Adani Group: ଏୟାରଲାଇନ୍‌ ପାଇଁ ଆଦାନୀକୁ ମିଳିବ ଅନୁମତି

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଖୁବଶୀଘ୍ର ବିମାନ ଯାତ୍ରୀମାନଙ୍କୁ ଅଧିକ ବିକଳ୍ପ ମିଳିବ। ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌ ସମେତ ଦେଶର କିଛି ହାତଗଣତି ବିମାନବନ୍ଦର ପରିଚାଳନା କରୁଥିବା କମ୍ପାନିକୁ ଏୟାରଲାଇନ୍‌ ଚଲାଇବା ଅନୁମତି ଦେବା ଉପରେ ସରକାର ବିଚାର କରୁଛନ୍ତି। ବିଶେଷ କରି ଆଦାନୀ ଗ୍ରୁପ୍‌ ଓ ଜିଏମ୍‌ଆର୍‌ ଏୟାରପୋର୍ଟସ୍‌ ଲିମିଟେଡ୍‌କୁ ଏହି ଅନୁମତି ମିଳିବା ସମ୍ଭାବନା ରହିଛି। ଦେଶର ପ୍ରମୁଖ ବିମାନବନ୍ଦରଗୁଡ଼ିକୁ ଏହି ଦୁଇ କମ୍ପାନି ପରିଚାଳନା କରୁଛନ୍ତି। ସେଥିରୁ ସିଂହଭାଗ ଆଦାନୀ ଗ୍ରୁପ୍‌ ଅଧୀନରେ ରହିଛି। ସୂଚନା ଅନୁସାରେ ଆଦାନୀ ଓ ଜିଏମ୍ଆର୍‌କୁ ଏୟାରଲାଇନ୍‌ ଖୋଲିବା ଅନୁମତି ଦେବା ଉପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିଚାର କରୁଛି। ତେବେ ସେଥିପାଇଁ ଆଇନ ମନ୍ତ୍ରଣାଳୟର ଅନୁମୋଦନ ଦରକାର ହେବ।

 ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତା ବିଶି‌ଷ୍ଟ କ୍ୟାବିନେଟ୍‌ କମିଟିରେ ମଧ୍ୟ ଅନୁମୋଦନ କରିବାକୁ ପଡ଼ିବ। ବର୍ତ୍ତମାନର ନିୟମ ଅନୁସାରେ ଦିଲ୍ଲୀ ଓ ମୁମ୍ବାଇ ବିମାନବନ୍ଦର ପରିଚାଳନା କରୁଥିବା ସଂସ୍ଥାକୁ କୌଣସି ଏୟାରଲାଇନ୍‌ର ୧୦ ପ୍ରତିଶତରୁ ଅଧିକ ଅଂଶଧନ ରଖିବାକୁ ବାରଣ କରାଯାଇଛି। ଅଧିକ ଏୟାରଲାଇନ୍‌କୁ ଅନୁମତି ଦେବା ପଛର ଉଦ୍ଦେଶ୍ୟ ହେଉଛି ଦେଶର ବିମାନ ଚଳାଚଳ କ୍ଷେତ୍ରରେ ଇଣ୍ଡିଗୋ ଓ ଏୟାର ଇଣ୍ଡିଆର ରହିଥିବା ଆଧିପତ୍ୟକୁ ହ୍ରାସ କରିବା ଓ ବଜାରରେ ପ୍ରତିଯୋଗିତା ବଢ଼ାଇବ। ବର୍ତ୍ତମାନ ଏହି ଦୁଇ କମ୍ପାନି ପାଖରେ ୯୦ ପ୍ରତିଶତ ବଜାର ଅଂଶ ରହିଛି। ଏହି ପ୍ରସ୍ତାବରେ ଏକ ସମସ୍ୟା ମଧ୍ୟ ରହିଛି। ବିମାନବନ୍ଦର ପରିଚାଳନା କରୁଥିବା ସଂସ୍ଥାଙ୍କୁ ଏୟାରଲାଇନ୍‌ ଖୋଲିବା ଅନୁମତି ଦେଲେ ଚାହିଦାରେ ରହୁଥିବା ସମୟଗୁଡ଼ିକରେ ସେମାନେ ନିଜ ଏୟାରଲାଇନ୍‌ର ଉଡ଼ାଣକୁ ପ୍ରାଥିମକତା ଦେଇପାରନ୍ତି। ଆଦାନୀ ଗ୍ରୁପ୍‌ ମୁମ୍ବାଇ ସମେତ ଦେଶଣ ଅନ୍ୟ ୭ଟି ବିମାନବନ୍ଦରର ପରିଚାଳନା କରୁଛି। ଦିଲ୍ଲୀ ବିମାନବନ୍ଦର ଓ ଅନ୍ୟ ଚାରିଟି ବିମାନବନ୍ଦରକୁ ଜିଏସ୍‌ଆର୍‌ ପରିଚାଳନା କରୁଛି।

ସଂସଦରେ କଳା ପୋଷାକ ପିନ୍ଧି ବିରୋଧୀଙ୍କ ପ୍ରତିବାଦ

ଗତ କିଛଇ ଦିନ ମଧ୍ୟରେ ଜେଟ୍‌ ଏୟାରୱେଜ୍‌ ଓ ଗୋ ଏୟାର ବନ୍ଦ ହୋଇଯିବା ଓ ଏୟାର ଇଣ୍ଡିଆ ସହିତ ଭିସ୍ତାରା ଓ ଏୟାର ଏସିଆ ଇଣ୍ଡିଆ ମିଶିଯିବା ପରେ ଦେଶରେ ଆବଶ୍ୟକ ସଂଖ୍ୟକ ଏୟାରଲାଇନ୍‌ର ଅଭାବ ରହିଛି। ନୂଆ ଖୋଲିବା ଆକାଶ ଏୟାର ଓ ପୁରୁଣା କମ୍ପାନି ସ୍ପାଇସ୍‌ଜେଟ୍‌ ପ୍ରତିଯୋଗିତାରେ ଆଗକୁ ବଢ଼ିପାରୁନାହାନ୍ତି।ଭାରତ ସରକାର ୨୦୪୭ ସୁଦ୍ଧା ୩୫୦ ବିମାନବନ୍ଦର ଖୋଲିବାକୁ ଯୋଜନା ରଖିଛନ୍ତି। ୨୦୪୪୪ ବେଳକୁ ଭାରତରେ ବିମାନ ଯାତ୍ରୀଙ୍କ ସଂଖ୍ୟାରେ ତିନି ଗୁଣା ବୃଦ୍ଧି ହେବ ବୋଲି ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ ଆକଳନ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.