ARTICLE AD BOX
ରଣପୁର (ବିଶ୍ବରଞ୍ଜନ ଆଚାର୍ଯ୍ୟ): ନୟାଗଡ଼ ଜିଲ୍ଲାଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଞ୍ଚଳରେ ଆଜି (ସୋମବାର) ପୂର୍ବାହ୍ଣରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ୭୭ ତମ ବନମହୋତ୍ସବ ସପ୍ତାହ -୨୦୨୬ ପାଳିତ ହୋଇଯାଇଛି।
ଏହି ବନମହୋତ୍ସବରେ ମୂଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ରଣପୁର ବ୍ଲକ୍ ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା, ବିଡିଓ ମନୋଜ କୁମାର ନାୟକ, ତହସିଲଦାର ଡ ଆର୍ଯ୍ୟ କୁମାର ସର୍ବଦମନ, ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ରଙ୍ଗୀନ୍ ମହାନ୍ତି, କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର, ଗୋପାଳପୁର ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ତରେଇ, ଖୋର୍ଦ୍ଧା ବନଖଣ୍ଡର ସହକାରୀ ଗଜାନନ ରେଡୀ, ବନ ସରଂକ୍ଷକ ଶୁଶାନ୍ତ କୁମାର ବନ୍ଧ, ଦେବାଶିଷ ଭୋଇ ଯୋଗଦେଇଥିଲେ।
/filters:format(webp)/sambad/media/media_files/2026/07/06/vana-mohatsav1-2026-07-06-18-20-14.jpeg)
ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ, ଏହି ବନମହୋତ୍ସବର ଲକ୍ଷ୍ୟ ହେଉଛି ଅଧିକରୁ ଅଧିକ ବୃକ୍ଷରୋପଣ କରିବା ଓ ବୃକ୍ଷ ବଡ଼ ହେବା ପର୍ଯ୍ୟନ୍ତ ଠିକ୍ ଭାବରେ ଯତ୍ନ ନେବା। ସମାଜକୁ ବାର୍ତ୍ତା ଦେବା ଯେ ସମସ୍ତେ ନିଜ ମା’ଙ୍କ ପାଇଁ ଗଛଟିଏ ଲଗାଇବା। ଉପସ୍ଥିତ ସମସ୍ତଙ୍କୁ ଗୋଟିଏ ବୃକ୍ଷ ରୋପଣ କରିବା ନିମନ୍ତେ ବାଚସ୍ପତି ସୁରମା ପାଢ଼ୀ ନିଜ ବକ୍ତବ୍ୟ ରେ କହିଥିଲେ । ରଣପୁର ବନ ବିଭାଗ ତରଫରୁ ଆଜି ୧୦୦୦ ରୁ ଊର୍ଦ୍ଧ୍ଵ ବୃକ୍ଷ ରୋପଣ କରାଯାଇଅଛି,। ଆଗକୁ ଆହୁରି ୧୦୦୦୦ ବୃକ୍ଷରୋପଣ କରାଯିବ ବୋଲି ରଣପୁର ବନାଞ୍ଚଳ ଅଧିକାରୀ ସିଦ୍ଧୁ ଚରଣ ସିଂ ତାଙ୍କ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଜନସାଧାରଣ ଓ ରଣପୁର ବନାଞ୍ଚଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସୁଚାରୁ ରୁପେ ସମ୍ପାଦନ କରିଥିଲେ ।

1 hour ago
1


