ARTICLE AD BOX
କାରୱାର: କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାରେ ଧାରୱାଡ୍ରୁ ଧର୍ମସ୍ଥଳ ଓ ଚିକମାଗାଲୁର ଅଭିମୁଖେ ଯାଉଥିବା ଏକ କାର୍, ଲରି ସହମୁହାଁମୁହିଁ ଧକ୍କାହେବା ଫଳରେ ୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨ ଜଣ ଗୁରୁତର ଆହତ ହୋଇଛନ୍ତି।
ପୁଲିସ ସୂଚନା ଅନୁଯାୟୀ, ଗୁରୁବାର ସକାଳେ ୟେଲ୍ଲାପୁର ପୁଲିସ ଷ୍ଟେସନ ସୀମା ମଧ୍ୟରେ ଥିବା ଜାତୀୟ ରାଜପଥ-୫୨ର ଆରବାଇଲ୍ ଘାଟି ଅଞ୍ଚଳର ବାଲାଗାରା କ୍ରସ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ହୁବଲିସ୍ଥିତ କିମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି, ଯେଉଁଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି।
ସୂଚନା ଆନୁଯାୟୀ, ଗାଡ଼ିରେ ଚାଳକଙ୍କ ସମେତ ମୋଟ ୯ ଜଣ ଯାତ୍ରୀ ଥିଲେ ଏବଂ ଗାଡ଼ି ଚାଳକ ଜଣକ ଅତି ଦ୍ରୁତ ଓ ବେପରୁଆ ଭାବେ ଗାଡ଼ି ଚଲାଉଥିଲେ। ରାସ୍ତାର ଏକ ବାଙ୍କରେ ସେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଭୁଲ୍ ପାର୍ଶ୍ୱକୁ ଚାଲିଯାଇଥିଲେ ଏବଂ ସାମ୍ନା ପଟୁ ଆସୁଥିବା ଏକ ଲରି ସହ ପିଟି ହୋଇଥିଲେ। ଧକ୍କା ଏତେ ଭୟଙ୍କର ଥିଲା ଯେ କାରଟି ସମ୍ପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଛି।

1 month ago
16


