Alligation: ଅସ୍ଥିତ୍ବ ଖୋଜିବା ପାଇଁ ବିଜେଡି ଓ କଂଗ୍ରେସ ଅଭିଯୋଗ କରୁଛନ୍ତି: ବିଜେପି

1 hour ago 1
ARTICLE AD BOX

ନବରଙ୍ଗପୁର (ସୁରେଶ ନାଇଡୁ): ଗତ ସାଧାରଣ ନିର୍ବାଚନରେ ନବରଙ୍ଗପୁର ଜିଲ୍ଲାରେ ବିଜେଡି ଓ କଂଗ୍ରେସକୁ ଲୋକେ ପ୍ରତ୍ୟଖ୍ୟାନ କରିଛନ୍ତି। ଲୋକେ ୩ଟି ବିଧାୟକ, ସାଂସଦ ବିଜେପିକୁ ଦେଇ ଜିତାଇଛନ୍ତି। ବିଜେଡି ଓ କଂଗ୍ରେସ ଏବେ ନିଜର ଅସ୍ଥିତ୍ବ ହରାଇଛି। ତେଣୁ ଏଭଳି ବିଭ୍ରାନ୍ତିକର ମତ ଓ ମନ୍ତବ୍ୟ ଦେଇ ଲୋକଙ୍କୁ ଭୁଆଁ ବୁଲାଇବାକୁ ଏହି ଦୁଇ ଦଳ ଚେଷ୍ଟା କରୁଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ଜିଲ୍ଲାସଭାପତି କୁଂଜ ବିହାରୀ ଦାଶ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଗୌରୀଶଙ୍କର ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରାଜ୍ୟ ଉପସଭାପତି ରମେଶ ଚନ୍ଦ୍ର  ସାହୁ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ପ୍ରହ୍ମାଦ ତ୍ରିପାଠୀ। 

ଜାତୀୟ ଶିକ୍ଷାନିତୀ ୨୦୨୦ ପୂର୍ବରୁ ଥିବା ରାଜ୍ୟସରକାର ଲାଗୁ କରି ନଥିଲେ। ଏହାକୁ ଦୁଇ ବର୍ଷର ସରକାର ଲାଗୁ କରିଛନ୍ତି। ଦୋଷୀଙ୍କୁ ତୁରନ୍ତ ଧରି ଦଣ୍ଡ ବି ଦିଆଗଲାଣି। ଜିଲ୍ଲାର ଏକ ମାତ୍ର ବିଧାୟକଙ୍କୁ ତିନି ତିନିଟା ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ  ଦିଆଯାଇଛି।  ସେ ବି ସୂଚାରୁ ରୁପେ କାର୍ଯ୍ୟକାରୀ କରୁଛନ୍ତି। ଏଭଳି ସମୟରେ ଜଣେ ଆଦିବାସୀ ନେତାଙ୍କ ବିରୋଧରେ କୁତ୍ସରଟନା କରି ବଦନାମ କରିବାକୁ ଚେଷ୍ଟା କରିବା ଯୁକ୍ତିଯୁକ୍ତ ନୁହେଁ ବୋଲି ଏମାନେ କହିଛନ୍ତି। ଜିଲ୍ଲାର ବିକାଶ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଥିବା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବିରୋଧରେ ଏଭଳି ଆକ୍ଷେପ ହାସ୍ୟସ୍ପଦ। ଯଦି ପ୍ରମାଣ ଅଛି ତେବେ ସର୍ବସାଧାରଣରେ ପୂର୍ବତନ ସାଂସଦ ରଖନ୍ତୁ, କେବେ ଡିଲ୍ ହୋଇଥିଲା, କମିଶନ କିଭଳି ନିଆଯାଇଥିଲା ଆଦିର ପ୍ରମାଣ ଦିଅନ୍ତୁ। ପ୍ରମାଣ ଦେଲେ ରାଜନିତୀ ଛାଡି ଦେବୁ ବୋଲି ଏମାନେ କହିଛନ୍ତି।

Subhadra Scheme: ନବରଂଗପୁରରେ ସୁଭୁଦ୍ରାରୁ ବାଦ୍ ପଡିଲେ ୧୦,୭୨୯ ହିତାଧିକାରୀ

 ପୂର୍ବତନ ସାଂସଦ ନିଜେ ବୁଲି ବୁଲି ଜିଳକ୍ରୀଡା କରି ଜିଲ୍ଲାର ନାଁକୁ କଳଙ୍କିତ କରିଛନ୍ତି। ସେ ନିଜେ କରିଥିବା କାଣ୍ଡ କାରନାମାକୁ ଭୁଲି ଯାଆନ୍ତୁ ନାହିଁ ବୋଲି କହିଛନ୍ତି ନବରଙ୍ଗପୁର ବିଧାୟକ। ପୂର୍ବତନ ସାଂସଦଙ୍କ ନିକଟରେ ପ୍ରମାଣ ରହିଛି ତେବେ ସେ ଏହାକୁ ଦେଖାଇ ନିଜର ଦମ୍ ଦେଖାନ୍ତୁ , ଏଭଳି ଅଯୁକ୍ତିକର ମତ ମନ୍ତବ୍ୟ ଦେବାରୁ କ୍ଷାନ୍ତ ରୁହନ୍ତୁ ବୋଲି କହିଛନ୍ତି ଶ୍ରୀ ତ୍ରିପାଠୀ। ଡବଲଇଂଜିନ୍ ସରକାରର ଲୋକପ୍ରିୟତାକୁ ଦେଖି ଅସୁହାୟ ମନୋଭାବ ପୋଷଣ କରି ଏଭଳି କରୁଥିବା କହିଛନ୍ତି ଜିଲ୍ଲା ସଭାପତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.