Ama Odisha Tribeni Mahotsav ଭୁବନେଶ୍ବରରେ ଆମ ଓଡ଼ିଶାର ତ୍ରିବେଣୀ ‌ମହୋତ୍ସବ

3 hours ago 3
ARTICLE AD BOX

ଓଡ଼ିଶୀ ନୃତ୍ୟ-ସଙ୍ଗୀତ ହିଁ ଓଡ଼ିଆ ଅସ୍ମିତାର ପ୍ରକୃତ ପ୍ରମାଣ: ପ୍ରିୟମ୍ବଦା ମହାନ୍ତି ହେଜମାଦି 


ଶ୍ୟାମାମଣି ଦେବୀଙ୍କୁ ‘ଆମ ଓଡ଼ିଶା ଅସ୍ମିତା ସମ୍ମାନ-୨୦୨୬’

ଭୁବନେଶ୍ବର: ଓଡ଼ଶୀ ନୃତ୍ୟସଙ୍ଗୀତ ବିଶ୍ୱର କୋଣ ଅନୁକୋଣରେ ପ୍ରବେଶ କରିଛି। ଆମର ପ୍ରାଚୀନ ଐତିହ୍ୟ ଓ ସ୍ଥାପତ୍ୟରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳେ। ସଂପ୍ରତି ବହୁ ବିଦେଶୀ କଳାକାର ନି‌ଷ୍ଠାର ସହିତ ଓଡ଼ିଶୀ ନୃତ୍ୟସଙ୍ଗୀତ ଅଧ୍ୟୟନ କରି ଏହାକୁ ବିଶ୍ବ ଦରବାରରେ ପରିବ୍ୟାପ୍ତ କରୁଛନ୍ତି। ଏଥିରୁ ପ୍ରମାଣିତ ହେଉଛି ଯେ ଓଡ଼ିଶୀ ନୃତ୍ୟସଙ୍ଗୀତ ହିଁ ଓଡ଼ିଆ ଅସ୍ମିତାର ପ୍ରକୃତ ପ୍ରମାଣ। ‘ଆମ ଓଡ଼ିଶା’ର ୩୦ତମ ପ୍ରତିଷ୍ଠା ଦିବସ, ‘ପୌରୁଷ’ ପତ୍ରିକାର ହୀରକ ଜୟନ୍ତୀ ଏବଂ ‘ଆମ ଓଡ଼ିଶା’ ସାପ୍ତାହିକୀର ସ୍ବନକ୍ଷତ୍ର ଅବସରରେ ବୁଦ୍ଧମନ୍ଦିର ପ୍ରେକ୍ଷାଳୟରେ ଆୟୋଜିତ ତ୍ରିବେଣୀ ମହୋତ୍ସବ‌ରେ ମୁଖ୍ୟଅତିଥି ଲବ୍ଧପ୍ରତି‌ଷ୍ଠ ଓଡ଼ିଶୀ ନୃତ୍ୟାଙ୍ଗନା ପ୍ରିୟମ୍ବଦା ମହାନ୍ତି ହେମଜାଦି ଏହା କହିଛନ୍ତି।

Tree Plantation: ଆମ ଓଡ଼ିଶା ସମ୍ବାଦ ଏବଂ ଝରିଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ବୃକ୍ଷରୋପଣ

ଏହି ମହୋତ୍ସବରେ ବିଶିଷ୍ଟ ସ୍ବରସାଧିକା ଶ୍ୟାମାମଣି ଦେବୀଙ୍କୁ ‘ଆମ ଓଡ଼ିଶା ଅସ୍ମିତା ସମ୍ମାନ-୨୦୨୬’ ପ୍ରଦାନ କରାଯାଇଥିଲା। ଶ୍ୟାମାମଣିଙ୍କର ଆତ୍ମଜୀବନୀ ‘ଶ୍ୟାମା ସଙ୍ଗୀତ’ର ଲୋକାର୍ପଣ କରାଯାଇଥିଲା। ନିଜ କୃତଜ୍ଞତାରେ ଶ୍ୟାମାମଣି ଦେବୀ କହିଲେ, ସଙ୍ଗୀତ ଓ ମାଟିର ସେବା ପାଇଁ ଜୀବନର ଶେଷ ପର୍ଯ୍ୟନ୍ତ ସଙ୍ଗୀତ ସାଧନା ଜାରି ରଖିବି। ଶ୍ରୋତାମାନଙ୍କୁ ଦୁଇପଦ ଗୀତ ଶୁଣାଇବାରେ ଯେଉଁ ଆନନ୍ଦ ତାହା ଜୀବନର ଶ୍ରେଷ୍ଠ ଉପଲବ୍ଧି ବୋଲି କହିଥିଲେ।
ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ସଭାରେ ପୌରୋହିତ୍ୟ କରି କହିଲେ, ଓଡ଼ିଆ ଭାଷାର ସୁରକ୍ଷା ଲାଗି ଆରମ୍ଭ ହୋଇଥିବା ‘ଆମ ଓଡ଼ିଶା’ ଅନୁଷ୍ଠାନ ଏକ ଜନଆନ୍ଦୋଳନରେ ପରିଣତ ହୋଇଛି। ଓଡ଼ିଆ ଭାଷାଜ୍ଞାନ, ରକ୍ତଦାନ, ପୁନଶ୍ଚ ପୃଥିବୀ ଏବଂ ଷାଠିଏ ପୂରିଲା ନୂଆ ଜୀବନ ଆରମ୍ଭ ହେଲା ଆଦି ଅଭିଯାନ ଜନାଦୃତ ହୋଇପାରିଛି। ‘ସବୁଘର ସାହିତ୍ୟ ଘର ହେଉ ଏବଂ ସବୁଘର ରକ୍ତଭଣ୍ଡାର ହେଉ’ ଏହି ଅଭିଯାନ ହିଁ ‘ଆମ ଓଡ଼ିଶା’କୁ ରାଜ୍ୟର ସବୁଠାରୁ ବଡ଼ ପରିବାର ରୂପରେ ଗଢ଼ିତୋଳିଛି।

Aam Odisha: ‘ଆମ ଓଡ଼ିଶା’ ପକ୍ଷରୁ ଶିଶିର ସାହୁଙ୍କ ପୁସ୍ତକ ‘ଓଡ଼ିଶା’ ଲୋକାର୍ପିତ; ବିକାଶ ପାଇଁ ରାଜନୈତିକ ଇଚ୍ଛାଶକ୍ତି ଲୋଡ଼ା: ନ୍ୟାୟମୂର୍ତ୍ତି ଚିତ୍ତରଞ୍ଜନ

‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସଂପାଦକ ତନୟା ପଟ୍ଟନାୟକ ନିଜ ଅଭିଭାଷଣରେ କହିଲେ, ‘ସମ୍ବାଦ-ଆମ ଓଡ଼ିଶା’ ରାଜ୍ୟର ହିତ ପାଇଁ ଅନେକ କାମ କରି ଆସୁଛି। ଶ୍ରେଷ୍ଠ ଓଡ଼ିଆ ଭାବେ ଗର୍ବ କରିବା, ସମାଜ ଗଠନର ଦାୟିତ୍ୱ ନେବା ଏବଂ ସତ୍ୟକୁ ସାହସର ସହିତ କହିବା ଆଦି ପ୍ରେରଣାଦାୟୀ କାର୍ଯ୍ୟ ଲାଗି ‘ଆମ ଓଡ଼ିଶା’ ପ୍ରତିଶ୍ରୁତିବଦ୍ଧ। ଏକ ଶ୍ରେଷ୍ଠ ଓଡ଼ିଶା ଗଠନ ଦିଗରେ ବ୍ୟବସ୍ଥା ଓ ବ୍ୟକ୍ତି ମଧ୍ୟରେ ‘ଆମ ଓଡ଼ିଶା’ ସେତୁବନ୍ଧ ପାଲଟିଛି ବୋଲି କହିଥିଲେ।

‘ଆମ ଓଡ଼ିଶା’ର ଉପସଭାପତି ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ‘ଆମ ଓଡ଼ିଶା’ର ଅଭିଯାତ୍ରା ସମ୍ପର୍କରେ ମତଦେଇ କହିଲେ, ଓଡ଼ିଆ ଭାଷା, ଓଡ଼ିଶାର ସାହିତ୍ୟ, ସଂସ୍କୃତି, ପରମ୍ପରାର ପ୍ରଚାରପ୍ରସାର ଓ ସମାଜ କଲ୍ୟାଣ ଦିଗରେ ‘ଆମ ଓଡ଼ିଶା’ ନିଜକୁ ପରିବ୍ୟାପ୍ତ କରିପାରିଛି। ‘ପୌରୁଷ’ର ସଂପାଦକ ଅସିତ୍ ମହାନ୍ତି ଏହି ପତ୍ରିକାର ୬ଦଶନ୍ଧିର ଯାତ୍ରା ସମ୍ପର୍କରେ କହିବା ସହିତ ପତ୍ରିକାର ପାଠକାଦୃତି କାମନା କରିଥିଲେ। ଏହି ଅବସରରେ ‘ଆମ ଓଡ଼ିଶା’ ସାପ୍ତାହିକୀର ଦ୍ୱିତୀୟ ବର୍ଷ, ପ୍ରଥମ ସଂଖ୍ୟା ଲୋକାର୍ପିତ ହୋଇଥିଲା। କଣ୍ଠଶିଳ୍ପୀ ସୁବ୍ରତ ବଳ ଓ ସାଥୀମାନେ ‘ଶ୍ୟାମା ସଙ୍ଗୀତ’ ପରିବେଷଣ କରିଥିଲେ। ଏଥି ସହିତ ଶ୍ରୀ ବଳ ଓ ମର୍ଦ୍ଦଳ ବାଦକ ସୌମ୍ୟକାନ୍ତ ମଲ୍ଲିକଙ୍କୁ ‘ଆମ ଓଡ଼ିଶା’ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ‘ଶ୍ୟାମା ସଙ୍ଗୀତ’ ପୁସ୍ତକ ପ୍ରକାଶନରେ ସହଯୋଗ ପାଇଁ ଶ୍ରଦ୍ଧାଞ୍ଜଳି କାନୁନ୍‌ଗୋଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବାଦ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ସ୍ବାଗତ ଭାଷଣ ଦେଇଥିଲେ। ସୁରେଶ ବର୍ଦ୍ଧନ ଓ ସାଥୀ ଥିମ୍‌ ସଙ୍ଗୀତ ପରିବେଷଣ କରିଥିଲେ। ବିଦ୍ୟାରଂଜନ ପଣ୍ଡା ମାନପତ୍ର ପାଠ କରିଥିଲେ। ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଧନ୍ୟବାଦ ଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.