A New Trend in Winter Fashion: ଶୀତ ଫ୍ୟାସନ୍‌ରେ ନୂଆ ଟ୍ରେଣ୍ଡ୍‌: ଚେକ୍‌ ପ୍ରିଣ୍ଟ୍‌

1 hour ago 1
ARTICLE AD BOX

ଶୀତ ଆସିଲେ ବଦଳିଯାଏ ଫ୍ୟାସନ୍‌ର ରଙ୍ଗଢଙ୍ଗ। ଗରମ ପୋଷାକ ସାଙ୍ଗକୁ ଖୋଜାହୁଏ ଷ୍ଟାଇଲିସ୍‌ ଲୁକ୍‌। ଏଥର ଶୀତ ଫ୍ୟାସନ୍‌ରେ ପୁଣି ଫେରିଛି ପୁରୁଣା ଚେକ୍‌ ପ୍ରିଣ୍ଟ୍‌। ଦିନେ ଉଲ୍‌ କୋଟ୍‌ ଓ ସ୍କାର୍ଫରେ ସୀମିତ ଥିବା ଏହି ଫ୍ୟାସନ୍‌ ଏବେ ଆଧୁନିକ ଶୈଳୀରେ ନୂଆ ରୂପ ଓ ଆକର୍ଷଣ ସହ ଫେରିଛି। ଏଥିରେ ରହିଛି, ପାରମ୍ପରିକ ଶୈଳୀ ସହ ଆଧୁନିକତାର ମିଶ୍ରଣ।

Durga puja: ଦିଲ୍ଲୀରରେ ପ୍ରବାସୀ ଓଡ଼ିଆଙ୍କ ଦୁର୍ଗାପୂଜାର ରଜତ ଜୟନ୍ତୀ ପାଳନ

ଚେକ୍‌ ବା ପ୍ଲେଡ୍‌ ପ୍ରିଣ୍ଟ୍‌ ହେଉଛି ଭୂସମାନ୍ତର ଓ ଭୂଲମ୍ବ ରେଖାର ସମନ୍ୱୟରେ ତିଆରି ଏକ ଆକର୍ଷଣୀୟ ଡିଜାଇନ୍‌। ଏହି କ୍ରମରେ ଛୋଟ ବଡ଼ ଘର ଆକାରରେ ଉପଲବ୍ଧ ବିଭିନ୍ନ ପୋଷାକ ସ୍ୱତନ୍ତ୍ର ଲୁକ୍‌ ଦେଇଥାଏ। ପୂର୍ବରୁ ମୋଟା ଉଲ୍‌ କପଡ଼ାରେ ଏହାର ବ୍ୟବହାର ଅଧିକ ଦେଖିବାକୁ ମିଳୁଥିଲା। ହେଲେ ଏବେ ସିଲ୍‌କ, କଟନ୍‌ ଓ ହାଲୁକା କପଡ଼ାରେ ମଧ୍ୟ ଚେକ୍‌ ପ୍ରିଣ୍ଟ୍‌ର ନୂଆ ନୂଆ ଡିଜାଇନ୍‌ ତିଆରି ହେଉଛି। ଲାଲ-କଳା, ବାଦାମୀ-ବେଜ୍‌ ଓ ନୀଳ-ଧଳା ଭଳି ରଙ୍ଗର ମିଶ୍ରଣ ଏହି ପ୍ରିଣ୍ଟ୍‌କୁ ଅଧିକ ଆକର୍ଷଣୀୟ କରିଥାଏ। ଏହା କେବଳ କୋଟ୍‌ କିମ୍ବା ସ୍କାର୍ଫରେ ସୀମିତ ନାହିଁ। ସର୍ଟ, ସ୍କର୍ଟ, ଟ୍ରାଉଜର୍‌, ବ୍ଲେଜର୍‌ ଓ ଲମ୍ବା ଡ୍ରେସ୍‌ର ମଧ୍ୟ ଚାହିଦା ରହିଛି। ଭିନ୍ନ ରଙ୍ଗ ଓ ଆକାରର ଚେକ୍‌ ପ୍ରିଣ୍ଟ୍‌ ପୋଷାକକୁ ଦେଉଛି ଏକ ନୂଆ ଫ୍ୟାସନେବଲ୍‌ ଲୁକ୍‌।

Marco Rubio: ଶିଳ୍ପ ଜଗତ ସହ ରୁବିଓଙ୍କ ଆଲୋଚନା

ଚେକ୍‌ ପ୍ରିଣ୍ଟ୍‌କୁ ନିଜ ଷ୍ଟାଇଲ୍‌ରେ ସାମିଲ କରିବା ମଧ୍ୟ ସହଜ। କାଜୁଆଲ୍‌ ଲୁକ୍‌ ପାଇଁ ଚେକ୍‌ କୋଟ୍‌ ସହ ସାଧାରଣ ଟପ୍‌ ଓ ଜିନ୍‌ସ ପିନ୍ଧିପାରିବେ। ଅଫିସ୍‌ରେ ପ୍ରଫେସନାଲ୍‌ ଲୁକ୍‌ ପାଇଁ ଚେକ୍‌ ବ୍ଲେଜର୍‌ ସହ ଫର୍ମାଲ୍‌ ଟ୍ରାଉଜର୍‌ ଭଲ ମାନେ। ସେହିପରି ସ୍କାର୍ଫ କିମ୍ବା ଚେକ୍‌ ପ୍ରିଣ୍ଟ୍‌ ବ୍ୟାଗ୍‌ ଭଳି ଏକ୍‌ସେ‌େସାରିଜ୍‌ରେ ନିଜ ଲୁକ୍‌କୁ ଆକର୍ଷଣୀୟ କରିପାରିବେ। ଏବେ ବି ଚେକ୍‌ ପ୍ରିଣ୍ଟ୍‌ର ଆକର୍ଷଣ ଅକ୍ଷୁଣ୍ଣ ରହିଛି। ତେଣୁ ଏଥର ଶୀତରେ ଚେକ୍‌ ପ୍ରିଣ୍ଟ ପୋଷାକ ପିନ୍ଧି ନିଜ ଷ୍ଟାଇଲ୍‌ରେ ଆକର୍ଷଣୀୟ ପରିବର୍ତ୍ତନ ଆଣନ୍ତୁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.