Accident: ପିକଅପ ଧକ୍କାରେ ମହିଳା ଦିନମଜୁରିଆ ମୃତ, ଜଣେ ଗୁରୁତର

3 days ago 4
ARTICLE AD BOX

ଖୋର୍ଦ୍ଧା - ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଟାକରା ନିକଟରେ ଆଜି ପୂର୍ବାହ୍ନରେ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି।

 (Sambad.in) A woman died and another was seriously injured in a road accident Photograph: (Sambad.in)

ଦଶପଲ୍ଲା: ଖୋର୍ଦ୍ଧା - ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଟାକରା ନିକଟରେ ଆଜି ପୂର୍ବାହ୍ନରେ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଟାକରା ପଞ୍ଚାୟତ ବୁରୁସାହି ଗ୍ରାମର ଜଳେଶ୍ୱର ନାୟକଙ୍କ ସ୍ତ୍ରୀ ଶାନ୍ତିଲତା ନାୟକ ଓ ବୁଗୁଡ଼ା କଲୋନୀ ଗ୍ରାମର ନିଆତା କହଁର ଉଭୟ ଦିନ ମଜୁରିଆ ଭାବେ କାମ କରିବା ପାଇଁ ଘରୁ ବାହାରିଥିଲେ।

ଅଟୋରେ ଚଢ଼ୁଥିବା ସମୟରେ ଅଘଟଣ

ଦଶପଲ୍ଲା ଅଭିମୁଖେ ଯିବା ପାଇଁ ଏକ ଅଟୋରେ ଚଢ଼ୁଥିବା ସମୟରେ ବୌଦ୍ଧରୁ ଦଶପଲ୍ଲା ଅଭିମୁଖେ ଆସୁଥିବା (ଓଡ଼ି  ୦୨ ସିଜେଡ଼ ୪୨୩୯) ପିକଅପ ଗାଡ଼ି ଧକ୍କା ଦେଇଥିଲା। ଉଭୟ ଗୁରୁତର ହୋଇଥିବା ବେଳେ ସଂଗେସଂଗେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସରେ ଦଶପଲ୍ଲା ମେଡିକାଲକୁ ପଠାଇଥିଲେ। ହେଲେ ଡାକ୍ତର ଶାନ୍ତିଲତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। ନିଆତାଙ୍କ ଗୋଡ଼ରେ ଶକ୍ତ ଆଘାତ ଲାଗିଛି । ଖବରପାଇ ଦଶପଲ୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡ଼ିଛି।

Dead Bodies: ଭଣ୍ଡାରିପୋଖରୀ: ମଶାଣିରୁ ତିନି ଶବ ଚୋରି

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.