Aja Aekadashi: ଚଳିତ ଅଜା ଏକାଦଶୀ ଦିନ ରହିବ ଅନେକ ଶୁଭ ଯୋଗ

3 weeks ago 12
ARTICLE AD BOX

ହିନ୍ଦୁ ଧର୍ମରେ ଏକାଦଶୀ ତିଥିକୁ ଭଗବାନ ବିଷ୍ଣୁଙ୍କ ଆରଧନା ଭାବେ ବିବେଚନା କରାଯାଏ। ଏକାଦଶୀ ବ୍ରତ ପାଳନ କରିବା ସହ ଭଗବାନ ବିଷ୍ଣୁଙ୍କ ବିଧିବିଧାନ ଅନୁସାରେ ପୂଜା କଲେ ମନକୁ ଶାନ୍ତି ମିଳିବା ସହ ଘରେ ସୁଖ ଓ ସମୃଦ୍ଧିରହିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି। ବର୍ଷକୁ ମୋଟ ୨୪ଟି ଏକାଦଶୀ ପଡ଼ିଥାଏ। ସେପ୍ଟେମ୍ବର ୨୦୨୬ର ପ୍ରଥମ ଏକାଦଶୀ ହେଉଛି ଅଜା ଏକାଦଶୀ (କାଳୀୟଦଳନ ଏକାଦଶୀ)। ତେବେ ଏହାର ତାରିଖକୁ ନେଇ ଦ୍ୱନ୍ଦ୍ୱ ରହିଛି।

୬ ନା ୭ ସେପ୍ଟେମ୍ବର?

ପଞ୍ଚାଙ୍ଗ ଅନୁସାରେ ଭାଦ୍ରବ କୃଷ୍ଣ ପକ୍ଷ ଏକାଦଶୀ ତିଥି ସେପ୍ଟେମ୍ବର ୬ ସନ୍ଧ୍ୟା ୭ଟା ୩୦ରୁ ସେପ୍ଟେମ୍ବର ୭ ସନ୍ଧ୍ୟା ୫ଟା ୫ମିନିଟ୍ ପର୍ଯ୍ୟନ୍ତ ରହିବ। ବ୍ରତ ପାଇଁ ଉଦୟା ତିଥିକୁ ଗୁରୁତ୍ୱ ଦିଆଯାଉଥିବାରୁ ସେପ୍ଟେମ୍ବର ୭ ସୋମବାର ଅଜା ଏକାଦଶୀ ବ୍ରତ ପାଳନ କରାଯିବ।

ଏକାଦଶୀ ବ୍ରତର ପାରଣ ୨୦୨୬ ସେପ୍ଟେମ୍ବର ୮ରେ କରାଯିବ। ପଞ୍ଚାଙ୍ଗ ଅନୁସାରେ ପାରଣ ପାଇଁ ସକାଳ ୬ଟା ୨ମିନିଟ୍‌ରୁ ୮ଟା ୩୩ମିନିଟ୍ ପର୍ଯ୍ୟନ୍ତ ଶୁଭ ସମୟ ରହିବ। ଏହି ସମୟ ମଧ୍ୟରେ ସ୍ନାନ ଓ ପୂଜା ପରେ ବ୍ରତ ଭଙ୍ଗି ପାରିବେ ଭକ୍ତ।

ଅଜା ଏକାଦଶୀରେ ଶୁଭ ଯୋଗ

ଚଳିତ ଅଜା ଏକାଦଶୀ ଦିନ ଅନେକ ଶୁଭ ଯୋଗ ରହିବ। ସକାଳେ ପୁନର୍ବସୁ ଓ ପୁଷ୍ୟ ନକ୍ଷତ୍ରର ସଂଯୋଗ ରହିବ। ଏହାସହ ବରୀୟାନ ଓ ସର୍ବାର୍ଥ ସିଦ୍ଧି ଯୋଗ ମଧ୍ୟ ରହିବ। ଧାର୍ମିକ ଦୃଷ୍ଟିରୁ ଏହି ଯୋଗଗୁଡ଼ିକୁ ଶୁଭ ବୋଲି ବିବେଚନା କରାଯାଏ।

୧୮ନଂ ଜାତୀୟ ରାଜପଥ ଉପରେ ଭୟଙ୍କର ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୨ ଯୁବକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.