ARTICLE AD BOX
ଭୁବନେଶ୍ୱର: ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ ‘ବିଭାଜନର ବିଭୀଷିକା ସ୍ମୃତି ଦିବସ’ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶ ବିଭାଜନର କଳା ଅଧ୍ୟାୟ, ଅମାନୁଷିକ ଯନ୍ତ୍ରଣା ଓ ଏହାର ଭୟାବହ ବାସ୍ତବତାକୁ ସ୍ମରଣ କରିଛନ୍ତି। ଏହା କେବଳ ଅତୀତର ଦୁଃଖଦ ଅଧ୍ୟାୟକୁ ସ୍ମରଣ କରିବାର ଦିନ ନୁହେଁ ବରଂ ଏହାକୁ ଦେଶର ଏକତା ଓ ଅଖଣ୍ଡତା ପାଇଁ ‘ସଂକଳ୍ପ ଦିବସ’ ଭାବେ ପାଳନ କରିବାକୁ ଶପଥ ନେବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି।
Independence Day 2026: ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାରେ ଉଡ଼ାଇଲେ ତ୍ରିରଙ୍ଗା
ଦେଶର ଏକତା ଓ ଅଖଣ୍ଡତା ପାଇଁ ଏହା ସଂକଳ୍ପ ଦିବସ
ଯୁବପିଢ଼ି ଜାଣନ୍ତୁ ସତ୍ୟ: ଏନ୍ସିଇଆର୍ଟି ପୁସ୍ତକରେ ‘ବିଭାଜନର ବିଭୀଷିକା’
ଦେଶ ବିଭାଜନର ଭୟାନକ ତଥ୍ୟ ଉପସ୍ଥାପନ କରି ସେ କହିଛନ୍ତି ଯେ ୧୯୪୭ ମସିହାର ବିଭାଜନ କେବଳ ଦୁଇ ଦେଶର ସୀମାରେଖା ନିର୍ଦ୍ଧାରଣ ନ ଥିଲା ବରଂ ଏହା ମାନବ ସଭ୍ୟତାର ସବୁଠାରୁ ବଡ଼ ସ୍ଥାନାନ୍ତରଣ ଥିଲା। ବିଭିନ୍ନ ସୂତ୍ରରୁ ମିଳିଥିବା ଆକଳନ ଅନୁଯାୟୀ, ପ୍ରାୟ ଦେଢ଼ କୋଟି ଲୋକ ନିଜର ଭିଟାମାଟି ଛାଡ଼ି ଦେଶାନ୍ତର ହୋଇଥିଲେ। ଏହି ସମୟରେ ଘଟିଥିବା ସାମ୍ପ୍ରଦାୟିକ ହିଂସାରେ ୫ ଲକ୍ଷରୁ ୨୦ ଲକ୍ଷ ନିରୀହ ଲୋକଙ୍କର ଜୀବନ ଯାଇଥିଲା ଏବଂ ୫୦ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଅପହରଣ, ଦୁଷ୍କର୍ମ ଓ ନିର୍ଯାତନାର ଶିକାର ହେବାକୁ ପଡ଼ିଥିଲା।
ପାକିସ୍ତାନରୁ ଆସୁଥିବା ‘ବ୍ଲଡ୍ ଟ୍ରେନ୍’ ଓ ‘ଘୋଷ୍ଟ୍ ଟ୍ରେନ୍’ଗୁଡ଼ିକରେ କେବଳ ମୃତଦେହ ଭରି ରହିଥିଲା। ତତ୍କାଳୀନ ରାଜନୈତିକ ନେତୃତ୍ୱଙ୍କ ସଂକୀର୍ଣ୍ଣ ବ୍ୟକ୍ତିଗତ ସ୍ୱାର୍ଥ ଓ କ୍ଷମତା ଲୋଭ ଯୋଗୁ ଏହି ବିଭାଜନ ଘଟିଥିଲା। ସେ ସମୟରେ ମୁସ୍ଲିମ୍ ଲିଗ୍ ଓ କଂଗ୍ରେସର ନିଷ୍ପତ୍ତି ହିଁ ବିଭାଜନର ମୂଳ କାରଣ ଥିଲା ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ। ଏହି ଇତିହାସକୁ ଆଜିର ଯୁବପିଢ଼ି ଆଗରେ ଉଜାଗର କରିବା ପାଇଁ ଏନ୍ସିଇଆର୍ଟି ପାଠ୍ୟପୁସ୍ତକରେ ବିଭାଜନର ବିଭୀଷିକାକୁ ସ୍ଥାନିତ କରାଯାଇଛି। ଦେଶାନ୍ତର ହୋଇ ଆସିଥିବା ଶରଣାର୍ଥୀଙ୍କ ମଧ୍ୟରୁ ଲାଲକୃଷ୍ଣ ଆଡଭାନୀ, ସ୍ୱର୍ଗୀୟ ମନମୋହନ ସିଂହ ଓ ଫ୍ଲାଇଂ ଶିଖ୍ ମିଲ୍ଖା ସିଂହ ନିଜ କଠିନ ପରିଶ୍ରମ ବଳରେ ଶୀର୍ଷରେ ପହଞ୍ଚିଥିବା ବେଳେ ପାକିସ୍ତାନ ଯାଇଥିବା ମୁସଲମାନମାନଙ୍କୁ ଆଜି ବି ସେଠାରେ ‘ମୋହାଜିର୍’ ଭାବେ ନିନ୍ଦିତ କରାଯାଉଛି।
The tricolor capital: ତ୍ରିରଙ୍ଗାମୟ ରାଜଧାନୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୨୧ରୁ ଆରମ୍ଭ କରାଯାଇଥିବା ଏହି ‘ବିଭାଜନର ବିଭୀଷିକା ସ୍ମୃତି ଦିବସ’ ପାଳନ ଆମକୁ ଘୃଣା ଓ ବିଦ୍ୱେଷର ପରିଣାମ ପ୍ରତି ସଚେତନ କରାଏ। ଆସନ୍ତାକାଲି ସ୍ୱାଧୀନତା ଦିବସ ଆନନ୍ଦର ସହ ପାଳନ କରିବା ସହ ଦେଶର ସାର୍ବଭୌମତ୍ୱ, ସୁରକ୍ଷା, ଏକତା ଓ ଅଖଣ୍ଡତାକୁ ଅକ୍ଷୁଣ୍ଣ ରଖିବା ସେଥିପାଇଁ ସଜାଗ ରହିବାକୁ ସେ ଆହ୍ୱାନ ଦେଇଛନ୍ତି। ବିଧାୟକ ବାବୁ ସିଂ କହିଥିଲେ ଯେ ଆଜିର ଦିନଟି କେବଳ ଏକ ସାଧାରଣ ଦିବସ ନୁହେଁ, ଏହା ଇତିହାସର ଏକ କଳା ଅଧ୍ୟାୟ ଯେଉଁଥିରେ ଅସଂଖ୍ୟ ନିରୀହ ଲୋକ ହିଂସାର ଶିକାର ହୋଇଥିଲ। ବିଭାଜନ ନୁହେଁ ଏକତା ଓ ଅଖଣ୍ଡତା ଉପରେ ବିଶ୍ୱାସ ରଖି ଆଗକୁ ବଢ଼ିବାକୁ ସେ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ବିଜୟ କେତନ ଉପାଧ୍ୟାୟ, ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଚନ୍ଦ୍ରଶେଖର ହୋତା, ‘ଅର୍ଗାନାଇଜର’ ପତ୍ରିକାର ସମ୍ପାଦକ ପ୍ରଫୁଲ କେତ୍କର୍, ଦୁର୍ଗା ବାହିନୀର ରାଷ୍ଟ୍ରୀୟ ସଂଯୋଜିକା ସୁଶ୍ରୀ ପ୍ରଜ୍ଞା ମହଲା, ଭାରତୀୟ ଇତିହାସ ସଂକଳନ ସମିତିର ଅଧ୍ୟକ୍ଷ ବିକ୍ରମ କେଶରୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

8 hours ago
3


