ARTICLE AD BOX
୬ ବର୍ଷ ପରେ ପୁଣି ଶିରୋମଣି ଅକାଳୀ ଦଳ ଏବଂ ବିଜେପି ବିଧାନସଭା ନିର୍ବାଚନ ପାଇଁ ମେଣ୍ଟ କରିବାକୁ ଯାଉଛନ୍ତି। ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଏହି ମେଣ୍ଟ ଗଠନ ନିମନ୍ତେ କଥାବାର୍ତ୍ତା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
/sambad/media/media_files/2026/11/14/14bbs_33_14112026_112-2026-11-14-21-17-23.jpg)
ଅମୃତସର: ୬ ବର୍ଷ ପରେ ପୁଣି ଶିରୋମଣି ଅକାଳୀ ଦଳ (ଏସ୍ଏଡି) ଏବଂ ବିଜେପି ବିଧାନସଭା ନିର୍ବାଚନ ପାଇଁ ମେଣ୍ଟ କରିବାକୁ ଯାଉଛନ୍ତି। ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଏହି ମେଣ୍ଟ ଗଠନ ନିମନ୍ତେ କଥାବାର୍ତ୍ତା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମିଳିଥିବା ସୂଚନାନୁଯାୟୀ ଆସନ ବଣ୍ଟନ ନେଇ ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତା ଜାରି ରହିଛି। ଆସନ ବୁଝାମଣା ଚୂଡ଼ାନ୍ତ ହେଲେ ମେଣ୍ଟ ସଂକ୍ରାନ୍ତରେ ଔପଚାରିକ ଭାବେ ଘୋଷଣା କରାଯିବ ବୋଲି ଉଭୟ ଅକାଳୀ ଦଳ ଏବଂ ବିଜେପି ସୂତ୍ରରୁ ଜଣାପଡ଼ିଛି।
ଇତିମଧ୍ୟରେ ଜାଣିବାକୁ ମିଳିଛି ଯେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ତଥା ବିଜେପିର ପଞ୍ଜାବ ନିର୍ବାଚନ ପ୍ରଭାରୀ ସି ଆର୍ ପାଟିଲ ଆସନ୍ତା ୧୭ ତାରିଖରେ ପଞ୍ଜାବ ଗସ୍ତ କରିବେ ବୋଲି ଆଶା କରାଯାଉଛି। ସେ ଚଣ୍ଡିଗଡ଼ରେ ରାଜ୍ୟ ବିଜେପି ନେତାମାନଙ୍କୁ ଭେଟିବେ। ମେଣ୍ଟ କଥାବାର୍ତ୍ତା ମଧ୍ୟରେ ଏହି ଗସ୍ତକୁ ଖୁବ୍ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଅନ୍ୟପକ୍ଷେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଗତ କିଛିଦିନ ତଳେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ।
Maithili Thakur: ବିଜେପି ବିଧାୟିକା ମୈଥିଲୀ ଠାକୁରଙ୍କ ବାପାଙ୍କ ବିରୋଧରେ ଜମି ଜବରଦଖଲ ଅଭିଯୋଗ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

20 minutes ago
1


