ARTICLE AD BOX
ଝରିଗାଁ: ନବରଙ୍ଗପୁର ଜିଲ୍ଳା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଚାରଡଙ୍ଗରିପଡା ଗ୍ରାମକୁ ରାସ୍ତା ନଥିବା ବେଳେ ଆମ୍ବୁଲାନ୍ସ ଯାଇ ନପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଥିବା ଜଣାପଡିଛି।
108 ambulance breakdown ରାସ୍ତାରେ ରହିଗଲା ୧୦୮ ଆମ୍ବୁଲାନ୍ସ,, ଚିକିତ୍ସା ନପାଇ ଶିଶୁକନ୍ୟାଙ୍କ ଜୀବନ ଗଲା
ସୂଚନା ପ୍ରକାରେ ଡ଼କରିକୋଟ ଗ୍ରାମର ଧନସାଇ ମାଝୀଙ୍କ ସ୍ତ୍ରୀ ହାରାବତୀ ମାଝୀଙ୍କୁ ଆଜି ଦ୍ଵପ୍ରହରରେ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା।ପରିବାର ଲୋକ ତୁରନ୍ତ ସ୍ଥାନୀୟ ଆଶାକର୍ମୀଙ୍କୁ ସୂଚନା ଦେଇଥିଲେ।ସୂଚନା ପାଇ ଆଶାକର୍ମୀ ତୁରନ୍ର ହାରାବତୀଙ୍କ ଘରକୁ ଯିବା ସହ ଆମ୍ବୁଲାନ୍ସକୁ ଖବର ଦେଇଥିଲେ।ଆମ୍ବୁଲାନ୍ସ ଖବର ପାଇ ଚାରଡଙ୍ଗରିପଡା ଗ୍ରାମ ଅଭିମୁଖେ ଯିବା ବେଳେ ଚାରଡଙ୍ଗରିପଡା ଗ୍ରାମକୁ ରାସ୍ତା ନଥିବା ଯୋଗୁଁ ପ୍ରାୟ ଅଧା କିଲୋମିଟର ଦୂରରେ ରହିଯାଇଥିଲା।
ଖବର ପାଇ ପରିବାର ଓ ଗ୍ରାମବାସୀ ଏକ ଖଟିଆରେ ପ୍ରାୟ ଅଧା କିଲୋମିଟର ଦୂର ବୋହି ନେଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ।ପରେ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
108 ambulance: ୧୦୮ ଆମ୍ବୁଲାନ୍ସ ଗସ୍ତ କଟକଣା: ୩୦ କିମି ବାହାରୁ ରୋଗୀଙ୍କୁ ଆଣିପାରିବନି
ଏଠାରେ ପ୍ରକାଶ ଯେ ୧୦ ବର୍ଷ ତଳେ କିଛି ଲୋକ ବସତି ସ୍ଥାପନ କରିବା ସହ ଗ୍ରାମକୁ ଚାରଡଙ୍ଗରିପଡା ନାମ ଦେଇଥିଲେ ବର୍ତ୍ତମାନ ଉକ୍ତ ଗ୍ରାମରେ ୧୨ ପରିବାର ରହୁଛନ୍ତି।ତେବେ ଉକ୍ତ ଗ୍ରାମକୁ ଯିବା ପାଇଁ ହେଲେ ଡକରିକୋଟ ଗ୍ରାମ ଦେଇ ଯିବା ପାଇଁ ପଡେ।ଡକରିକୋଟ ଗ୍ରାମ ଠାରୁ ଚାରଡଙ୍ଗରିପଡା ଗ୍ରାମକୁ ପ୍ରାୟ ଏକ କିଲୋମିଟର ରାସ୍ତା ନଥିବା ଯୋଗୁଁ ଯାତାୟତରେ ସମସ୍ୟା ହେଉଥିବା ଗ୍ରାମବାସୀ କହିଛନ୍ତି।ବିଶେଷ କରି ବର୍ଷା ଦିନ ଗୁଡିକରେ ଅଧିକ ସମସ୍ୟା ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ତୁରନ୍ତ ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

1 day ago
4


