ARTICLE AD BOX
ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ଚଳିତ ମାସ ୨୨ ତାରିଖରେ ଖେଳାଯିବାକୁ ଥିବା କଣ୍ଟିନେଣ୍ଟାଲ୍ ଟୁର୍ ସିଲଭର୍ ଲେବଲ୍ ମିଟ୍ରେ ୧୮ ଇଭେଣ୍ଟ୍ ଖେଳାଯିବ। ଭାରତରେ ପ୍ରଥମ ଥର ଆୟୋଜିତ ହେଉଥିବା ଏହି ଦିନିକିଆ ପ୍ରତିଯୋଗିତା ଲାଗି ବିଶ୍ବ ଦୌଡ଼କୁଦ ସୋମବାର ଉଭୟ ପୁରୁଷ ଓ ମହିଳାରେ ୯ ଲେଖାଏଁ ଇଭେଣ୍ଟ୍ ଘୋଷଣା କରିଛି। ପୁରୁଷରେ ୧୦୦, ୪୦୦, ୮୦୦, ୫୦୦୦ ମିଟର, ୧୧୦ ମିଟର ବାଧାଦୌଡ଼, ଉଚ୍ଚଡିଆଁ, ଲମ୍ବଡିଆଁ, ସଟ୍ପୁଟ୍ ଓ ଜାଭ୍ଲିନ୍। ମହିଳାରେ ଏହି ସମାନ ଇଭେଣ୍ଟ୍ ରହିଥିଲା ବେଳେ କେବଳ ସଟ୍ପୁଟ୍ ବଦଳରେ ଡିସ୍କସ୍ ରହିଛି। ଗତ ବର୍ଷ ଅଗଷ୍ଟରେ କଳିଙ୍ଗ ଷ୍ଟାଡିୟମ୍ରେ ଇଣ୍ଡିଆନ୍ ଓପନ୍ ବିଶ୍ବ ଆଥ୍ଲେଟିକ୍ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଚ ଲେଭଲ୍ ମିଟ୍ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ସିଲ୍ଭର୍ ଲେବଲ୍ ପ୍ରତିଯୋଗିତା ବିଶ୍ବ ଦୌଡ଼କୁଦ ‘ବି’ ବର୍ଗ ପଏଣ୍ଟ୍ ମିଳୁଥିଲା ବେଳେ ବ୍ରୋଞ୍ଜ ଲେବଲ୍ରେ ‘ସି’ ବର୍ଗ ପଏଣ୍ଟ୍ ମିଳିଥାଏ।
Dumper new rules: ଟିପର ଓ ଡମ୍ପର ପାଇଁ କଡ଼ା ନିୟମ ଜାରି କଲା କେନ୍ଦ୍ର
ବିଶ୍ବ ଦୌଡ଼କୁଦ ନିୟମ ଅନୁଯାୟୀ ସିଲଭର୍ ମିଟିଂରେ ମୋଟ ପୁରସ୍କାର ରାଶି ୭୫,୦୦୦ ଡଲାର (ପ୍ରାୟ ୭୨ ଲକ୍ଷ ଟଙ୍କା) ରହିଥାଏ। ଗତ ବର୍ଷ ଭୁବନେଶ୍ବରରେ ହୋଇଥିବା ବ୍ରୋଞ୍ଜ ମିଟିଂର ପୁରସ୍କାର ରାଶି ୨୫,୦୦୦ ଡଲାର (ପ୍ରାୟ ୨୪ ଲକ୍ଷ ଟଙ୍କା) ରହିଥିଲା। ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଜାପାନରେ ହେବାକୁଥିବା ଏସୀୟ କ୍ରୀଡ଼ା ପୂର୍ବରୁ ଏହି ପ୍ରତିଯୋଗିତା ଖେଳାଳିମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ଭାରତୀୟ ଖେଳାଳିମାନେ ବିଦେଶୀ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରି ଏସିଆ କ୍ରୀଡ଼ା ପୂର୍ବରୁ ନିଜକୁ ଆହୁରି ଶାଣିତ କରିବାର ସୁଯୋଗ ପାଇବେ। ସିଲ୍ଭର ପ୍ରତିଯୋଗିତା ସହ ଭାରତୀୟ ଦଳର ଏସିଆ କ୍ରୀଡ଼ା ଶେଷ ପ୍ରସ୍ତୁତି ଶିବିର କଳିଙ୍ଗ ଷ୍ଟାଡିୟମ୍ରେ ଅଗଷ୍ଟ ୧୮ରୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ଚାଲିବ। ଏଥିରେ ପ୍ରାୟ ୬୦ ଖେଳାଳି, ପ୍ରଶିକ୍ଷକ ଓ ସହାୟକ କର୍ମଚାରୀ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି। ସଂପ୍ରତି ପୋଲାଣ୍ଡରେ ପ୍ରଶିକ୍ଷଣ ନେଉଥିବା ଅଧିକାଂଶ ଖେଳାଳି ସିଲ୍ଭର ପ୍ରତିଯୋଗିତାରେ ଭାଗ ନେବାର ସମ୍ଭାବନା ଅଛି। ହେଲେ ଭାରତୀୟ ଦୌଡ଼କୁଦ ମହାସଂଘ ପକ୍ଷରୁ ଅଂଶଗ୍ରହଣକାରୀଙ୍କ ତାଲିକା ପ୍ରକାଶ ପାଇନି। ତଥାପି ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିଥିବା ଖେଳାଳିମାନେ ଭାରତୀୟ ଦଳରେ ସ୍ଥାନ ପାଇବାର ସମ୍ଭାବନା ରହିଛି।
Cyber Safety Awareness: ଶିକ୍ଷାନୁଷ୍ଠାନରେ ‘ସୁରକ୍ଷିତ ଡିଜିଟାଲ ଜୀବନ’ର ଗୁରୁମନ୍ତ୍ର ଦେଲା ପୁଲିସ
ଜାଭ୍ଲିନ୍ରେ କାଂସ୍ୟ ଜିତିଥିବା ଯଶବୀର ସିଂହ, ଲମ୍ବଡିଆଁଳି ମୁରଲୀ ଶ୍ରୀଶଙ୍କର, ଉଚ୍ଚଡିଆଁଳି ସର୍ବେଶ କୁଶାରେ, ଲମ୍ବଦୂରତା ଦୌଡ଼ାଳି ଗୁଲବୀର ସିଂହ, ଡିସ୍କସ୍ ଫିଙ୍ଗାଳି ସୀମା କାଲିରମ୍ନା ଏହି ପ୍ରତିଯୋଗିତାରେ ଖେଳିବା ପ୍ରାୟ ନିଶ୍ଚିତ ଅଛି। ତେବେ ଚଳିତ ମାସ ୨୧ ତାରିଖରେ ହେବାକୁ ଥିବା ଲୌସାନେ ଡାଇମଣ୍ଡ ଲିଗ୍ରେ ତାରକା ଜାଭ୍ଲିନ୍ ଫିଙ୍ଗାଳି ଅଲିମ୍ପିକ୍ସ ପଦକ ବିଜେତା ନୀରଜ ଚୋପ୍ରା ଭାଗନେଉଥିବାରୁ ସେ ଭୁବନେଶ୍ବର ଆସିବାର ସମ୍ଭାବନା କମ୍ ଅଛି।

3 days ago
6


