15th August: ୧୫ ଅଗଷ୍ଟରେ ବୁନ୍ଦି ବା ବୁନ୍ଦି ଲଡୁ କାହିଁକି ବଣ୍ଟାଯାଏ? ଜାଣନ୍ତୁ ଏହାର କାରଣ

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ଆପଣଙ୍କର ତ ମନେଥିବ ଯେତେବେଳେ ଆପଣ ସ୍କୁଲରେ ପଢୁଥିଲେ ସେତେବେଳେ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ନିଶ୍ଚୟ ସେଓ-ବୁନ୍ଦି ବା ବୁନ୍ଦି ଲଡୁ ଖାଇଥିବେ | ପ୍ରତ୍ୟେକ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଦେଶସାରା ପତାକା ଉତ୍ତୋଳନ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପରେ ମିଠା ବଣ୍ଟନ କରାଯାଏ। ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବୁନ୍ଦି କିମ୍ବା ବୁନ୍ଦି ଲଡୁ ବାଣ୍ଟିବାର ଏକ ସ୍ୱତନ୍ତ୍ର ପରମ୍ପରା ରହିଆସିଛି। ତେବେ ଆପଣଙ୍କ ମନକୁ କେବେ ପ୍ରଶ୍ନ ଆସିଛି କି ବଜାରରେ ଏତେ ମିଠା ଥିଲେ ବି ବୁନ୍ଦି ଲଡୁ କାହିଁକି ବଣ୍ଟାଯାଏ? ଆଜି ଆମେ ଆପଣଙ୍କୁ ଏହାର କାରଣ କହିବୁ |

ଆହୁରି ପଢନ୍ତୁ :Kidnap: ଅପହରଣ ମାମଲାରେ ମହିଳା ଗିରଫ, ନାବାଳିକା ଉଦ୍ଧାର

ବୁନ୍ଦି ବାଣ୍ଟିବାର ମୁଖ୍ୟ କାରଣ
ସହଜ ଓ କମ୍ ସମୟରେ ପ୍ରସ୍ତୁତ:ବୁନ୍ଦି ତିଆରି କରିବା ଅତ୍ୟନ୍ତ ସହଜ ଏବଂ କମ୍ ସମୟ ମଧ୍ୟରେ ଅଧିକ ପରିମାଣରେ ପ୍ରସ୍ତୁତ କରାଯାଇପାରେ। ୧୫ ଅଗଷ୍ଟରେ ଶହ ଶହ ଓ ହଜାର ହଜାର ଲୋକଙ୍କୁ ମିଠା ବାଣ୍ଟିବାକୁ ପଡ଼ୁଥିବାରୁ ଏହା ଏକ ଶ୍ରେଷ୍ଠ ବିକଳ୍ପ।

ଆହୁରି ପଢନ୍ତୁ :Indian wrestler Babita Phogat: କନ୍ୟା ସନ୍ତାନର ମା’ ହେଲେ ବବିତା

ଶସ୍ତା ଓ ସୁଲଭ: ଅନ୍ୟାନ୍ୟ ମିଠା (ଯେପରିକି ପେଡ଼ା, ବର୍ଫି କିମ୍ବା ଛେନା ମିଠା) ତୁଳନାରେ ବୁନ୍ଦିର ମୂଲ୍ୟ ବହୁତ କମ୍। ଏହା ଦ୍ୱାରା କମ୍ ଖର୍ଚ୍ଚରେ ବହୁସଂଖ୍ୟକ ଲୋକଙ୍କ ମୁହଁ ମିଠା କରାଯାଇପାରେ।

  ଆହୁରି ପଢନ୍ତୁ :Prajwal Revanna: ବେଙ୍ଗାଲୁରୁ ଜେଲ ଭିତରେ ଦୁଷ୍କର୍ମ ଦୋଷୀ ପ୍ରଜ୍ୱଳ ରେବନ୍ନାଠାରୁ ଆଣ୍ଡ୍ରଏଡ୍ ଫୋନ୍ ମିଳିଲା

ତ୍ରିରଙ୍ଗାର ରଙ୍ଗ ସହ ସାମଞ୍ଜସ୍ୟ: ବୁନ୍ଦିର ହଳଦିଆ ଓ କେଶରୀ ରଙ୍ଗ ଭାରତୀୟ ଜାତୀୟ ପତାକା (ତ୍ରିରଙ୍ଗା)ର କେଶରୀ ରଙ୍ଗ ସହ ମେଳ ଖାଏ।

 ଆହୁରି ପଢନ୍ତୁ :Amit Shah: ଦିଲ୍ଲୀ ଛାତ୍ର ଆନ୍ଦୋଳନ ପ୍ରସଙ୍ଗ: ସଂସଦରେ ବିତର୍କ ପାଇଁ ଗୃହମନ୍ତ୍ରୀ ଅମିତ ଶାହଙ୍କ ଆହ୍ୱାନ, ପ୍ରସ୍ତାବକୁ ଖାରଜ କଲେ ରାହୁଲ ଗାନ୍ଧୀ

ଖୁସି ଓ ଏକତାର ପ୍ରତୀକ
୧୯୪୭ ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନ ହେବା ପରେ ଖୁସି ପ୍ରକାଶ କରିବା ପାଇଁ ମିଠା ବଣ୍ଟାଯାଇଥିଲା। ସେହି ସମୟରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଆଜି ବି ଏକତା, ଆନନ୍ଦ ଓ ଦେଶପ୍ରେମର ପ୍ରତୀକ ଭାବେ ପିଢ଼ି ପରେ ପିଢ଼ି ଚାଲିଆସିଛି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.