Accident: ବିଲ ଭିତରକୁ ଓଲଟିଲା ବସ୍‌, ଭିତରେ ଥିଲେ ୫୦ ଯାତ୍ରୀ, ୧୫ ଆହତ

1 hour ago 1
ARTICLE AD BOX

ନବରଙ୍ଗପୁର/କୋରାପୁଟ: ୫୦ ଜଣ ଯାତ୍ରୀ ଥିବା ଏକ ବସ୍‌ ଗୁରୁବାର ଭାରସାମ୍ୟ ହରାଇ ରାସ୍ତାକଡ଼ରେର ବିଲ ମଧ୍ୟକୁ ଓଲଟି ପଡ଼ିଛି। ଫଳରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଅଳ୍ପକେ ଟଳିଯାଇଛି ଏକ ବଡ଼ ଅଘଟଣ। ବେପରୁଆ ଗତି ନା ଅନ୍ୟ କିଛି କାରଣ ଏଯାଏ ଜଣାପଡ଼ିନାହିଁ।

କୋରାପୁଟ ଜ଼ିଲ୍ଲା ଆଉଁଳି ଗାଁ ନିକଟ ଏନଚ ୨୦୧ ରାସ୍ତାକଡ଼ ବିଲ ଭିତରକୁ ଓଲଟି ପଡ଼ିଛି ଯାତ୍ରୀବାହୀ ବସ୍‌। ବସ୍‌ର ଭଙ୍ଗା କାଚ, ଚାରିଆଡ଼େ ପଡ଼ିଛି ଯାତ୍ରୀଙ୍କ ସାମଗ୍ରୀ। ଆହତ ଯାତ୍ରୀଙ୍କ ଚିତ୍କାରରେ କମ୍ପି ଉଠିଥିଲା ସମଗ୍ର ଅଞ୍ଚଳ। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିରୁ ରାୟଗଡ଼ା ଜିଲ୍ଲା ଗୁଣପୁର ଅଭିମୁଖେ ଯାଉଥିବା ଜଗାକାଳିଆ ବସ୍‌। ନବରଙ୍ଗପୁରରେ ବିଳମ୍ବ ହୋଇଥିବାରୁ ଦ୍ରୁତଗତିରେ ଜୟପୁର ଅଭିମୁଖେ ଯାଉଥିଲା। ଆଉଁଳି ଗାଁ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ପ୍ରଥମେ ରାସ୍ତାକଡ଼ରେ ଥିବା ଡିଭାଇଡରରେ ପିଟିହୋଇ କ୍ଷେତକୁ ବିଲ ମଧ୍ୟକୁ ଓଲଟି ପଡ଼ିଥିଲା। 

Accident: କଳିଙ୍ଗା ଘାଟିରେ ପୁଣି ହାଇୱା ଦୁର୍ଘଟଣା, ଡ୍ରାଇଭର ସୁରକ୍ଷିତ

ଦୁର୍ଘଟଣା ପରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା। କେହି ବସ୍‌ ଭିତରେ ଫସି ରହିଥିବା ବେଳେ କେହି ନିଜେ ବାହାରକୁ ଆସିଥିଲେ। ନିକଟସ୍ଥ ବିଲରେ କାମ କରୁଥିବା ଲୋକେ ସର୍ବପ୍ରଥମେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ନବରଙ୍ଗପୁର ଓ ବୋରିଗୁମ୍ମା ଅଗ୍ନିଶମ ବାହିନୀ ପହଞ୍ଚି ବସ୍‌ରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ନବରଙ୍ଗପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଓ ବୋରିଗୁମ୍ମା ଚିକିତ୍ସାଳୟକୁ ପଠାଯାଇଛି। ଏପଟେ ବୋରିଗୁମ୍ମା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି। ପ୍ରକୃତରେ କେଉଁ କାରଣରୁ ବସ୍‌ଟି ଭାରସାମ୍ୟ ହରାଇଲା, ସେନେଇ ତଦନ୍ତ ଚାଲିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.