ମେ’ ୨ ଗୁଜରାଟୀ ଗ୍ୟାଙ୍ଗ୍‌ ଟିପ୍ପଣୀ ପାଇଁ ଅଭିଷେକଙ୍କୁ ୪ ଘଣ୍ଟା‌ ଜେରା

19 minutes ago 1
ARTICLE AD BOX

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳ ଘୋଷଣା ପୂର୍ବରୁ ମେ’ ୨ ତାରିଖରେ ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀ ଦେଇଥିବା ବିବାଦୀୟ ଟିପ୍ପଣୀ ପାଇଁ ତାଙ୍କୁ ୪ ଘଣ୍ଟା ଜେରା କରାଯାଇଛି । ସେ ଦେଇଥିବା ‘ଗୁଜରାଟୀ ଗ୍ୟାଙ୍ଗ୍‌’ ଟିପ୍ପଣୀ ପାଇଁ ତାଙ୍କୁ ଭବାନୀପୁର ଥାନାକୁ ସମନ କରାଯାଇଥିଲା ଏବଂ ସେଠାରେ ତାଙ୍କୁ ୪ ଘଣ୍ଟା ଜେରା କରାଯାଇଛି ।

Accident: ହସ୍ପିଟାଲରୁ ଚିକିତ୍ସା ସାରି ଘରକୁ ଫେରୁଥିଲେ; ଟ୍ରକକୁ ପଛରୁ ପିଟିଲା ଆମ୍ବୁଲାନ୍ସ , ଦୁଇ ମହିଳା ମୃତ

ଉଲ୍ଳେଖଯୋଗ୍ୟ ଅଭିଷେକ ମେ’ ୨ ତାରିଖରେ ବିଜେପି ନେତା ଅମିତ ମାଲବ୍ୟଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟ୍‌ ଉପରେ ଜବାବ ଦେବା ସମୟରେ ବିଜେପିକୁ ସମାଲୋଚନା କରିଥିଲେ । ସେ କହିଥିଲେ, ‘ବାଂଲା ବିରୋଧୀ ଗୁଜରାଟୀ ଗ୍ୟାଙ୍ଗ ଏବଂ ସେମାନଙ୍କ ଚାଟୁକାର ଜ୍ଞାନେଶ କୁମାର ମୋର ଡାଏମଣ୍ଡ ହାର୍ବର୍‌ ମଡେଲ୍‌ରେ ସାମାନ୍ୟ ଆଂଚ ପହଞ୍ଚାଇବାପାଇଁ ସେମାନଙ୍କୁ ଦଶ ଜନ୍ମ ନେବା ବି ଯଥେଷ୍ଟ ହେବନାହିଁ ।

ବାନାର୍ଜୀ କହିଥିଲେ ପାଖରେ ଯାହା ଶକ୍ତି ଅଛି ସବୁ ଲଗାଅ । ମୁଁ ଭାରତ ସରକାରଙ୍କୁ ଚ୍ୟାଲେଞ୍ଜ କରୁଛି । ତୁମର ସବୁଠାରୁ ଶକ୍ତିଶାଳୀ ଲୋକଙ୍କୁ ପଠାଅ । ଦିଲ୍ଳୀରୁ ଜଣେ ବଡ଼ ପ୍ରଭାବଶାଳୀ ନେତାଙ୍କୁ ପଠାଅ । ଯଦି ସାହସ ଅଛି ତେବେ ଫାଲ୍‌ଟାରେ ନିର୍ବାଚନ ଲଢ଼ ବୋଲି ସେ କହିଥିଲେ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.