A poor lifestyle: ଖରାପ ଜୀବନଶୈଳୀ ଡାକିଆଣେ ରୋଗ

18 hours ago 3
ARTICLE AD BOX

ଆମେ ଯାହା ଖାଉ, ତାହା ଆମ ଶରୀରରେ ଶକ୍ତିରେ ପରିଣତ ହୁଏ। ଏହି ପ୍ରକ୍ରିୟାକୁ ମେଟାବୋଲିଜିମ୍‌ କୁହାଯାଏ। ଅର୍ଥାତ୍‌ ମେଟାବୋଲିଜିମ୍‌ ଏକ ଶାରୀରିକ ପ୍ରକ୍ରିୟା, ଯାହା ମାଧ୍ୟମରେ ଆମ ଶରୀର ଖାଦ୍ୟକୁ ଶକ୍ତିରେ ପରିଣତ କରେ। ମଣିଷ ଶରୀରକୁ ଦୈନିକ କାର୍ଯ୍ୟ ଓ ପାଚନକ୍ରିୟା ଠାରୁ ଆରମ୍ଭ କରି ରକ୍ତ ସଞ୍ଚାଳନ ଓ ହରମୋନ୍‌ ସନ୍ତୁଳନ ପର୍ଯ୍ୟନ୍ତ ଜରୁରି କାମ ଲାଗି ପର୍ଯ୍ୟାପ୍ତ ଶକ୍ତି ଦରକାର। ଏହି ଶକ୍ତି ଖାଦ୍ୟରୁ ମିଳେ। ଯଦି ଶରୀରର ମେଟାବୋଲିଜିମ୍‌ ଠିକ୍‌ ଭାବେ କାର୍ଯ୍ୟ କରୁନାହିଁ, ତେବେ ଏହା ମାଂସପେଶୀରେ ଶିଥିଳତା, ଶୁଷ୍କଚର୍ମ, ଦୁର୍ବଳତା, ଥକାପଣ, ଓଜନ ବୃଦ୍ଧି ଓ ଗଣ୍ଠିବିନ୍ଧା ଭଳି ସମସ୍ୟା ସୃଷ୍ଟି କରିପାରେ। ତେଣୁ ସୁସ୍ଥ ଓଜନ ହାସଲ, ରୋଗ ପ୍ରତିରୋଧ ଓ ଶରୀରର କ୍ଷମତା ବୃଦ୍ଧି ପାଇଁ ସୁସ୍ଥ ମେଟାବୋଲିଜିମ୍‌ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ। ଆଜିକାଲିର ଧାଁ ଦଉଡ଼ ଜୀବନଶୈଳୀ ଅଭ୍ୟାସ ମେଟାବୋଲିଜିମ୍‌କୁ ମନ୍ଥର କରି ଦେଉଛି। ଏହା ସମଗ୍ର ସ୍ୱାସ୍ଥ୍ୟ ପାଇଁ ବିପଦପୂର୍ଣ୍ଣ। ଏହାର ମୁକାବିଲା ଲାଗି ଆମେ ସଜାଗ ହେବା ଜରୁରି।

ଯଥେଷ୍ଟ ପାଣି ପିଅନ୍ତୁ
ଯଥେଷ୍ଟ ପାଣି ନ ପିଇବା ମେଟାବୋଲିଜିମ୍‌ ଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ ଦିନସାରା ନିୟମିତ ବ୍ୟବଧାନରେ ପାଣି ପିଇବା ନିଶ୍ଚିତ କରନ୍ତୁ ଏବଂ ଦୈନନ୍ଦିନ ଖାଦ୍ୟ ତାଲିକାରେ ତରଭୁଜ, ସେଓ ଓ ପିଜୁଳି ଭଳି ପ୍ରାକୃତିକ ଭାବେ ଅଧିକ ପାଣି ଥିବା ଖାଦ୍ୟ ଅନ୍ତର୍ଭୁକ୍ତ କରନ୍ତୁ।

କ୍ୟାଲୋରି କମାନ୍ତୁ ନାହିଁ
 ଓଜନ କମାଇବା ପାଇଁ କ୍ୟାଲୋରି ପରିମାଣ କମାଇବା ଦରକାର ବୋଲି ଏକ ସାଧାରଣ ଧାରଣା ରହିଛି। ତେଣୁ ଓଜନ ହ୍ରାସ ଲାଗି ଲୋକେ ପ୍ରାୟତଃ ଯଥେଷ୍ଟ ଖାଆନ୍ତି ନାହିଁ। ଫଳରେ ମେଟାବୋଲିଜିମ୍‌ ମନ୍ଥର ହୋଇଯାଏ। ଅଧିକ କ୍ୟାଲୋରି କମାଇବା ଶରୀର ପାଇଁ ସମସ୍ୟା ସୃଷ୍ଟି କରେ। ଏହା ବଦଳରେ ବ୍ୟାବହାରିକ ଓଜନ ହ୍ରାସ ଯୋଜନା, ବିଶେଷଜ୍ଞଙ୍କ ପରାମର୍ଶ ବା ନିୟମିତ ବ୍ୟାୟାମ ଲାଭଦାୟକ।

ଅଧିକ ମିଠା ପାନୀୟକୁ ନା
 ମିଠା ପାନୀୟ ସ୍ୱାଦ ଦୃଷ୍ଟିରୁ ପାଟିକୁ ଭଲ ଲାଗିପାରେ, ହେଲେ ଏଗୁଡ଼ିକ ମେଟାବୋଲିକ୍‌ ହାର ଉପରେ ଖରାପ ପ୍ରଭାବ ପକାଇଥାଏ। ଏହି ପାନୀୟରେ ଥିବା ଫ୍ରୁକ୍ଟୋଜ୍‌ ଆପଣଙ୍କ ମେଟାବୋଲିକ୍‌ ହାରକୁ କମାଇ ଓଜନ ବୃଦ୍ଧିରେ ସହାୟକ ହୋଇପାରେ। ତେବେ ପେଟ ଓ ଯକୃତରେ ଚର୍ବି ଜମା କରେ।

ପ୍ରୋଟିନ୍‌ଯୁକ୍ତ ଖାଦ୍ୟ
ସୁସ୍ଥ ରହିବା ପାଇଁ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଅତି ଦରକାର। ଚର୍ମ, ମାଂସପେଶୀ, ଏନ୍‌ଜାଇମ୍‌, ହର୍‌ମୋନ୍‌ ଓ ଶରୀରର ବିଭିନ୍ନ ତନ୍ତୁ ପାଇଁ ପ୍ରୋଟିନ୍‌ ଜରୁରି। ସେହିପରି ଖାଦ୍ୟରେ ପ୍ରୋଟିନ୍‌ର ଅଭାବ ଶରୀରର ମେଟାବୋଲିଜିମ୍‌ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।

ଶାରୀରିକ କାର୍ଯ୍ୟକଳାପ
ଅଧିକାଂଶ ଲୋକ କାମ ପାଇଁ ଘଣ୍ଟା ଘଣ୍ଟା ବସି ରହନ୍ତି। ବିନା ଶାରୀରିକ କାର୍ଯ୍ୟକଳାପରେ ଦୀର୍ଘ ସମୟ ବସି ରହିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଆଜିକାଲିର ଜୀବନଶୈଳୀରେ ମଧ୍ୟ ବ୍ୟାୟାମ ପାଇଁ ସମୟ ମିଳେନାହିଁ। ଏହା ମେଟାବୋଲିଜିମ୍‌ ଓ ସମଗ୍ର ସୁସ୍ଥତା ଉପରେ ନକାରାତ୍ମକ ପ୍ରଭାବ ପକାଏ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.