Accident: ଟ୍ରକ୍ ଧକ୍କାରେ ଆରଏସପି କର୍ମଚାରୀଙ୍କ ମୃତ୍ୟୁ, ଘରୁ ବାଇକରେ ଡ୍ୟୁଟି ଯାଉଥିଲେ

1 hour ago 1
ARTICLE AD BOX

ଆଜି ସକାଳ ପ୍ରାୟ ସାଢେ ୫ଟା ରେ ରାଉରକେଲା ଇସ୍ପାତ କାରଖାନା (ଆରଏସପି )କୁ ଏ ସିଫ୍ଟ ରେ ଡ୍ୟୁଟି ଯାଉଥିଲା ବେଳେ ଟ୍ରକ୍ ଧକ୍କାରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି l ମୃତକ ହେଲେ ଜଳଦା ସି ବ୍ଲକର ଲିଓନାର୍ଡ ଲାକ୍ରା (୫୮)l

 (sambad.in) An employee of Rourkela Steel Plant (RSP) was killed in a truck accident Photograph: (sambad.in)

ରାଉରକେଲା: ଆଜି ସକାଳ ପ୍ରାୟ ସାଢେ ୫ଟା ରେ ରାଉରକେଲା ଇସ୍ପାତ କାରଖାନା (ଆରଏସପି )କୁ ଏ ସିଫ୍ଟ ରେ ଡ୍ୟୁଟି ଯାଉଥିଲା ବେଳେ ଟ୍ରକ୍ ଧକ୍କାରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି l ମୃତକ ହେଲେ ଜଳଦା ସି ବ୍ଲକର ଲିଓନାର୍ଡ ଲାକ୍ରା (୫୮)l ସେ ନ୍ୟୁ ହଟ ଷ୍ଟ୍ରିପ ମିଲରେ କାମ କରୁଥିଲେ l ଜଳଦା ଫାଣ୍ଡି ପୁଲିସ ଶବ ଜବତ କରି ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛି l

ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ବାଇକ ଜବତ

ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ବାଇକ ଜବତ କରି ଘଟଣାର ତଦନ୍ତ ଚଳାଇଛି l ଲିଓନାର୍ଡ ପ୍ରତିଦିନ ପରି ଆଜି ବାଇକରେ ଡ୍ୟୁଟି ଯାଉଥିଲେ l ଏଲ ଆଣ୍ଡ ଟି ଗେଟ ସମ୍ମୁଖରେ ୧୪୩ ନମ୍ବର ଜାତୀୟ ରାଜପଥରେ ଆରଏସପି ପଶୁଥିବା ବେଳେ ଟ୍ରକ୍ ଧକ୍କା ଦେଇଥିଲା l

Death: ବିଦ୍ୟୁତ୍ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.