Air India: ୪ ସେକେଣ୍ଡ ପାଇଁ ନିୟନ୍ତ୍ରଣରେ ନଥିଲା ଏୟାର ଇଣ୍ଡିଆ ଫୁକେଟ୍‌-ଦିଲ୍ଲୀ ବିମାନ

1 day ago 4
ARTICLE AD BOX

ନୂଆଦିଲ୍ଲୀ: ଅଗଷ୍ଟ ୪ ତାରିଖରେ ଫୁ‌କେଟ୍‌ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ବିମାନରେ ଥିବା ଯାତ୍ରୀଙ୍କ ପାଇଁ ବିମାନ ଯାତ୍ରା କୌଣସି ଭୟଙ୍କର ସ୍ବପ୍ନରୁ କିଛି କମ୍‌ ନଥିଲା। ବିମାନଟି ମଝି ଆକାଶରେ ହଠାତ୍‌ ୩୦୦ ଫୁଟ୍‌ ତଳକୁ ଖସି ଆସିଥିଲା। ବିମାନ ଭିତରେ ଯାତ୍ରୀମାନଙ୍କ ଭିତରେ ହଠାତ୍‌ ଆତଙ୍କ ଖେଳି ଯାଇଥିଲା। ଏହି ଘଟଣାରେ ୨୪ ଯାତ୍ରୀ ଆହତ ହୋଇଥିଲେ। ଏହି ଘଟଣା ପରେ ପାଇଲଟକୁ ନେଇ ଚକିତ କରିଦେବା ପରି ତଥ୍ୟ ସାମ୍‌ନାକୁ ଆସିଥିଲା। ଏୟାରବସ୍‌ର ପ୍ରାରମ୍ଭିକ ତଦନ୍ତ ରିପୋର୍ଟରେ ଏକ ବଡ଼ ତଥ୍ୟ ପଦାକୁ ଆସିଛି। ରିପୋର୍ଟ ଅନୁଯାୟୀ ଏ-୩୨୦ ବିମାନ ପୂରା ୪ ସେକେଣ୍ଡ ପାଇଁ ପୂରାପୂରି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏୟାରବସ୍‌ର ଟେକ୍ନିକାଲ ରିପୋର୍ଟରୁ ଜଣାପଡ଼ିଛି ଯେ, ବିମାନର ତିନିଟି ହାଇଡ୍ରୋଲିକ୍‌ ସିଷ୍ଟମ୍‌ରେ ଏକାସାଙ୍ଗରେ ଖରାପ ହୋଇଯାଇଥିଲା। ୪ ସେକେଣ୍ଡ ପାଇଁ ବିମାନର ଏଲିଭେଟର୍ସ ଯାହା ବିମାନ ବିମାନକୁ ଉପର-ତଳ ନେବାରେ ସାହାଯ୍ୟ କରିଥାଏ ଓ ଆଇଲରନ୍ ଯାହା ବିମାନକୁ ବାମ ଓ ଡାହାଣକୁ ଯିବାରେ ସାହାଯ୍ୟ କରିଥାଏ ପୂରାପୂରି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।

୨୪ ଜଣ ଗୁରୁତର ‌

ରିପୋର୍ଟ ଅନୁଯାୟୀ, ବିମାନର ଅଟୋ ପାଇଲଟ ଆପେ ଆପେ ବନ୍ଦ ହୋଇଯାଇଥିଲା ଓ କକ୍‌ପିଟ୍‌ରେ ‘ଷ୍ଟାଲ୍‌’ ର ଚେତାବନୀ ବାଜିଥିଲା। ଷ୍ଟାଲ ଏପରି ବିପଜ୍ଜନକ ସ୍ଥିତି ହୋଇଥାଏ ଯେତେବେଳେ ବିମାନର ଡେଣା ଆକାଶରେ ଉଡ଼ିବାରେ କ୍ଷମତା ହରାଇବାରେ ଲାଗିଥାଏ। ତଦନ୍ତରୁ ଜାଣିବାକୁ ମିଳିଛି ଯେ, ବିପଦକୁ ଦେଖି ସହ- ପାଇଲଟ ଷ୍ଟାଣ୍ଡାର୍ଡ଼ ଅପରେଟିଂ ପ୍ରୋସିଜର୍‌ ଅନୁଯାୟୀ କଣ୍ଟ୍ରୋଲ୍‌ ଷ୍ଟିକ୍‌କୁ ଆଗକୁ ନୁଆଁଇଥିଲେ, ଯଦ୍ବାରା ବିମାନକୁ ତଳକୁ ବୁଲାଇ ପାରିବେ। କିନ୍ତୁ ହାଇଡ୍ରୋଲିକ୍‌ ପାୱାର ନଥିବା କାରଣରୁ ବିମାନରେ କୌଣସି ପ୍ରତିକ୍ରିୟା ହୋଇନଥିଲା। ଯେମିତି କିଛି ସେକେଣ୍ଡ ପରେ ତିନି ହା‌ଇଡ୍ରୋଲିକ୍‌ ସିଷ୍ଟମ୍‌ ଚାଲୁ ହୋଇଥିଲା ବିମାନ ତଳକୁ ଖୁବ୍‌ ଦ୍ରୁତ ବେଗରେ ଖସି ଆସିଥିଲା। ଏହି ସମୟରେ ସିଟ୍‌ରେ ବସିଥିବା ଯାତ୍ରୀ ଓ କ୍ରୁ ସଦସ୍ୟ ବିମାନର ଛାତରେ ପିଟି ହୋଇଯାଇଥିଲେ। ଏହି ଦୁର୍ଘଟଣାରେ ୨୪ ଜଣ ଲୋକ ଗୁରୁତର ‌ହୋଇଥିଲେ। ଏୟାରବସ୍‌ର ପ୍ରାରମ୍ଭିକ ତଦନ୍ତରୁ ଏହି ଦୁର୍ଘଟଣା ପାଇଁ ହାଇଡ୍ରୋଲିକ୍‌ ପ୍ରେସର ସ୍ବିଚ୍‌ରେ ଖରାପ ହେବାର ଆଶଙ୍କା କରାଯାଉଛି।

India US Tariff: ଭାରତ ନାଁରେ ଆମେରିକାର ବଡ଼ ଅଭିଯୋଗ: ଶୁଳ୍କ ଚୋରି କରିବାରେ ଚୀନକୁ ସାହାଯ୍ୟ କରୁଥିବା ୪୦ ଦେଶରେ ନୂଆଦିଲ୍ଲୀ ଥିବା ନାଭାରୋଙ୍କ ଦାବି

ବିମାନର ପାଇଲଟ ଏହି ଦୁର୍ଘଟଣା ପୂର୍ବରୁ ଗଞ୍ଜେଇ ସେବନ କରିଥିବା ଜଣାପଡ଼ିଥିଲା। ଫ୍ରାନ୍ସ ତଦନ୍ତ ଏଜେନ୍ସି ବିଇଏ ଓ ଏୟାରବସ୍‌ ବିଶେଷଜ୍ଞ ଦିଲ୍ଲୀରେ ଭାରତୀୟ ତଦନ୍ତ ଏଜେନ୍ସି ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ସହିତ ମିଶି ତଦନ୍ତ କରୁଛି। ବିମାନ ଦୁର୍ଘଟଣା ସମୟରେ ପାଇଲଟ କ୍ୟାପଟେନ୍ ସୁଦୀପ ବଶିଷ୍ଠ ନିଜ ସିଟ୍‌ରେ ନଥିଲେ। ସେ କୋ- ପାଇଲଟଙ୍କୁ ବିମାନ ଚଳାଇବାକୁ ଦେଇଥିଲେ। ସୂତ୍ର ଅନୁଯାୟୀ ପାଇଲଟ କ୍ୟାବିନ୍‌ରେ ଯାତ୍ରୀମାନଙ୍କ ସ୍ଥିତି ଦେଖିବାକୁ ଯାଇଥିଲେ। ଗଞ୍ଜେଇ ସେବନ ଯୋଗୁ ବିମାନ ଅବତରଣ ସମୟରେ ପାଇଲଟ ନିଜେ ଠିକ୍‌ ଭାବେ ଛିଡ଼ା ହୋଇପାରୁନଥିଲେ। ବିମାନ ଉଡ଼ାଣ ସମୟରେ ସେ ଶୌଚାଳୟ ଯିବାବେଳେ ଜଣେ ବିମାନ ଆଟେଡାଣ୍ଟଙ୍କୁ ତାଙ୍କ ସିଟ୍‌ରେ ବସାଇ ଯାଇଥିଲେ। ସମ୍ପୃକ୍ତ ଆଟେଡାଣ୍ଟଙ୍କୁ ବିମାନ ପରିଚାଳନା ସମ୍ପର୍କରେ କୌଣସି ଜ୍ଞାନ ନଥିଲା ବୋଲି ଜଣାପଡ଼ିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.