52 insulin injections: କିମାଶ୍ଚର୍ଯ୍ୟମ୍‌: ଏଣିକି ବର୍ଷକୁ ୩୬୫ ବଦଳରେ ୫୨ଟି ଇନ୍‌ସୁଲିନ୍‌ ଇଞ୍ଜେକ୍ସନ୍‌

1 month ago 15
ARTICLE AD BOX

ଡେନ୍‌ମାର୍କର ଔଷଧ ନିର୍ମାତା କମ୍ପାନି ‘ନୋଭୋ ନୋର୍ଡିସ୍କ’ ଭାରତରେ ‘ଏଵିକ୍‌ଲି’ (ଇନ୍‌ସୁଲିନ୍‌ ଆଇକୋଡେକ୍‌)ର ଉନ୍ମୋଚନ କରିଛି। ମଧୁମେହ ବା ଡାଇବେଟିସ୍‌ରେ ପୀଡ଼ିତ ଲୋକଙ୍କ ପାଇଁ ଏହି ଔଷଧ ଖୁବ୍ ଆଶ୍ବସ୍ତିକର ବୋଲି କୁହାଯାଉଛି, କାରଣ ଉଭୟ ଟାଇପ୍‌ ୧ ଓ ଟାଇପ୍‌ ୨ ଡାଇବେଟିସ୍‌ ରୋଗୀମାନେ ସପ୍ତାହକୁ ଥରେ ମାତ୍ର ଏହି ଇଞ୍ଜେକ୍ସନ୍ ନେଇ ନିଜର ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିପାରିବେ। ପ୍ରତି ଦିନ ଆଉ ଇଞ୍ଜେକ୍ସନ୍‌ ନେବାକୁ ପଡ଼ିବ ନାହିଁ। ଫଳରେ ଦୈନିକ ଦେହରେ ଛୁଞ୍ଚି ଫୋଡ଼ିବାର ଝଞ୍ଜଟ ବା ଭୟ ଯୋଗୁଁ ଯେଉଁ ରୋଗୀମାନେ ଇନ୍‌ସୁଲିସ୍‌ ନେବା ଆରମ୍ଭ କରନ୍ତି ନାହିଁ ତାଙ୍କ ପାଇଁ ତାହା ଏବେ ସୁବିଧାଜନକ ହେବ।

Customs Duty: ଇଲେକ୍ଟ୍ରୋନିକ୍ସ, ବ୍ୟାଟେରି ଉପକରଣ ସୀମା ଶୁଳ୍କ ଛାଡ଼

‘ଏଵିକ୍‌ଲି’ ଔଷଧରେ ଇନ୍‌ସୁଲିନ୍‌ର ଘନତ୍ବ ଖୁବ୍ ବେଶୀ ହୋଇଥିବାରୁ ଏକ ଗ୍ରାମ୍‌ରେ ୭୦୦ ୟୁନିଟ୍‌ ରହିପାରୁଛି। ଫଳରେ ଦିନକୁ ୧୦ ୟୁନିଟ୍‌ ଇନ୍‌ସୁଲିନ୍‌ ନେବାକୁ ପଡୁଥିବା ରୋଗୀ ଏବେ ସପ୍ତାହକୁ ଗୋଟିଏ ଡୋଜ୍‌ରେ ଏକାବେଳେ ୭୦ ୟୁନିଟ୍‌ ଇନ୍‌ସୁଲିନ୍‌ ନେଇପାରିବେ। ଅଧିକ ସାନ୍ଦ୍ରତା ଯୋଗୁଁ ଶରୀର ସାତ ଦିନ ପର୍ଯ୍ୟନ୍ତ ଏହାକୁ ଧୀରେ ଧୀରେ ଗ୍ରହଣ କରିଥାଏ। ‘ଏଵିକ୍‌ଲି’ର ଏକ ଗ୍ରାମ୍‌ ପେନ୍‌ର ଦାମ ୨,୬୧୧ ଟଙ୍କା ରଖାଯାଇଛି। ତେଣୁ ଦିନକୁ ୧୦ ୟୁନିଟ୍‌ ଇନ୍‌ସୁଲିନ୍‌ ନେଉଥିଲେ ସପ୍ତାହକୁ ୨୬୧ ଟଙ୍କା ଖର୍ଚ୍ଚ ହେବ। ପୃଥିବୀର ସପ୍ତମ ଦେଶ ଭାବେ ଭାରତରେ ଏହି ଆଧୁନିକ ଔଷଧକୁ ଉନ୍ମୋଚନ କରାଯାଇଛି।

Horoscope 2026 July 10: ଜାଣନ୍ତୁ ଆଜିର ରାଶିଫଳ

Read Entire Article
LEFT SIDEBAR AD

Hidden in mobile, Best for skyscrapers.