୍ଟେସନର ଏକକାଳୀନ ଉଦ୍ଘାଟନ କରାଯିବ। ପୁନଃବିକଶିତ ଷ୍ଟେସନରେ ଯାତ୍ରୀମାନଙ୍କ ସୁବିଧାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। 

ବିଶାଳ ପ୍ରତୀକ୍ଷାଳୟ, ୧୨ ମିଟର ଚଉଡ଼ା ଫୁଟ୍ ଓଭରବ୍ରିଜ୍, ଉଭୟ ପ୍ଲାଟଫର୍ମକୁ ସଂଯୋଗ କରୁଥିବା ଲିଫ୍ଟ, ଆଧୁନିକ ଶୌଚାଳୟ, RO ପାନୀୟ ଜଳ ବ୍ୟବସ୍ଥା, ସ୍ୱୟଂଚାଳିତ ଟିକେଟ୍ ଭେଣ୍ଡିଂ ମେସିନ୍, CCTV ନଜରଦାରି, ଡିଜିଟାଲ୍ ଯାତ୍ରୀ ସୂଚନା ପ୍ରଦର୍ଶନ ବ୍ୟବସ୍ଥା ଓ ସାର୍ବଜନିକ ଘୋଷଣା ପ୍ରଣାଳୀ ସ୍ଥାପନ କରାଯାଇଛି। ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ରାମ୍ପ, ଲିଫ୍ଟ ଏବଂ ସ୍ୱତନ୍ତ୍ର ଶୌଚାଳୟର ବ୍ୟବସ୍ଥା ମଧ୍ୟ ରହିଛି। ଏଥିରେ ପାରମ୍ପରିକ ଓଡ଼ିଆ କଳା, ମୁରାଲ୍ ଓ ସ୍ଥାନୀୟ ସାଂସ୍କୃତିକ ଐତିହ୍ୟର ଝଲକକୁ ସ୍ଥାନ ଦିଆଯାଇଛି। ସେହିପରି ସୋଲାର ବିଦ୍ୟୁତ ବ୍ୟବସ୍ଥା, ବର୍ଷାଜଳ ସଂରକ୍ଷଣ ଓ ସବୁଜ ପରିବେଶ ବିକାଶ ମାଧ୍ୟମରେ ପରିବେଶ ଅନୁକୂଳ ରେଳ ଷ୍ଟେସନ ଭାବେ ଗଢ଼ିବାକୁ ଗୁରୁତ୍ଵ ଦିଆ ଯାଇଥିବା ବିଭଗିୟ କତୃପକ୍ଷଙ୍କ ସୂତ୍ରରୁ ଜଣା ପଡ଼ିଛି।  ନବୀକୃତ ଷ୍ଟେସନ ଚାଲୁ ହେବା ପରେ ଗଜପତିଜିଲ୍ଲା ସହ ଦକ୍ଷିଣ ଓଡ଼ିଶାର ହଜାର ହଜାର ଯାତ୍ରୀ ଉନ୍ନତ, ସୁରକ୍ଷିତ ଓ ଆଧୁନିକ ରେଳ ସେବାର ସୁବିଧା ପାଇବେ। 

ଏହା ଜିଲ୍ଲାର ପର୍ଯ୍ୟଟନ, ବାଣିଜ୍ୟ ଓ ଯୋଗାଯୋଗ ବ୍ୟବସ୍ଥାକୁ ମଧ୍ୟ ନୂଆ ଗତି ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ, ସ୍ଥାନୀୟ ଲୋକଙ୍କ ମତରେ କେବଳ ଷ୍ଟେସନର ସୌନ୍ଦର୍ଯ୍ୟକରଣରେ ରେଳ ବିକାଶ ସୀମିତ ରହିବା ଉଚିତ ନୁହେଁ। ପାରଳାଖେମୁଣ୍ଡିରୁ ହାଇଦ୍ରାବାଦ ଓ ଚେନ୍ନାଇ ପାଇଁ ସିଧା ଟ୍ରେନ୍, ବ୍ରହ୍ମପୁର–ପାରଳାଖେମୁଣ୍ଡି ମେମୁ ଟ୍ରେନ୍ ସମ୍ପ୍ରସାରଣ, ଅଧିକ ଟ୍ରେନ୍ ଚଳାଚଳ ଏବଂ ବହୁ ପ୍ରତୀକ୍ଷିତ ଥିରୁବାଲି–ଗୁଣୁପୁର ରେଳପଥ ନିର୍ମାଣ ହେଲେ ହିଁ ଗଜପତି ଜିଲ୍ଲାର ରେଳ ବିକାଶର ପ୍ରକୃତ ଚିତ୍ର ବଦଳିବ। 

Puri Railway : ରଥଯାତ୍ରାରେ ପୁରୀ ରେଳଷ୍ଟେସନ ଲୋକାର୍ପଣ

ସେହିଭଳି  ୬ ଗୋଟି କ୍ରସିଂ ପଏଣ୍ଟ ନିର୍ମାଣ ସକାଶେ ୨୦୨୫ ମସିହାରୁ  ଅନୁମୋଦନ ଆସିଥିଲେ ଏଯାବତ କାର୍ଯ୍ୟ ଆଗେଇ ପାରିନାହିଁ ଫଳରେ ନିର୍ଦ୍ଧାରିତ ସମୟରେ ରେଳ ପହଞ୍ଚି ନପାରି ବହୁ ବିଳମ୍ବ ହେଉଥିବାରୁ ଯାତ୍ରୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହିସବୁ ଦୀର୍ଘଦିନର ଦାବି ପ୍ରତି ବିଭାଗୀୟ କତ୍ତୃପକ୍ଷ ଗୁଟ୍ଟାର ସହ ନେଇ ସମାଧାନ ପାଇଁ ଦାବି ହୋଇଛି। ତାହା ହେଲେ ଯାଇ ପାରଳାଖେମୁଣ୍ଡି ଷ୍ଟେସନ ଦକ୍ଷିଣ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ରେଳ କେନ୍ଦ୍ରରେ ପରିଣତ ହୋଇପାରିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.