Accused: ଥାନାରୁ ଚମ୍ପଟ ଅଭିଯୁକ୍ତ ଧରାପଡ଼ିଲା

1 hour ago 1
ARTICLE AD BOX

ସୋର:  ଅସଦାଚରଣଅଭିଯୋଗରେ ଅଟକ ଥିବା ଜଣେ ଅଭିଯୁକ୍ତ ଥାନାରୁ ଗତକାଲି ଚମ୍ପଟ ମାରିଥିବା ବେଳେ ଆଜି ସକାଳେ ଅଭିଯୁକ୍ତ ଗଣେଶ ମୁଣ୍ଡାକୁ ପୁଲିସ ଧରିବାରେ ସକ୍ଷମ ହୋଇଛି। ତାକୁ ପୁଲିସ ଆଣି ଥାନାରେ ପଚରାଉଚରା କରୁଥିବା ଜଣାଯାଇଛି।

ଗଣେଶଙ୍କୁ ଖୋଜାଖୋଜି କରୁଥିଲା ପୁଲିସ

ସୂଚନା ଅନୁସାରେ ଗତକାଲି ପୂର୍ବାହ୍ନରେ ଅନନ୍ତପୁର ଅଧୀନ ଉପରଆଡ଼ିଆ ଅଂଚଳର ଗଣେଶ ମୁଣ୍ଡା (୨୬) ନାମକ ଜଣେ  ଯୁବକ ଘର ନିକଟରେ ଜଣେ ନାବାଳିକାଙ୍କୁ ଅସଦାଚରଣ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ଥାନାରେ ଜିମା ଦେଇଥିଲେ। ପରେ ପୁଲିସ ଉକ୍ତ ଯୁବକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅପରାହ୍ଣରେ କୌଶଳକ୍ରମେ ଗଣେଶ ଥାନାରୁ ଚମ୍ପଟ ମାରିଥିଲା। ଗତକାଲି ରାତିରୁ ପୁଲିସ ବିଭିନ୍ନ ସ୍ଥାନରେ ଗଣେଶଙ୍କୁ ଖୋଜାଖୋଜି କରୁଥିବା ବେଳେ ଆଜି ସକାଳେ ଅଭଣା ଅଞ୍ଚଳରୁ ଗିରଫ କରିଥିବା ଜଣାପଡ଼ିଛି।

Accident: ଟ୍ରକ୍ ଧକ୍କାରେ ଆରଏସପି କର୍ମଚାରୀଙ୍କ ମୃତ୍ୟୁ, ଘରୁ ବାଇକରେ ଡ୍ୟୁଟି ଯାଉଥିଲେ

Read Entire Article
LEFT SIDEBAR AD

Hidden in mobile, Best for skyscrapers.