26 pass in Firearm Training: ଫାୟାର ଆର୍ମ ଟ୍ରେନିଂ ସାର୍ଟିଫିକେଟ୍‌ ଶିବିରରେ ୨୬ ଉତ୍ତୀର୍ଣ୍ଣ

1 hour ago 2
ARTICLE AD BOX

ଭୁବନେଶ୍ବର: ଓଡ଼ିଶା ରାଇଫଲ ସଂଘ ଆନୁକୂଲ୍ୟରେ ଫାୟାର ଆର୍ମ ଟ୍ରେନିଂ ସାର୍ଟିଫିକେଟ୍‌ ଶିବିର ସୋମବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ୨୬ଜଣ ଶିବିରାର୍ଥୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ସାର୍ଟିଫିକେଟ ହାସଲ କରିଛନ୍ତି। କଳିଙ୍ଗ ଷ୍ଟାଡିୟମ୍‌ର ୫୦ମିଟର ଫାୟାର ଆର୍ମ ସୁଟିଂ ରେଞ୍ଜଠାରେ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା।ଓଡ଼ିଶା ରାଇଫଲ ସଂଘର କୋଷାଧ୍ୟକ୍ଷ ବଳଭଦ୍ର ଦାସ ଓ ଆଇଏସ୍‌ଏସ୍‌ଏଫ୍‌ ପ୍ରଶିକ୍ଷକ ଆଶିଷ ନାୟକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଆହୁରି ପଢନ୍ତୁ :Slovenia: ସ୍ଲୋଭେନିଆରେ ଭାରତୀୟ ଦୂତାବାସ ବିକୃତୀକରଣକୁ ଏମ୍‌ଇଏର ନିନ୍ଦା

ଏହି ୩ଦିନିଆ ପ୍ରଶିକ୍ଷଣ ଶିବିରରେ ପରୀକ୍ଷାର୍ଥୀମାନଙ୍କୁ ରାଇଫଲ, ପିସ୍ତଲ ଓ ସଟ୍‌ଗନ୍‌ ଉପରେ ଜ୍ଞାନ, ବ୍ୟବହାର ବିଧି, ସୁରକ୍ଷା ନିୟମ, ବନ୍ଧୁକର ଯତ୍ନ ସହ ବନ୍ଧୁକଚାଳନା ପ୍ରଶିକ୍ଷଣ ଦିଆଯାଇଥିଲା। କୃତକାର୍ଯ୍ୟ ହୋଇଥିବା ଶିବିରାର୍ଥୀମାନଙ୍କୁ ଓଡ଼ିଶା ରାଇଫଲ ସଂଘର ସମ୍ପାଦକ ଡ. ହରିପ୍ରସାଦ ପଟ୍ଟନାୟକ ଏବଂ ସଭାପତି ଡ. ଗୌରି ମହାନ୍ତି ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରର ଆଗାମୀ ସଂସରଣ ଆସନ୍ତା ମାସରେ ଅନୁଷ୍ଠିତ ହେବ। କୃତୀ ପ୍ରତିଯୋଗୀମାନଙ୍କୁ ରାଜ୍ୟ ରାଇଫଲ୍‌ ସଂଘର ପୃଷ୍ଠପୋଷକ ତଥା ଜାତୀୟ ରାଇଫଲ୍‌ ସଂଘର ବରିଷ୍ଠ ଉପସଭାପତି କଳିକେଶ ନାରାୟଣ ସିଂହଦେଓ ଶୁଭେଚ୍ଛା ଜଣାଇଛନ୍ତି।

ଆହୁରି ପଢନ୍ତୁ :Indian Davis Cup team: ଭାରତୀୟ ‌ଡେଭିସ୍‌ କପ୍‌ ଦଳରେ ମାନସ ନୂଆମୁହଁ

ଶିବିରାର୍ଥୀମାନେ ହେଲେ: ନିର୍ମଳ କୁମାର ଜେନା, ଭୂପେନ୍ଦ୍ର ଅନୁ ଗୁଲିଆ, ଜ୍ଞାନପ୍ରକାଶ ନାୟକ, ବି ସୋମେଶ ରାୟ, ମହମ୍ମଦ ୟାସିର, ଆଖଣ୍ଡଳ ତାରିଣୀ ଜେନା, ରଜତ କୁମାର ସାହୁ, ବିଜୟ କୁମାର ଖଟୁଆ, ବି ମନୋଜ କୁମାର ରାଓ, ଚମନଦୀପ ସିଂହ, ଅରୁଣ ପ୍ରଧାନ, ତିଳକ ରାଜ ଠାକୁର, ନିହାରରଞ୍ଜନ ବେହେରା, ଶେଷଦେବ ନାଗ, ଆନନ୍ଦ ଶଙ୍କର କର୍ମକାର, ପ୍ରଦୀପ କୁମାର ମହାନ୍ତି, ମନୋଜ କୁମାର ମହାନ୍ତ, ଭଗବାନ ବେଣିଆ, ଶଙ୍କରସଣ ସାହୁ, ପୀତବାସ ନାୟକ, ରାଜେଶ କୁମାର ମହାପାତ୍ର, ପ୍ରଦୀପ୍ତ କୁମାର ମହାପାତ୍ର, ପ୍ରଦୀପ୍ତ କୁମାର ବିଶ୍ବାଳ, ଆୟୁଷ ବଂଶଲ, ସୌମ୍ୟରଞ୍ଜନ ସାହୁ, ମୋହନ ଚରଣ ନାଥ, ସନ୍ତୋଷ ନାୟକ ପଟେଲ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.