4 Easy Ways to Strengthen Relationships : ତୁମପାଖେ ମୋ ପାଇଁ ସମୟ ନାହିଁ: ବ୍ୟସ୍ତବହୁଳ ଜୀବନରେ ସମ୍ପର୍କକୁ ମଜବୁତ୍ କରିବାର ୪ଟି ସହଜ ଉପାୟ

1 hour ago 2
ARTICLE AD BOX

ଭୁବନେଶ୍ୱର: ଆଜିକାଲିର ବ୍ୟସ୍ତମୟ ଜୀବନ, ଅଫିସ ଏବଂ ଦାୟିତ୍ୱ ମଧ୍ୟରେ ନିଜ ସାଥୀ (ପାର୍ଟନର)ଙ୍କୁ ସମୟ ଦେବା କଷ୍ଟକର ହୋଇପଡ଼େ। ଅନେକ ସମୟରେ ପାର୍ଟନରଙ୍କ ଅଭିଯୋଗ ଥାଏ ଯେ "ତୁମ ପାଖରେ ମୋ ପାଇଁ ସମୟ ନାହିଁ"। ତେବେ ସମ୍ପର୍କକୁ ମଜବୁତ୍ ରଖିବା ପାଇଁ ଘଣ୍ଟା ଘଣ୍ଟା ଧରି ଏକାଠି ରହିବା ଜରୁରୀ ନୁହେଁ। ଦିନସାରା ମାତ୍ର ୧୦ ମିନିଟ୍ ବାହାର କରି ଏହି ୪ଟି କାମ କଲେ ସମ୍ପର୍କରେ ନିବିଡ଼ତା ବୃଦ୍ଧି ପାଇବ |

ଆହୁରି ପଢନ୍ତୁ : OSWC Dividend ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ଦେଲା ୩ କୋଟି ଟଙ୍କା ଲାଭାଂଶ

୧. ଦିନକୁ ଥରେ ମନଖୋଲି କଥା ହୁଅନ୍ତୁ
ଦିନସାରା କଲ୍ ବା ଚାଟ୍ କରିବା ସମ୍ଭବ ନହେଲେ ବି, ଦିନରେ ମାତ୍ର ୧୦ ମିନିଟ୍ ବାହାର କରି ସାଥୀଙ୍କ ସହ କଥା ହୁଅନ୍ତୁ। ତାଙ୍କ ଦିନଟି କିପରି ବିତିଲା, କୌଣସି ସମସ୍ୟା ରହିଛି କି ନାହିଁ ତାହା ପଚାରି ବୁଝନ୍ତୁ ଏବଂ ଧ୍ୟାନ ସହକାରେ ତାଙ୍କ କଥା ଶୁଣନ୍ତୁ।

ଆହୁରି ପଢନ୍ତୁ : Supreme Court: ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

୨. ଗୋଟିଏ ସୁନ୍ଦର ମେସେଜ୍ ପଠାନ୍ତୁ
ଅଫିସ୍ କିମ୍ବା କାମରେ ଯେତେ ବ୍ୟସ୍ତ ଥିଲେ ବି ଦିନ ମଧ୍ୟରେ ଗୋଟିଏ ଛୋଟ ମେସେଜ୍ ପଠାନ୍ତୁ। ଯେପରିକି— "ତୁମ କଥା ମନେପଡ଼ୁଛି" କିମ୍ବା "ଆଶା କରେ ତୁମର ଆଜିର ଦିନଟି ଭଲ ବିତୁଥିବ"। ଏହି ଛୋଟ ମେସେଜ୍ ସାଥୀଙ୍କୁ ସ୍ୱତନ୍ତ୍ର ଅନୁଭବ କରାଇଥାଏ।

ଆହୁରି ପଢନ୍ତୁ:  SIR Hearing ଉପାନ୍ତରେ ଏସ୍‌ଆଇଆର୍‌ ଶୁଣାଣି ପ୍ରହସନ, ନାହାନ୍ତି ଅଧିକାରୀ, ଫେରୁଛନ୍ତି ଭୋଟର

୩. ଏକାଠି କୌଣସି ଛୋଟ ଆକ୍ଟିଭିଟି କରନ୍ତୁ
ଦିନରେ ୧୦ ମିନିଟ୍ ପାଇଁ ଭିଡିଓ କଲ୍‌ରେ ଏକାଠି ଚା’ ପିଅନ୍ତୁ, କୌଣସି ମଜାଦାର୍ ରୀଲ୍ ଶେୟାର୍ କରନ୍ତୁ କିମ୍ବା ଏକାଠି ଗୋଟିଏ ଗୀତ ଶୁଣନ୍ତୁ। ଏହି ଛୋଟ ଛୋଟ ମୁହୂର୍ତ୍ତଗୁଡ଼ିକ ସମ୍ପର୍କକୁ ଅଧିକ ନିବିଡ଼ କରିଥାଏ।

ଆହୁରି ପଢନ୍ତୁ :Jantar Mantar Lathi-Charge: ଜନ୍ତର ମନ୍ତର ପ୍ରତିବାଦରେ ଲାଠିଚାର୍ଜର ଜବାବ ଦେବେ ଅମିତ ଶାହ: ସଂସଦରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ...

୪. ସାଥୀଙ୍କ ପ୍ରଶଂସା କରନ୍ତୁ
ଆପଣଙ୍କ ପାର୍ଟନରଙ୍କ କୌଣସି ଭଲ ଅଭ୍ୟାସ, କଠିନ ପରିଶ୍ରମ କିମ୍ବା ସଫଳତା ପାଇଁ ତାଙ୍କର ପ୍ରଶଂସା କରନ୍ତୁ। ଭଲପାଇବାର ସହ କୁହାଯାଇଥିବା ଦୁଇଟି ମିଠା କଥା ସମ୍ପର୍କରେ ବିଶ୍ୱାସ ଓ ଆତ୍ମୀୟତାବଢ଼ାଇଥାଏ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.