58 acres of land: ମହାପ୍ରଭୁଙ୍କ ଖାତାକୁ ଫେରିବ ୩୦୦ କୋଟି ଟଙ୍କାର ୫୮ ଏକର ଜମି: ୧୯୫୧ରେ ଜମି ଲିଜ୍‌ ନେଇ ନିଜ ନାମରେ ପଟ୍ଟା କରିଦେଇଥିଲେ

1 hour ago 1
ARTICLE AD BOX

କଟକ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଖାତାକୁ ଫେରିବାକୁ ଯାଉଛି ୫୮ ଏକର ଜମି। ଏହାର ମୂଲ୍ୟ ୩୦୦ କୋଟିରୁ ଅଧିକ ଟଙ୍କା ହେବ ‌ବୋଲି ଆକଳନ କରାଯାଉଛି। ଏକରାଜାତ ମାହଲ ଜମି ସମ୍ପର୍କିତ ଦୀର୍ଘଦିନର ଏହି ମାମଲାର ରାୟ ପ୍ରକାଶ ପରେ ଖୋର୍ଦ୍ଧାଜିଲ୍ଲା ଜଟଣୀ ଅଧୀନ କୁଦିଆରି ମୌଜାରେ ବ୍ୟକ୍ତିଗତ ଦଖଲରେ ଥିବା ଶ୍ରୀଜଗନ୍ନାଥଙ୍କ ଜମି ଶ୍ରୀମନ୍ଦିର ପରିଚାଳନା କମିଟିକୁ ଫେରିବାକୁ ଯାଉଛି। ବୋର୍ଡ ଅଫ୍ ରେଭେନ୍ୟୁର ସଦସ୍ୟ ସତ୍ୟବ୍ରତ ସାହୁ ମାମଲାର ଶୁଣାଣି କରି ଦାଖଲ ହୋଇଥିବା ଦୁଇଟି ରିଭିଜନ୍ ପିଟିସନ୍‌କୁ ମଞ୍ଜୁର କରିବା ସହ ଜଟଣୀ ତହସିଲଦାରଙ୍କୁ ବିବାଦୀୟ ଜମିର ହାଲ ପଟ୍ଟାରେ ସଂଶୋଧନ ନିର୍ଦ୍ଦେଶ ଦେଇଛନ୍ତି। ଜମିଗୁଡ଼ିକୁ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିଙ୍କ ନାମରେ ଓ ‘ଅନାବାଦୀ-ପୁରାତନ ପତିତ’ କିସମରେ ରେକର୍ଡ କରିବାକୁ ଜଣାଇଛନ୍ତି। ମନ୍ଦିର ପରିଚାଳନା କମିଟି ତରଫରୁ ଆଇନଜୀବୀ ଅମ୍ବିକା ପ୍ରସାଦ ମିଶ୍ର ମାମଲା ପରିଚାଳନା କରୁଥିଲେ। 

Customs Duty: ଇଲେକ୍ଟ୍ରୋନିକ୍ସ, ବ୍ୟାଟେରି ଉପକରଣ ସୀମା ଶୁଳ୍କ ଛାଡ଼

ବିବରଣୀ ମୁତାବକ, କୁଦିଆରି ମୌଜାର ୫୮ ଏକର ଜମି ମାଲିକାନାରେ ପରିବର୍ତ୍ତନ କରାଯାଇଥିଲା। ଶୁଣାଣି ବେଳେ ମନ୍ଦିର ପକ୍ଷରୁ ଦାବି କରାଯାଇଥିଲା ଯେ ୧୯୫୧ ମସିହାରେ ଏକ ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ ପାଇଁ ଦିଆଯାଇଥିବା ଦୀର୍ଘମିଆଦୀ ଲିଜ୍ ଆଇନସମ୍ମତ ନଥିଲା। ସେହି ଲିଜ୍‌କୁ ଆଧାର କରି ପରବର୍ତ୍ତୀ ସମୟରେ ହାଲ ରେକର୍ଡରେ ସଂଶୋଧନ କରାଯାଇ ବେସରକାରୀ ପକ୍ଷ ତଥା ଏକ ସଂସ୍ଥା ନାମରେ ରେକର୍ଡ କରାଯାଇଥିଲା। ସେତେବେଳେ ପ୍ରଚଳିତ ଓଡ଼ିଶା ହିନ୍ଦୁ ଧର୍ମୀୟ ଏଣ୍ଡାଉମେଣ୍ଟ ଆଇନ, ୧୯୩୯ର ଧାରା ୫୮ ଅନୁଯାୟୀ ପାଞ୍ଚ ବର୍ଷରୁ ଅଧିକ ସମୟ ପାଇଁ ମନ୍ଦିରର ଅଚଳ ସମ୍ପତ୍ତିକୁ ଲିଜ୍ ଦେବାକୁ ହେଲେ ଏଣ୍ଡାଉମେଣ୍ଟ କମିସନରଙ୍କ ପୂର୍ବ ଅନୁମୋଦନ ବାଧ୍ୟତାମୂଳକ ଥିଲା। କିନ୍ତୁ ଏହି ମାମଲାରେ ଏପରି କୌଣସି ଅନୁମୋଦନ ହାସଲ କରାଯାଇଥିବା ପ୍ରମାଣ ପ୍ରତିପକ୍ଷଙ୍କ ପକ୍ଷରୁ ଦାଖଲ କରାଯାଇପାରି ନଥିଲା। କେବଳ ଲିଜ୍ ଦଲିଲ ପଞ୍ଜୀକୃତ ହୋଇଥିବାରୁ ତାହା ଆଇନସମ୍ମତ ନୁହେଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। କୋର୍ଟ କହିଛନ୍ତି, ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ ପାଇଁ ଜମି ଲିଜ୍‌ ଦିଆଯାଇଥିଲା। କିନ୍ତୁ ମାମଲାରେ ଉପସ୍ଥାପିତ ଦସ୍ତାବିଜରୁ ଏପରି କୌଣସି ଶିଳ୍ପ ପ୍ରତିଷ୍ଠାନ ବାସ୍ତବରେ ସ୍ଥାପିତ ହୋଇଥିବା କିମ୍ବା ମନ୍ଦିର କୌଣସି ଆର୍ଥିକ ଲାଭ ପାଇଥିବାର ପ୍ରମାଣ ମିଳିନାହିଁ। ତହସିଲଦାରଙ୍କ ରିପୋର୍ଟରୁ ବିବାଦୀୟ ଜମି ଏବେ ମଧ୍ୟ ଖାଲି ପଡ଼ିଥିବା ଉଲ୍ଲେଖ ରହିଛି। ତେଣୁ ୧୯୬୫ ମସିହାରେ ପ୍ରସ୍ତୁତ ହାଲ ରେକର୍ଡରେ ଆଇନଗତ ତ୍ରୁଟି ରହିଛି।

Neglect: ବାରଣ୍ଡାର ଆଶ୍ରୟ ନେଉଛନ୍ତି ନାରାଣପୁର ପଞ୍ଚାୟତବାସୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.