ARTICLE AD BOX
ସୋର: ପୁରୀଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ଏକ ତୀର୍ଥଯାତ୍ରୀ ବସ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛି। ବସରେ ଥିବା ୬୦ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଘଟଣାଟି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧୀନ ଇଲେକ୍ଟ୍ରି ଅଫିସ ନିକଟସ୍ଥ ଡାଇଭର୍ସନ ଠାରେ ଘଟିଛି।
ସୂଚନା ଅନୁଯାୟୀ, କଲିକତା ହୁଗୁଳି ଚଣ୍ଡୀକଳାରୁ ୬୦ ଜଣ ଯାତ୍ରୀଙ୍କୁ ନେଇ ‘ଓଡ଼ିଶୀ’ ନାମକ ଏକ ତୀର୍ଥଯାତ୍ରୀ ବସ ପୁରୀ ଅଭିମୁଖେ ଯାଉଥିଲା। ଇଲେକ୍ଟ୍ରି ଅଫିସ ନିକଟସ୍ଥ ଡାଇଭର୍ସନରେ ହଠାତ୍ ବସର ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା। ଯାତ୍ରୀ ଓ ଅନ୍ୟମାନେ ବସକୁ ଠେଲି ଷ୍ଟାର୍ଟ କରିବାକୁ ଚେଷ୍ଟା କରୁଥିବା ସମୟରେ ପଛପଟୁ ଆସୁଥିବା ଏକ ଟ୍ରକ ଏକ ଗ୍ୟାସ ଟ୍ୟାଙ୍କରକୁ ପଛରୁ ଧକ୍କା ଦେଇଥିଲା। ଏହାପରେ ଟ୍ରକଟି ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ତୀର୍ଥଯାତ୍ରୀ ବସକୁ ପାର୍ଶ୍ୱରୁ ଧକ୍କା ଦେଇଥିଲା।
ଟ୍ରକର ଡ୍ରାଇଭର ଓ ହେଲ୍ପର ଫେରାର
ଧକ୍କାରେ ଟ୍ରକର ସାମ୍ନା ଭାଗ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଘଟଣା ପରେ ଟ୍ରକର ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଛନ୍ତି। ଅନ୍ୟପଟେ ଗ୍ୟାସ ଟ୍ୟାଙ୍କରଟି ମଧ୍ୟ ଘଟଣାସ୍ଥଳରୁ ପଳାଇ ଯାଇଥିବା ସୂଚନା ମିଳିଛି। ଖବର ପାଇ ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

1 day ago
4


