ARTICLE AD BOX
ଏକ ରିପୋର୍ଟ ଅନୁସାରେ, ଯଦି ଆପଣ ନୂଆ ସହରକୁ ସ୍ଥାନାନ୍ତର ହେବା ପରେ ନିୟମିତ ସାମ୍ପୁ ଓ ତେଲ ବ୍ୟବହାର ସତ୍ତ୍ୱେ କେଶ ଝଡ଼ିବା ସମସ୍ୟା ଭୋଗୁଛନ୍ତି, ତେବେ ଏହାର କାରଣ ହେଉଛି, ଆପଣ ବ୍ୟବହାର କରୁଥିବା କ୍ଷାର ପାଣି। ପାଣିର ଗୁଣବତ୍ତା କିପରି ଆମ ମୁଣ୍ଡର ତ୍ୱଚା ଓ କେଶକୁ ନଷ୍ଟ କରେ, ସେ ସଂପର୍କରେ ସମସ୍ତେ ଅବଗତ ହେବା ଉଚିତ।
କ୍ଷାର ପାଣିରେ କ୍ୟାଲ୍ସିୟମ୍ ଓ ମ୍ୟାଗ୍ନେସିୟମ୍ ଭଳି ଖଣିଜ ଲବଣ ଅଧିକ ପରିମାଣରେ ଥାଏ। ବିଶେଷ କରି ବୋର୍ୱେଲ୍ କିମ୍ବା ଟ୍ୟାଙ୍କର୍ ପାଣିରେ ଏହି ସମସ୍ୟା ଅଧିକ ଦେଖାଯାଏ। ସାମ୍ପୁ କରିବା ସମୟରେ ମଧୁର ପାଣି କେଶକୁ ସଫା କରିଦିଏ, କିନ୍ତୁ କ୍ଷାର ପାଣି ଆପଣଙ୍କ ଚୁଟି ଓ ସ୍କଲ୍ ବା ଖପୁରି ଉପରେ ଏକ ଅଦୃଶ୍ୟ ଖଣିଜ ଆସ୍ତରଣ ଜମାଇଦିଏ।
Ladakh protest: ନିର୍ବାଚନ ବିରୋଧରେ ପୁଣି ଆନ୍ଦୋଳନ ଚେତାବନୀ ଦେଲେ ୱାଙ୍ଗଚୁକ୍
ଫଳରେ ସ୍କଲ୍ର ପ୍ରାକୃତିକ ପିଏଚ୍ ସ୍ତର ବିଗିଡ଼ିଯାଏ। ରୁକ୍ଷତା, କୁଣ୍ଡାଇ ହେବା ଓ ରୁପି ଭଳି ସମସ୍ୟା ସୃଷ୍ଟି ହୁଏ। କେଶ ନିଜର ନମନୀୟତା ହରାଇ ସହଜରେ ଭାଙ୍ଗିଯାଏ। କ୍ଷାର ପାଣି ଦ୍ୱାରା କେଶ ନଷ୍ଟ ହେବାର ୪ଟି ଲକ୍ଷଣ ରହିଛି। ପ୍ରଥମତଃ ଅତ୍ୟଧିକ ରୁକ୍ଷତା। ତେଲ ବା କଣ୍ଡିସନର୍ ଲଗାଇବା ପରେ ବି ଚୁଟି ଶୁଖିଲା ଓ ନଡ଼ା ଭଳି ଲାଗିଥାଏ। ଦ୍ବିତୀୟରେ କେଶ ଦୁଇମୁହାଁ ହେବା। ଲବଣ ଜମିବା ଯୋଗୁଁ କୁଣ୍ଡାଇବା ସମୟରେ କେଶ ସହଜରେ ଛିଣ୍ଡିଯାଏ। ତୃତୀୟରେ ସ୍କଲ୍ରେ କୁଣ୍ଡିଆ ଓ ଫ୍ଲେକ୍ସ। ଲବଣ ଯୋଗୁଁ ମୁଣ୍ଡ ତ୍ୱଚାରେ ଶୁଷ୍କତା ଆସେ ଓ କୁଣ୍ଡାଇ ହୁଏ। ଚତୁର୍ଥରେ କ୍ଷାର ପାଣି ଯୋଗୁଁ ସାମ୍ପୁ ସହଜରେ ଫେଣ ହୁଏନାହିଁ।
Horoscope 2026 November 12: ଜାଣନ୍ତୁ ଆଜିର ରାଶିଫଳ...
ସାମ୍ପୁ କିମ୍ବା ତେଲ ବଦଳାଇବା ଦ୍ୱାରା ଏହିଭଳି ସମସ୍ୟାର ସ୍ଥାୟୀ ସମାଧାନ ହୁଏନାହିଁ। ଗାଧୋଇବା ଟ୍ୟାପ୍ରେ ଭଲ ସାୱାର୍ ଫିଲ୍ଟର୍ ଲଗାଇବା ଏହାର ପ୍ରଭାବଶାଳୀ ଉପାୟ। ଏହା ପାଣିରେ ଥିବା କ୍ଲୋରିନ୍, ଖଣିଜ ଲବଣ ଓ ଅନ୍ୟାନ୍ୟ ମଇଳାକୁ ଛାଣି ଦେଇଥାଏ। ଯଦି ଫିଲ୍ଟର୍ ବ୍ୟବହାର ପରେ ବି କେଶ ଝଡ଼ିବା ବନ୍ଦ ନହୁଏ, ତେବେ ଡାକ୍ତରଙ୍କ ପରାମର୍ଶ କରିବା ଜରୁରି।

18 hours ago
3


