Accident: ନୁଡୁଲ୍‌ସ ଖାଇ ଶୋଇଥିଲେ: ପରିବାରର ୫ ମୃତ

4 hours ago 2
ARTICLE AD BOX

ନୋଏଡା: ଉତ୍ତରପ୍ରଦେଶର ଗ୍ରେଟର ନୋଏଡା ଅଞ୍ଚଳର ଏକ ଗ୍ରାମରେ ଶନିବାର ଅତ୍ୟନ୍ତ ଦୁଃଖଦ ଘଟଣା ସାମନାକୁ ଆସିଛି। ଗୋଟିଏ  ପରିବାରର ୩ ଜଣ ଶିଶୁଙ୍କ ସମେତ ମୋଟ ୫ ଜଣ ସଦସ୍ୟଙ୍କ ମୃତଦେହ ସେମାନଙ୍କ ବାସଭବନରୁ ରହସ୍ୟଜନକ ସ୍ଥିତିରେ ଉଦ୍ଧାର କରାଯାଇଛି। ପୁଲିସର ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ଗତରାତିରେ ଏହି ପରିବାର ଚା’  ପିଇବା ପରେ ନୁଡୁଲ୍‌ସ ଖାଇଥିଲେ, ଯେଉଁଥିପାଇଁ   ଖାଦ୍ୟ ବିଷାକ୍ତ ହେବା ଯୋଗୁଁ ସେମାନଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ମୃତକମାନେ ହେଲେ ମହେଶ (୩୭), ତାଙ୍କ ପତ୍ନୀ ଲଳିତା (୩୫) ଏବଂ ସେମାନଙ୍କର ତିନି ସନ୍ତାନ ଲଡୁ (୧୧), ମିଷ୍ଟି (୭) ଓ ସାକ୍ଷାତ (୩)।

ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଶନିବାର ସକାଳେ ଏହି ଅଭାବନୀୟ ଘଟଣା ସମ୍ପର୍କରେ ଖବର ମିଳିଥିଲା। ସୂଚନା ପାଇବା ପରେ ପୁଲିସ, ବରିଷ୍ଠ ପ୍ରଶାସନିକ ଅଧିକାରୀ, ଆମ୍ବୁଲାନ୍ସ ଏବଂ ଖାଦ୍ୟ ସୁରକ୍ଷା ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ସହିତ ଏକ ଫରେନସିକ୍ ଟିମ୍ ଏବଂ ଫିଲ୍ଡ ୟୁନିଟ୍ ସମ୍ପୂର୍ଣ୍ଣ ଗୃହ ଓ ଆଖପାଖ ଅଞ୍ଚଳକୁ ଅନୁଧ୍ୟାନ କରିବା ସହ ବିଭିନ୍ନ ବୈଜ୍ଞାନିକ ତଥ୍ୟ ଓ ପ୍ରମାଣ ସଂଗ୍ରହ କରିଛନ୍ତି। ସମସ୍ତ ୫ ଜଣଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଯାଇଛି।

ମହେଶଙ୍କ ମା’ ଏବଂ ପଡ଼ୋଶୀମାନଙ୍କ ବୟାନ ଅନୁସାରେ, ପରିବାରର ସମସ୍ତ ସଦସ୍ୟ ଶୁକ୍ରବାର ରାତିରେ ନୁଡୁଲ୍‌ସ ଖାଇ ଶୋଇବାକୁ ଯାଇଥିଲେ। ପ୍ରାଥମିକ ଆକଳନ ଅନୁସାରେ ଫୁଡ୍ ପଏଜନିଂ ଯୋଗୁଁ ଏହି ଅଘଟଣ ଘଟିଥିବା କୁହାଯାଉଥିଲେ ମଧ୍ୟ ମୃତ୍ୟୁର ଚୂଡ଼ାନ୍ତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବ୍ୟବଚ୍ଛେଦ ରିପୋର୍ଟ  ଆସିବା ପରେ ହିଁ ପ୍ରକୃତ ସତ ପଦାକୁ ଆସିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.