4.14 lakh voters lost: କଟିଲେଣି ୪.୧୪ ଲକ୍ଷ ଭୋଟର: ସେପ୍ଟେମ୍ବର ୨୧ରେ ଚୂଡ଼ାନ୍ତ ତାଲିକା

55 minutes ago 2
ARTICLE AD BOX

ଭୁବନେଶ୍ବର: ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ନୋଟିସ୍ ପାଇଥିବା‌ ଲୋକଙ୍କଠାରୁ ଦାବି, ଆପତ୍ତି ଗ୍ରହଣ ପ୍ରକ୍ରିୟା ଆଜି ଶେଷ ହୋଇଛି। ଏହାସହ ଯେଉଁମାନେ ନୂଆ କରି ଭୋଟର ତାଲିକାରେ ସାମିଲ ହେବାକୁ ଆବେଦନ କରିଛନ୍ତି, ଏକାଧିକ ସ୍ଥାନ‌ରେ ଭୋଟର ତାଲିକାରେ ଥିବା ନାମ କାଟିବାକୁ ଆବେଦନ କରିଛନ୍ତି, ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କ ନାମ ଗୋଟିଏ ମତଦାନ କେନ୍ଦ୍ରରେ ରଖିବାକୁ ଆବେଦନ କରିଛନ୍ତି ସେମାନଙ୍କର ସେପ୍ଟେମ୍ବର ୧୭ ତାରିଖ ସୁଦ୍ଧା ଶୁଣାଣି ଶେଷ କରାଯିବ। ସେପ୍ଟେମ୍ବର ୨୧ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।

Monsoon rainfall: ୪୦ ବର୍ଷରେ ମୌସୁମୀ ବର୍ଷା ୧୧% ବଢ଼ିଛି

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ଆଜି ସୁଦ୍ଧା ମୋଟ ୫୮,୩୬,୪୩୦ ଜଣ ଭୋଟରଙ୍କ ନାମରେ ନୋଟିସ୍‌ ଜାରି କରାଯାଇଥିଲା। ସେଥିମଧ୍ୟରୁ ପ୍ରଶାସନିକ ତତ୍ପରତା ଯୋଗୁଁ ୫୮,୩୬,୩୭୪ ଜଣ ଭୋଟରଙ୍କ ନିକଟରେ ସଫଳତାର ସହ ନୋଟିସ୍‌ ପହଞ୍ଚାଯାଇଥିବାବେଳେ ନୋଟିସ୍‌ ପାଇଥିବା ସମସ୍ତ ଭୋଟରଙ୍କ ଶୁଣାଣି ଶେଷ କରାଯାଇଛି। ସେଥିରୁ ୫୪,୨୧,୮୭୨ଜଣଙ୍କ ନାମ ଭୋଟର ତାଲିକାରେ ବଜାୟ ରହିଛି। ଅର୍ଥାତ୍ ଆଜି ସୁଦ୍ଧା ଭୋଟର ତାଲିକାରୁ ୪,୧୪,୫୦୨ ଜଣ ଭୋଟରଙ୍କ ନାମ କଟିଛି। ଅର୍ଥାତ୍ ଏହି ୪ଲକ୍ଷରୁ ଅଧିକ ଭୋଟର ‌ଆବଶ୍ୟକୀୟ ବୈଧ ପ୍ରମାଣପତ୍ର କିମ୍ବା ଠିକ ତଥ୍ୟ ଦାଖଲ କରିବାରେ ଅସମର୍ଥ ହୋଇଛନ୍ତି। 

Mining bills: ଖଣି ବିଲ୍‌ ନେଇ ମୁହଁାମୁହିଁ: ‘ରାଜ୍ୟ ଅର୍ଥନୀତି ବିପଦରେ’ ଭୟଙ୍କର ଚକ୍ରାନ୍ତ, ଓଡ଼ିଶାବାସୀ ବରଦାସ୍ତ କରିବେନି

ସେହିପରି ଏବେ ସୁଦ୍ଧା ୨,୭୯,୩୧୫ ଜଣ ନୂତନ ନାଗରିକ, ଯୁବ ଭୋଟର ସେମାନଙ୍କ ନାମ ଭୋଟର ତାଲିକାରେ ଯୋଡ଼ିବା ପାଇଁ ଫର୍ମ-୬ ଜରିଆରେ ଆବେଦନ କରିଛନ୍ତି। ସେମାନଙ୍କର ଫର୍ମ ଯାଞ୍ଚ କରି ଚୂଡ଼ାନ୍ତ ଭୋଟର ତାଲିକାରେ ଯୋଡ଼ାଯିବ। ଏହା ବାଦ୍ ଯେଉଁ ଭୋଟରଙ୍କ ନାମ ଦୁଇଟି  ସ୍ଥାନରେ ଅଛି ସେମାନେ ଗୋଟିଏ ସ୍ଥାନରୁ ନାମ ହଟାଇ ଅନ୍ୟ ସ୍ଥାନରେ ରଖିବା, ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନାମ ବାଦ୍‌ ଦେବା ପାଇଁ ଫର୍ମ-୭ ଜରିଆରେ ୫୩,୬୨୫ଟି ଆବେଦନ ପ୍ରାପ୍ତ ହୋଇଛି। ସେମାନଙ୍କ ନାମ ବି ତାଲିକାରୁ କଟିବ। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍‌ ଗୋପାଳନ କହିଛନ୍ତି ଯେ ‌ଯେପରି କୌଣସି ଯୋଗ୍ୟ ନାଗରିକ ଭୋଟର ତାଲିକାରୁ ବଞ୍ଚିତ ନହୁଅନ୍ତି ଏବଂ କୌଣସି ଅଯୋଗ୍ୟଙ୍କ ନାମ  ଭୋଟର ତାଲିକାରେ ନ ରହେ ସେଥିପ୍ରତି ଦୃଷ୍ଟି ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.