ARTICLE AD BOX
ଆମ ଆଖିରେ ଧୀରେ ଧୀରେ ବ୍ୟାପୁଥିବା ଏକ ବଂଶଗତ ରୋଗକୁ ନୂଆକରି ଚିହ୍ନଟ କରିଛନ୍ତି ପେନ୍ସିଲ୍ଭାନିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ। ଏହି ରୋଗର ବିଶେଷତ୍ବ ହେଉଛି, ଏହା ଦଶନ୍ଧି ଦଶନ୍ଧି ଧରି କୌଣସି ବଡ଼ ଲକ୍ଷଣ ନ ଦେଖାଇ ଶରୀରରେ ଲୁଚି ରହିଥାଏ ଓ ଏହାଯୋଗୁଁ ବୟସ ବଢ଼ିବା ସହ ମଣିିଷ ଧୀରେ ଧୀରେ ରାତିରେ ଦେଖିବାର କ୍ଷମତା ହରାଇଥାଏ। ବୈଜ୍ଞାନିକମାନେ ଏହି ନୂତନ ରୋଗର ନାମ ରଖିଛନ୍ତି ଏଲ୍-ଓଆର୍ଡି। ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଜୀବନର ଅଧିକାଂଶ ସମୟ ଭଲ ଭାବରେ ଦେଖିପାରନ୍ତି। କିନ୍ତୁ ବୟସ ବଢ଼ିବା ସହିତ ଧୀରେ ଧୀରେ ଆଖିକଡ଼ ପାଖର ଦୃଷ୍ଟିଶକ୍ତି କମିବାକୁ ଲାଗେ।
ସନ୍ଧ୍ୟା ସମୟରେ କିମ୍ବା କମ୍ ଆଲୋକ ଥିବା ସ୍ଥାନରେ ଦେଖିବାରେ ଏହି ରୋଗୀମାନଙ୍କୁ ପ୍ରବଳ କଷ୍ଟ ହୋଇଥାଏ। ଆମ ଆଖିର ଇଏଫ୍ଇଏମ୍ପି୧ ନାମକ ଜିନ୍ରେ ପି.ଏଆର୍ଜି୧୪୦ଟିଆର୍ପି ପରିବର୍ତ୍ତନ ହେବା ଯୋଗୁଁ ଆଖିର କୋଷଗୁଡ଼ିକ ମଧ୍ୟରେ ଏକ ଅସ୍ବାଭାବିକ ମୋଟା ସ୍ତର ଜମା ହୋଇଯାଏ। ଫଳରେ ଆଖିର ରୋଡ୍ ଫୋଟୋରିସିପ୍ଟର୍ ଠିକ୍ ଭାବେ କାମ କରିପାରନ୍ତି ନାହିଁ। ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ଏହି ରୋଗକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରିବା ଖୁବ୍ କଷ୍ଟକର। କିନ୍ତୁ ଏହାର ସବୁଠାରୁ ବଡ଼ ସଙ୍କେତ ହେଉଛି ଉଜ୍ଜ୍ୱଳ ଆଲୋକରୁ ହଠାତ୍ କମ୍ ଆଲୋକ କିମ୍ବା ଅନ୍ଧାର ସ୍ଥାନକୁ ଗଲେ ଆଖି ସାଧାରଣ ଅପେକ୍ଷା ବହୁତ ଧୀରେ ଖାପ ଖୁଆଇବା।
Education: ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅଣ୍ଟା ଭିଡ଼ିଲେ ୫ଟି ପଞ୍ଚାୟତବାସୀ
ଆଖିର ଦୃଷ୍ଟି-କୋଷଗୁଡ଼ିକ ନଷ୍ଟ ହେବା ପୂର୍ବରୁ ହିଁ ଅନ୍ଧାରରେ ଦୃଷ୍ଟିଶକ୍ତି ଫେରିବାର ଏହି ଧୀର ପ୍ରକ୍ରିୟାକୁ ମାପି ଡାକ୍ତରମାନେ ରୋଗର ଉପସ୍ଥିତି ଜାଣିପାରିବେ। ଏହି ରୋଗ ଉପରେ ଅଧିକ ଗବେଷଣା ଚାଲିଛି। ତେବେ ଗବେଷକମାନଙ୍କ ମତରେ, ବୟସାଧିକ୍ୟ ଯୋଗୁଁ ହେଉଥିବା ମ୍ୟାକୁଲାର୍ ଡିଜେନେରେସନ୍ ଭଳି ଅନ୍ୟାନ୍ୟ ସାଧାରଣ ଆଖି ରୋଗର କାରଣ ଓ ନିରାକରଣ ଖୋଜିବାରେ ଏହି ନୂଆ ଆବିଷ୍କାର ବହୁତ ସାହାଯ୍ୟ କରିବ। ‘ଜାମା ଓଫ୍ଥାଲ୍ମୋଲୋଜି’ ଜର୍ଣ୍ଣାଲ୍ରେ ପ୍ରକାଶିତ ଏହି ଅନ୍ତର୍ଜାତୀୟ ଅଧ୍ୟୟନରେ ଆମେରିକା, ସ୍କଟ୍ଲାଣ୍ଡ, ସ୍ୱିଜରଲାଣ୍ଡ, ଚେକ୍ ରିପବ୍ଲିକ୍ ଓ ଜର୍ମାନୀର ଅଭିଜ୍ଞ ଗବେଷକମାନେ ସାମିଲ୍ ଥିଲେ।

1 hour ago
2


