ARTICLE AD BOX
ରାଉରକେଲା: ପ୍ରଥମ କଟ୍ଅଫ୍ ତାଲିକା ପ୍ରକାଶିତ ହେବାପରେ ଆଜିଠାରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ଦୁଇ) ନାମଲେଖା ଆରମ୍ଭ ହୋଇଯାଇଛି। ଚଳିତ ଶିକ୍ଷାବର୍ଷର ନାମଲେଖା ପାଇଁ ଗତକାଲି ପ୍ରଥମ କଟ୍ଅଫ୍ ତାଲିକା ପ୍ରକାଶିତ ହୋଇଥିଲା। ତେବେ ପୂର୍ବବର୍ଷ ଭଳି ଏଥର ମଧ୍ୟ ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମ୍ୟୁନିସିପାଲ ଓ ଇସ୍ପାତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ପାଲଟିଛି।
Tension: ନର୍ସିଂ କଲେଜ୍ ଛାତ୍ରଛାତ୍ରୀଙ୍କ ଧାରଣା: ଫକୀର ମୋହନ ବିଶ୍ବବିଦ୍ୟାଳୟରେ ଉତ୍ତେଜନା
ଏହି ତିନି କଲେଜରେ ସର୍ବାଧିକ କଟ୍ଅଫ୍ ମାର୍କ୍ ରେକର୍ଡ କରାଯାଇଛି, ଯାହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ଅନୁଷ୍ଠାନଗୁଡ଼ିକ ପ୍ରତି ଥିବା ପ୍ରବଳ ଆଗ୍ରହ ଓ ଚାହିଦାକୁ ସ୍ପଷ୍ଟ କରେ। କଳା, ବିଜ୍ଞାନ ଓ ବାଣିଜ୍ୟ ସମସ୍ତ ବିଭାଗରେ ଏହି କଲେଜଗୁଡ଼ିକର କଟ୍ଅଫ୍ ଅନ୍ୟ କଲେଜ ତୁଳନାରେ ଯଥେଷ୍ଟ ଅଧିକ ରହିଛି।
୧୫ ତାରିଖ ଯାଏ ଚାଲିବ ପ୍ରଥମ ପର୍ଯ୍ୟାୟ ନାମଲେଖା
ପ୍ରଥମ ପର୍ଯ୍ୟାୟ ଚୟନରେ ସ୍ଥାନ ପାଇଥିବା ଯୋଗ୍ୟ ମେଧାବୀ ଛାତ୍ରଛାତ୍ରୀ ଆଜିଠାରୁ ନାଁ ଲେଖାଇବା ଆରମ୍ଭ କରିଦେଇଛନ୍ତି। ପ୍ରଥମ ପର୍ଯ୍ୟାୟ ନାମଲେଖା ଆସନ୍ତା ୧୫ ତାରିଖ ଯାଏ ଚାଲିବ। ପ୍ରଥମ ତାଲିକାରେ ସ୍ଥାନ ପାଇନଥିବା କିମ୍ବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବଦଳାଇବାକୁ ଚାହୁଁଥିବା ପିଲାମାନେ ପରବର୍ତ୍ତୀ ସ୍ଲାଇଡ୍-ଅପ୍ ପ୍ରକ୍ରିୟା ଓ ଦ୍ୱିତୀୟ କଟ୍ଅଫ୍ ତାଲିକାକୁ ଅପେକ୍ଷା କରିଛନ୍ତି। ଉଲ୍ଲେଖଯୋଗ୍ୟ, ଦ୍ବିତୀୟ ପର୍ଯ୍ୟାୟ କଟ୍ଅଫ୍ ତାଲିକା ଆସନ୍ତା ୨୩ ତାରିଖରେ ପ୍ରକାଶିତ ହେବ। ପରେ ୨୪ରୁ ୨୮ ତାରିଖ ଯାଏ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ ହେବ।

1 hour ago
1


