ARTICLE AD BOX
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସହାୟତା ନେଇ ଅବସରପ୍ରାପ୍ତ ଅଧିକାରୀମାନେ ସ୍ଥାୟୀ କୃଷି ଉଦ୍ୟୋଗ ପ୍ରତିଷ୍ଠା କରିପାରିବା ପାଇଁ ଆହ୍ବାନ ଦିଆଯାଇଛି।
Agriculture: ଚାଷ ପାଇଁ ଚାକିରି ଛାଡ଼ିଲେ ଇଂଜିନିୟର, ଏବେ ସଫଳ କୃଷି ଉଦ୍ୟୋଗୀ
ଆଜି (ମଙ୍ଗଳବାର) କୃଷିଭବନରେ ଅନୁଷ୍ଠିତ କର୍ମଶାଳାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଅବସରପ୍ରାପ୍ତ ଅଧିକାରୀମାନେ ଯୋଗ ଦେଇଥିଲେ। ସମାବେଶରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର କମିସନର ତଥା ଶାସନ ସଚିବ ସଚିନ୍ ରାମଚନ୍ଦ୍ର ଜାଧବ ଯୋଗଦେଇ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିକାଶରେ ପ୍ରାକ୍ତନ ଅଧିକାରୀମାନଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।
/filters:format(webp)/sambad/media/media_files/2026/08/11/ex-agriculture-2026-08-11-20-29-36.jpeg)
ଶ୍ରୀ ଜାଧବ କହିଥିଲେ, ଦକ୍ଷତା ଓ ଆଧୁନିକ କୃଷି ମଧ୍ୟରେ ଥିବା ରଣନୈତିକ ସାମଞ୍ଜସ୍ୟ ବିଷୟରେ ଆଲୋକପାତ କରି କହିଲେ ପ୍ରାକ୍ତନ ଅଧିକାରୀମାନଙ୍କ ପାଖରେ ଅତୁଳନୀୟ ଶୃଙ୍ଖଳା, ନେତୃତ୍ୱ ନେବାର ଦକ୍ଷତା ଏବଂ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାର କ୍ଷମତା ରହିଛି। ଯାହାକି ଏକ ସଫଳ କୃଷି ବ୍ୟବସାୟ ପାଇଁ ଏକାନ୍ତ ଆବଶ୍ୟକ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଭଳି ଯୋଜନା ମାଧ୍ୟମରେ କୃଷି ବିଭାଗ ଆମର ଅବସରପ୍ରାପ୍ତମାନଙ୍କୁ ଆର୍ଥିକ ସବ୍ସିଡି, ବୈଷୟିକ ଜ୍ଞାନକୌଶଳ ଏବଂ ସହଜ ପ୍ରକ୍ରିୟା ଯୋଗାଇଦେଇ ରାଜ୍ୟର ଅଗ୍ରଣୀ କୃଷି ଉଦ୍ୟୋଗୀ ଭାବେ ଗଢ଼ିତୋଳିବାକୁ ବଦ୍ଧପରିକର।
ଶୂନରୁ ଶହେ: ଇଂଜିନିୟର୍ରୁ ସଫଳ କୃଷି ଉଦ୍ୟୋଗୀ
ଏହି ଅବସରରେ ଅନୁଷ୍ଠିତ ବୈଷୟିକ ଅଧିବେଶନରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶର ସୁଯୋଗ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଆପିକଲର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରାଂଶୁ ମିଶ୍ର ସ୍ୱାଗତ ଭାଷଣ ଦେଇ ଆଗାମୀ କାର୍ଯ୍ୟପନ୍ଥାର ସୂଚନା ଦେଇଥିବା ବେଳେ ଆଇସିସି ଓଡ଼ିଶା ରାଜ୍ୟ ପରିଷଦର କୃଷି ଓ ଖାଦ୍ୟ ପ୍ରସଂସ୍କରଣ କମିଟିର ଆବାହକ ଶ୍ରୀରାମ ପଣ୍ଡା ଏବଂ ସହଆବାହକ କର୍ନେଲ ସୁଜନ ମହାନ୍ତି (ଅବସରପ୍ରାପ୍ତ) ପ୍ରମୁଖ ବିଷୟବସ୍ତୁ ଆଧାରିତ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଲେଫ୍ଟନାଣ୍ଟ ଜେନେରାଲ ଜୟନ୍ତ କୁମାର ମହାନ୍ତି (ଅବସରପ୍ରାପ୍ତ) ମଧ୍ୟ ଉପସ୍ଥିତ ଥିଲେ।

4 days ago
4


