Accident: ହସ୍ପିଟାଲରୁ ଚିକିତ୍ସା ସାରି ଘରକୁ ଫେରୁଥିଲେ; ଟ୍ରକକୁ ପଛରୁ ପିଟିଲା ଆମ୍ବୁଲାନ୍ସ , ଦୁଇ ମହିଳା ମୃତ

39 minutes ago 1
ARTICLE AD BOX

ନୂଆପଡ଼ା (ଅଶ୍ବିନୀ ପାଣିଗ୍ରାହୀ): ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ବାଗବାହାରା ସହର ଦେବାଶିଷ ଏକ ଘରୋଇ ସ୍କୁଲ ନିକଟରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛପଟୁ ଆମ୍ବୁଲାନ୍ସ ପିଟିହେବାରୁ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାମାନେ ହେଲେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା କୁଟୁର୍ଲା ଗାଁର ବସନ୍ତା ପ୍ରଧାନ(୬୦) ଓ ଆଗଲପୁର ଥାନା ଉଚବାହାଲ ଗାଁର ଉତ୍ତରା ଦୋରା(୬୦)। ଏଥରେ ତିନିଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। 

କିଛି ଦିନ ତଳେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା କୁଟୁର୍ଲା ଗାଁର ବସନ୍ତା ଓ ଆଗଲପୁର ଥାନା ଉଚ୍ଚବାହାଲ ଗାଁର ଉତ୍ତରା ଚିକିତ୍ସା ପାଇଁ ରାୟପୁରକୁ ଯାଇଥିଲେ। ସେଠାରେ କୌଣସି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସା ହୋଇଥିଲେ। ଗତକାଲି ବିଲମ୍ବିତ ରାତିରେ ଉଭୟଙ୍କର ଡିସଚାର୍ଜ ହୋଇଥିଲା। ଆଜି ଭୋର ସକାଳୁ ଦୁଇ ପରିବାରର ଦୁଇ ଜଣ ରୋଗୀ ଆମ୍ବୁଲାନ୍ସ (ସିଜି ୦୪ ଏନଏଚ ୭୭୪୬)ରେ ଘରକୁ ଫେରୁଥିଲେ। 

ରାୟପୁର-ଗୋପାଲପୁର ଜାତୀୟ ରାଜପଥ ୩୫୩ରେ ମହାସମୁନ୍ଦ ଜିଲ୍ଲା ବାଗବାହାର ଦେବାଶିଷ ଘରୋଇ ସ୍କୁଲ ନିକଟରେ ଏକ ଟ୍ରକ ଛିଡ଼ା ହୋଇଥିଲା। ସେଠାରେ ଟ୍ରକ ପଛପଟେ ଆମ୍ବୁଲାନ୍ସ  ଦ୍ରୁତଗତିରେ ଆସି ପିଟି ହୋଇଥିଲା। ଏହି ଆମ୍ବୁଲାନ୍ସରେ ଦୁଇଜଣ ରୋଗୀଙ୍ଗ ସହ ୩ଜଣ ପରିବାର ଲୋକେ ବସିଥିଲେ। ଟ୍ରକଧକ୍କାରେ ଆମ୍ବୁଲାନ୍ସ ଓଲଟି ଯାଇ ସମ୍ପୂର୍ଣ୍ଣ ଛିନ୍ନଛତ୍ର ହୋଇଥିଲା। ସେଥରୁ କୁଟୁଲ ଗାଁର ବସନ୍ତା ଓ ଉଚବାହାଲ ଗାଁର ଉତ୍ତରାଙ୍କ ମୃତ୍ୟୁ ହୋଇଥିଲା। ଏଥରେ ମୃତ ବସନ୍ତା ସାମୀ ବରିହା ପ୍ରଧାନ, ମୃତ ଉତ୍ତରାଙ୍କ  ସମ୍ପକୀୟ ଲକ୍ଷ୍ମୀ ଦୋରା ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। 

Man Eats Dog Meat: ସଡ଼କ ଦୁର୍ଘଟଣାରେ ମରିଯାଇଥିବା କୁକୁରର ମାଂସ ଛିଣ୍ଡାଇ ଖାଇଲେ ବ୍ୟକ୍ତି

ବାଗବାହାରା ପୁଲିସ ଘଟଣାସ୍ଥଳରେ ପହଞ୍ଚ ଦୁଇ ମୃତଦେହକୁ ଜବତ କରିଥିଲେ। ଅନ୍ୟ ୩ଜଣ ଗୁରୁତରଙ୍କୁ ଉଦ୍ଧାର କରି ବାଗବାହାରା ହସ୍ପିଟାଲରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରିଥିଲେ। ପୂର୍ବାହ୍ନରେ ୩ଜଣ ଗୁରୁତରଙ୍କୁ ମହାସମୁନ୍ଦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ତେବେ ଜଣଙ୍କ ସାସ୍ଥ୍ୟବସ୍ଥା ସଂକଟ୍ଟାପନ୍ନ ହେବାରୁ ରାୟପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ଅନ୍ୟ ଦୁଇଜଣ ମହାସମୁନ୍ଦରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଏବେ ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ଆମ୍ବୁଲାନ‌କୁ ବାଗବାହାରା ପୁଲିସ ଜବତ କରି ତଦନ୍ତ ଚଳାଇଛି। ତେବେ ହସ୍ପିଟାଲରୁ ଚିକିତ୍ସା ସାରି ଘରକୁ ଫେରିବା ବାଟରେ ଦୁର୍ଘଟଣାରେ ଦୁଇଜଣ ମହିଳାଙ୍କ  ଜୀବନ ଚାଲି ଯାଇଛି। ଏହି ଦୁର୍ଘଟଣାରେ ଦୁଇଜଣ ମହିଳା ସମେତ ୩ଜଣ ଜୀବନ ସହ ସଂଘର୍ଷ କରୁଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.