Amit Shah condition: ଛାତ୍ର ଆନ୍ଦୋଳନ ଉପରେ ଆଲୋଚନା ପାଇଁ ଅମିତ ଶାହଙ୍କ ସର୍ତ୍ତ

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ଜନ୍ତର ମନ୍ତର ଛାତ୍ର ଆନ୍ଦୋଳନ ସମୟରେ ଛାତ୍ରଙ୍କ ଉପରେ ହୋଇଥିବା ପୁଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିରୋଧୀ ଦଳ ନେତାମାନେ ଗୃହରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଜବାବ ମାଗିଥିଲେ। ଏହି ପ୍ରସଙ୍ଗକୁ ନେଇ ପୂରା ମୌସୁମୀ ଅଧିବେଶନ ବି ହଟ୍ଟଗୋଳ ମଧ୍ୟରେ ଶେଷ ହେବାକୁ ଯାଉଛି। ଶେଷରେ ଶାହ ଗୃହରେ ଜବାବ ରଖିବେ ବୋଲି ସରକାର ଘୋଷଣା କଲେ। ଆଜି ଅମିତ ଶାହ ମଧ୍ୟ କହିଛନ୍ତି ‌ଯେ ନୂଆଦିଲ୍ଲୀର ଜନ୍ତର ମନ୍ତରରେ ହୋଇଥିବା ଛାତ୍ର ଆନ୍ଦୋଳନ ଏବଂ ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ସଂସଦରେ ବିସ୍ତୃତ ଆଲୋଚନା ପାଇଁ ସରକାର ପ୍ରସ୍ତୁତ। ତେବେ ବିରୋଧୀ ଦଳକୁ ଏନେଇ ଲୋକସଭା ବାଚସ୍ପତିଙ୍କୁ ଏକ ଚିଠି ଦେବାକୁ ପଡ଼ିବ ବୋଲି ସେ ସର୍ତ୍ତ ରଖିଛନ୍ତି। ତେବେ ଏହାର ଜବାବରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ବିରୋଧୀମାନଙ୍କର ଶାହଙ୍କ ଭାଷଣ ଶୁଶିବାକୁ ଆଗ୍ରହ ନାହିଁ।

ସଂସଦ ଭବନ ପରିସରରେ ଶାହ ଆଜି ସାମ୍ବାଦିକଙ୍କୁ ଟିପ୍ପଣୀ ଦେଇ କହିଥିଲେ ଯେ ଛାତ୍ରମାନଙ୍କ ଆନ୍ଦୋଳନ ସମେତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ। ସେ ବିରୋଧୀ ଦଳକୁ ଗୃହର କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିବାକୁ ଦେବା ପାଇଁ ଆହ୍ୱାନ କରିଛନ୍ତି। ଶାହ କହିଛନ୍ତି, ସେ ଏହି ପ୍ରସଙ୍ଗରେ ହେବାକୁ ଥିବା ଆଲୋଚନାର ଉତ୍ତର ଦେବେ। ଯଦି ବିରୋଧୀ ଦଳ ଆଜି ଦିନ ୨ଟା ସୁଦ୍ଧା ଉକ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟରେ ଲିଖିତ ଭାବେ ଏକ ନୋଟିସ୍‌ ଦାଖଲ କରିବେ ତେବେ ଆମେ ସଂସଦରେ ଆଜି ଅପରାହ୍ନ ୩ଟାରୁ ଆସନ୍ତାକାଲି ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆଲୋଚନା କରିବୁ।

ତେବେ ଶାହଙ୍କର ଏହି ସର୍ତ୍ତ ଉପରେ ଜବାବ ରଖି ରାହୁଲ ଗାନ୍ଧୀ କହିଛନ୍ତି, ଶାହଙ୍କ ଭାଷଣ ଶୁଣିବାରେ ବିରୋଧୀ ଦଳ ନେତାମାନଙ୍କର ‌କୌଣସି ଆଗ୍ରହ ନାହିଁ। ସେ ଆନ୍ଦୋଳନକାରୀ ଛାତ୍ରମାନଙ୍କ ବିରୋଧରେ ହୋଇଥିବା ପୁଲିସ କାର୍ଯ୍ୟାନୁଷ୍ଠାନର ଜବାବ ଦାବି କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ ଛାତ୍ର ଆନ୍ଦୋଳନକାରୀଙ୍କ ଉପରେ ଗୁଳିଚାଳନ ଏବଂ ଲାଠିମାଡ଼ ପାଇଁ କିଏ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଗୃହମନ୍ତ୍ରୀଙ୍କୁ ଏଥିପାଇଁ ଦାୟୀ କରାଯିବା ଉଚିତ ବୋଲି ସେ ଦାବି କରିଛନ୍ତି। ସାମ୍ବାଦିକମାନଙ୍କୁ ରାହୁଲ ଗାନ୍ଧୀ କହିଛନ୍ତି, ବିରୋଧୀ ଦଳ ସ୍ପଷ୍ଟ ଭାବେ କହିଛି ଯେ ଅମିତ ଶାହଙ୍କ ଭାଷଣରେ ଆମର ଆଗ୍ରହ ନାହିଁ। 

Amit Shah: ଦିଲ୍ଲୀ ଛାତ୍ର ଆନ୍ଦୋଳନ ପ୍ରସଙ୍ଗ: ସଂସଦରେ ବିତର୍କ ପାଇଁ ଗୃହମନ୍ତ୍ରୀ ଅମିତ ଶାହଙ୍କ ଆହ୍ୱାନ, ପ୍ରସ୍ତାବକୁ ଖାରଜ କଲେ ରାହୁଲ ଗାନ୍ଧୀ

ଛାତ୍ରମାନଙ୍କୁ କିଏ ଗୁଳି କଲା, ଛାତ୍ରମାନଙ୍କୁ କଣ୍ଟା ଲାଗିଥିବା ଲାଠିରେ ପିଟିବା ପାଇଁ କିଏ ନିର୍ଦ୍ଦେଶ ଦେଲା। ଆମ ପିଲାମାନଙ୍କ ଉପରେ ଗୁଳି ଚଳାଇବା ପାଇଁ ଅମିତ ଶାହ ନିର୍ଦ୍ଦେଶ ଦେଇଥିଲେ କି। ଯଦି ଦେଇଥିଲେ, ତେବେ ସେ ଇସ୍ତଫା ଦେବା ଉଚିତ। ସେ ଆହୁରି କହିଛନ୍ତି ଯେ ଗତ ୨୦ ଦିନ ଧରି ଅମିତ ଶାହ ନିଖୋଜ ଅଛନ୍ତି। ଭାରତର ଗୃହମନ୍ତ୍ରୀଙ୍କର ସାହସ ନାହିଁ। ସେ ଗୃହକୁ ଆସିପାରୁନାହାନ୍ତି ବୋଲି ଶାହ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.