Accident: ପୁଣେ-ସତରା ରାଜପଥରେ ରୋଡ୍‌ ଡିଭାଇଡର ଉପରକୁ ମାଡ଼ିଗଲା କାର୍‌, ୪ ଜଣଙ୍କ ମୃତ୍ୟୁ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ସତରା ଜିଲ୍ଲାର ଶିରୱାଲ ନିକଟରେ ଆଜି ପୁଣେ-ସତରା ରାଜପଥରେ ଏକ ରୋଡ୍‌ ଡିଭାଇଡର୍‌ ଉପରକୁ ଏକ କାର୍‌ ନିୟନ୍ତ୍ରଣ ହରାଇ ମାଡ଼ିଯିବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି। ପୁଲିସ ଅନୁଯାୟୀ ଆଜି ବଡ଼ି ଭୋର୍‌ ସମୟରେ ଶିରୱାଲର ହୋଟେଲ ଶିବାଳୟ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି। କାର୍‌ଟି ଏକ ରୋଡ୍‌ ଡିଭାଇଡର୍‌କୁ ମାଡ଼ିଯିବା ସହ ଏକ ଟ୍ରକ୍‌କୁ ଧକ୍କା ଦେଇ ପଲଟି ଯାଇଥିଲା। ଫଳରେ କାର୍‌ରେ ଥିବା ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ସମସ୍ତ ମୃତକଙ୍କୁ ଚିହ୍ନଟ କରାଯାଇଛି। 

ପୁଣେ ହାଇୱେ ସେଫଟି ପାଟ୍ରୋଲ ଏସ୍‌ପି ଶିବାଜୀ ପାୱାର କହିଛନ୍ତି, ପ୍ରାଥମିକ ସୂଚନା ଅନୁଯାୟୀ କାର୍‌ଟି ପୁଣେରୁ ସତରା ଅଭିମୁଖେ ଯାତ୍ରା କରୁଥିବାବେଳେ ଡ୍ରାଇଭର୍‌ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ। ଏହି ଘଟଣାରେ ମଧ୍ୟ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ତେବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା କିଭଳି ଅଛି ତାହା ସ୍ପଷ୍ଟ କରାଯାଇନି। ଖବର ପାଇ ସାରୋଲା ହାଇୱେ ପୁଲିସ ସହାୟତା କେନ୍ଦ୍ରର ପୁଲିସ କର୍ମୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର ଅପରେସନ୍‌ରେ ସହଯୋଗ କରିଥିଲେ।

Scooty Accident ସ୍କୁଟି ଦୁର୍ଘଟଣାରେ ଦୁଇ ଆହତ, ଜଣେ ଗୁରୁତର

Read Entire Article
LEFT SIDEBAR AD

Hidden in mobile, Best for skyscrapers.