AIIMS Delhi: ଦିଲ୍ଲୀ ଏମ୍ସରେ ଚାକିରି ସୁଯୋଗ

5 hours ago 1
ARTICLE AD BOX

ନୂଆଦିଲ୍ଲୀ:ଦିଲ୍ଲୀ ଏମ୍ସରେ ପ୍ରୋଜେକ୍ଟ ରିସର୍ଚ୍ଚ ସାଇଣ୍ଟିଷ୍ଟ-I, ଜୁନିଅର ରିସର୍ଚ୍ଚ ଫେଲୋ ଏବଂ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ପଦବି ପାଇଁ ନିଯୁକ୍ତି ଘୋଷଣା କରାଯାଇଛି। ଦିଲ୍ଲୀ ଏମ୍ସରେ କାମ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ଯୋଗ୍ୟତା ମାନଦଣ୍ଡ ଯାଞ୍ଚ କରିବା ପରେ ଏହି ପଦବି ପାଇଁ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୨୦୨୬ ଅଗଷ୍ଟ ୨୪ ରହିଛି। ପ୍ରୋଜେକ୍ଟ ରିସର୍ଚ୍ଚ ସାଇଣ୍ଟିଷ୍ଟ-I ପଦବି ପାଇଁ ମନୋନୀତ ପ୍ରାର୍ଥୀମାନେ ମାସିକ ୭୩,୦୦୦ଟଙ୍କା ଦରମା ପାଇବେ। ସେହିପରି  ଜୁନିଅର ରିସର୍ଚ୍ଚ ଫେଲୋମାନେ ୪୮,୦୦୦ ଏବଂ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ଭାବରେ ମନୋନୀତ ପ୍ରାର୍ଥୀମାନେ ୩୭,୦୦୦ଟଙ୍କା ପର୍ଯ୍ୟନ୍ତ ପାଇବେ।

**ବୟସ ସୀମା**

ଦିଲ୍ଲୀ ଏମ୍ସରେ ଏହି ପଦବି ପାଇଁ ବୟସ ସୀମା ନିର୍ଦ୍ଦିଷ୍ଟ ପଦବି ଅନୁସାରେ ଧାର୍ଯ୍ୟ କରାଯାଇଛି। ପ୍ରୋଜେକ୍ଟ ରିସର୍ଚ୍ଚ ସାଇଣ୍ଟିଷ୍ଟ-I ପଦବି ପାଇଁ ବୟସ ସୀମା ୪୦ ବର୍ଷ ଏବଂ ଜୁନିଅର ରିସର୍ଚ୍ଚ ଫେଲୋ ଏବଂ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ପଦବି ପାଇଁ ବୟସ ସୀମା ୩୫ ବର୍ଷ ଧାର୍ଯ୍ୟ କରାଯାଇଛି। ଆବେଦନ କରିବାକୁ ପ୍ରଥମେ ସରକାରୀ ୱେବସାଇଟ୍ ପରିଦର୍ଶନ କରନ୍ତୁ। ୱେବସାଇଟର ହୋମପେଜରେ ‘ଏମ୍ସ ଦିଲ୍ଲୀ ରିକ୍ବାରମେଣ୍ଟ ୨୦୨୬’ ବିଜ୍ଞପ୍ତିhttps://affairscloud.com/jobs/aiims-delhi-recruitment/  ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।ବିଜ୍ଞପ୍ତି ମଧ୍ୟରେ ପ୍ରଦାନ କରାଯାଇଥିବା 'ଆବେଦନ ଲିଙ୍କ’ ଉପରେ କ୍ଲିକ୍ କରନ୍ତୁ। ଏହାପରେ ଆବେଦନ କରାଯାଇଥିବା ଡକ୍ୟୁମେଣ୍ଟଗୁଡ଼ିକ ଦାଖଲ କରନ୍ତୁ।  ଫର୍ମ ପୂରଣ କରିବା ପରେ ଏହାର ଏକ ପ୍ରିଣ୍ଟଆଉଟ୍ ବାହାର କରି ନିଅନ୍ତୁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.