33 kg of clothing, 1.8 kg crown: ୩୩ କିଲୋ ପୋଷାକ, ୧.୮ କିଲୋ ମୁକୁଟ

59 minutes ago 1
ARTICLE AD BOX

ପ୍ରଥମ ଥର ପାଇଁ ରାମଙ୍କ ଚରିତ୍ର ତୁଳନାରେ ରାବଣଙ୍କ ଚରିତ୍ରକୁ ଲୋକେ ଅଧିକ ଭଲପାଇବା ଦେଉଛନ୍ତି। ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ରାମାୟଣ: ପାର୍ଟ-୧’ରେ ରାବଣ ଭୂମିକାରେ ଥିବା ଅଭିନେତା ୟଶ୍‌ଙ୍କ ରୂପ ଓ ଅଭିନୟ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ଛାପ ଛାଡ଼ିବାରେ ସଫଳ ହୋଇଛି। ରାବଣ ଚରିତ୍ରକୁ ଜୀବନ୍ତ କରିବାରେ ୟଶ୍‌ଙ୍କ ପୋଷାକ ଓ ଅଳଙ୍କାରର ବେଶ୍‌ ଗୁରୁତ୍ୱ ରହିଛି।

Uncomfortable Unmarried Millennials: ପର୍ବରେ ଅସହଜ ଅବିବାହିତ ମିଲେନିଆଲ୍‌

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଚଳଚ୍ଚିତ୍ରରେ ତାଙ୍କର କେତେକ ପୋଷାକର ଓଜନ ପ୍ରାୟ ୩୩ କିଲୋଗ୍ରାମ ଥିବାବେଳେ ମୁକୁଟର ଓଜନ ଥିଲା ୧.୮ କିଲୋଗ୍ରାମ! ସୂର୍ପଣଖାଙ୍କ ବିବାହ ସମୟର ଦୃଶ୍ୟରେ ରାବଣ ସବୁଠାରୁ ଓଜନିଆ ପୋଷାକ ପରିଧାନ କରିଥିଲେ। ନିକଟରେ ଏକ ସାକ୍ଷାତ୍‌କାରରେ ଚଳଚ୍ଚିତ୍ରର ପୋଷାକ ଡିଜାଇନର୍‌ ସାନିଆ ସର୍ଦ୍ଦାରିଆ ଏ ସମ୍ପର୍କରେ ଖୁଲାସା କରିଛନ୍ତି। ଦଶାନନ ରାବଣଙ୍କ ରୂପ ପ୍ରସ୍ତୁତି ପଛର ପରିଶ୍ରମ ସମ୍ପର୍କରେ କହିବାକୁ ଯାଇ ସେ କହିଛନ୍ତି, ୟଶ୍‌ଙ୍କର କୌଣସି ପୋଷାକର ଓଜନ ୧୬ କିଲୋଗ୍ରାମରୁ କମ୍‌ ନଥିଲା।
ରାବଣଙ୍କ ମୁକୁଟର ଓଜନ କମାଇବା ପାଇଁ ଅନେକ ଚେଷ୍ଟା କରାଯାଇଥିଲେ ମଧ୍ୟ ଏହାକୁ ୧.୮ କିଲୋଗ୍ରାମରୁ ଆଉ କମ୍‌ କରିବା ସମ୍ଭବ ହୋଇ ନଥିଲା। ରାବଣଙ୍କ ବ୍ୟକ୍ତିତ୍ୱକୁ ଅଧିକ ଆକର୍ଷଣୀୟ କରିବାରେ ମୁକୁଟର ବିଶେଷ ଭୂମିକା ଥିବାରୁ ସେଥିରେ କୌଣସି ପ୍ରକାର ସାଲିସ୍‌ କରିବାକୁ ଚାହିଁ ନଥିଲେ କଷ୍ଟ୍ୟୁମ୍‌ ଡିଜାଇନର୍‌।

Re Sustainability: ବର୍ଜ୍ୟବସ୍ତୁ ପରିଚାଳନାରେ ବ୍ୟାପକ ଅନିୟମିତତା; ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କାର୍ଯ୍ୟାନୁଷ୍ଠାନ

ମୁକୁଟ, ଛାତିର କବଚ ଓ ଅନ୍ୟାନ୍ୟ ଅଳଙ୍କାର ଯୋଗୁଁ ୟଶ୍‌ ବେଳେବେଳେ ଠିକ୍‌ ଭାବେ ହଲ୍‌ଚଲ୍‌ ମଧ୍ୟ ହୋଇପାରୁ ନଥିଲେ। ଏଥିପାଇଁ ଏକାଧିକ ଦୃଶ୍ୟର ସୁଟିଂ ସମୟରେ ତାଙ୍କୁ ମଝିରେ ମଝିରେ ପୋଷାକର କିଛି ଅଂଶ ଖୋଲିବାକୁ ପଡୁଥିଲା। ତଥାପି ସେ ସୁଟିଂ ସେଟ୍‌ରେ ହସଖୁସିର ପରିବେଶ ବଜାୟ ରଖୁଥିଲେ। ଡିଜାଇନର୍‌ ସାନିଆ ଦୀର୍ଘ ୧୧ ବର୍ଷ ଧରି ୟଶ୍‌ଙ୍କ ସହ କାମ କରିଆସୁଥିବା ବେଳେ ଏହା ତାଙ୍କର ପ୍ରଥମ ପୌରାଣିକ ଚଳଚ୍ଚିତ୍ର। ରାବଣଙ୍କ ବ୍ୟକ୍ତିତ୍ୱ ଓ ତାଙ୍କର ବିଭିନ୍ନ ମାନସିକ ଦିଗକୁ ପୋଷାକ ମାଧ୍ୟମରେ ପ୍ରକାଶ କରିବା ଥିଲା ଟିମ୍‌ର ମୁଖ୍ୟ ଉଦ୍ଦେଶ୍ୟ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.