AAI, SAIL MOU ବିମାନବନ୍ଦର ସମ୍ପ୍ରସାରଣ ପାଇଁ ଏଏଆଇ-ସେଲ୍‌ ମଧ୍ୟରେ ଚୁକ୍ତି

4 hours ago 3
ARTICLE AD BOX

ରାଉରକେଲା: ଦୀର୍ଘଦିନ ପ୍ରତୀକ୍ଷାର ଅନ୍ତ ଘଟିଛି। ରାଉରକେଲା ବିମାନବନ୍ଦରର ବିସ୍ତାରିତ କାର୍ଯ୍ୟ ଓ ପରିଚାଳନା ପାଇଁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ଓ ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌) ମଧ୍ୟରେ ଚୁକ୍ତି ସ୍ଵାକ୍ଷରିତ ହୋଇଯାଇଛି। ଏହାଦ୍ବାରା ରାଜ୍ୟରେ ଆଞ୍ଚଳିକ ବିମାନ ସଂଯୋଗୀକରଣ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ।

Rourkela Airport Trouble ରାଉରକେଲା ବିମାନବନ୍ଦର ଅଡୁଆ ବଢ଼ିଲା, ଏଏଆଇକୁ ହସ୍ତାନ୍ତର ନହେଲେ ବନ୍ଦହେବ ବିମାନସେବା!

 ଏହି ଚୁକ୍ତିନାମା ସ୍ଵାକ୍ଷର ସମୟରେ ଏଏଆଇ ଅଧ୍ୟକ୍ଷ ବିପିନ କୁମାର ଓ ସେଲ୍‌ର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଏହି ଚୁକ୍ତିନାମା ଦ୍ବାରା ରାଉରକେଲା ବିମାନବନ୍ଦରର ଦୈନନ୍ଦିନ ପରିଚାଳନା ଅଧିକ ଦକ୍ଷ, ସୁରକ୍ଷିତ ଓ ପ୍ରଭାବଶାଳୀ ହୋଇପାରିବ। କିଛି ଦିନ ପୂର୍ବେ ସେଲ୍‌ ବୋର୍ଡ ଦ୍ଵାରା ବିମାନବନ୍ଦରର ଜମି ଓ ମାଲିକାନା ପ୍ରକ୍ରିୟାକୁ ଏଏଆଇ ଅଧୀନକୁ ହସ୍ତାନ୍ତର କରିବା ପାଇଁ ଅନୁମୋଦନ ମିଳିଥିଲା। 

Rourkela Aeroplane Accident ରାଉରକେଲା ବିମାନ ଦୁର୍ଘଟଣା: ମୃତ ସୁଶାନ୍ତଙ୍କ ପରିବାରକୁ ୮.୫୦ ଲକ୍ଷ ସହାୟତା, ବଡ଼ପୁଅକୁ ଇଣ୍ଡିଆ ୱାନ୍‌ ଏୟାରରେ ନିଯୁକ୍ତି

ଆଗାମୀ ଦିନରେ ବିମାନବନ୍ଦରର ଭିତ୍ତିଭୂମି ବିକାଶ ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ କରିବ। ଏହି ପଦକ୍ଷେପ ଦ୍ଵାରା ରାଉରକେଲାରୁ ଦେଶର ବିଭିନ୍ନ ପ୍ରମୁଖ ସହରକୁ ବୃହତ ବିମାନ ଚଳାଚଳ ସହଜ ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.