ARTICLE AD BOX
ଦେଢ଼ଶହ ବର୍ଷ ବଞ୍ଚିବାକୁ ପୁଟିନ୍ ଆଶା ବାନ୍ଧିଛନ୍ତି। ଏହାକୁ ସାକାର କରିବାକୁ ରୁଷୀୟ ବୈଜ୍ଞାନିକମାନେ ପରୀକ୍ଷାନିରୀକ୍ଷା ଚଳାଇଛନ୍ତି। ଏଥିପାଇଁ ପୁଟିନଙ୍କ ଘନିଷ୍ଠ ବନ୍ଧୁ ମିଖାଇଲ୍ କୋଭାଲ୍ଚୁକ୍ଙ୍କ ନେତୃତ୍ବରେ ଥିବା ‘କୁର୍ଚାତୋଭ୍ ଇନ୍ଷ୍ଟିଚ୍ୟୁଟ୍’ ଓ ‘ପେତ୍ରୋଭ୍ସ୍କି ରଷିୟାନ୍ ରିସର୍ଚ ସେଣ୍ଟର୍ ଅଫ୍ ସର୍ଜରି’ ମିଳିତ ଭାବେ ଏକ ବ୍ଲଡ୍ ବ୍ୟାଙ୍କ୍ ଖୋଲିଛନ୍ତି। ସେ ବ୍ଲଡ୍ ବ୍ୟାଙ୍କ୍ରେ ବହୁ ବର୍ଷ ଜିଉଁଥିବା ବିଭିନ୍ନ ମାଙ୍କଡ଼ଙ୍କର ରକ୍ତ ନମୁନା ରଖାଯାଉଛି। ସେ ସବୁ ରକ୍ତ ପରୀକ୍ଷାରୁ ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ବିଶ୍ଳେଷଣ କରାଯିବ। ମଣିଷ ଆୟୁଷ ବଢ଼ାଇବା ନିମନ୍ତେ ଏହି ଗବେଷଣା ସହାୟକ ହେବ ବୋଲି କୁହାଯାଉଛି।
Education: 'ପ୍ରକଳ୍ପ ବିଦ୍ୟା'; ଖଣି ଅଂଚଳ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ବଣ୍ଟନ
କୋଭାଲ୍ଚୁକ୍ଙ୍କ ଗବେଷଣା ଅନୁଷ୍ଠାନରେ ବର୍ତ୍ତମାନ ୨୨ ପ୍ରଜାତିର ୭,୦୦୦ରୁ ଅଧିକ ମାଙ୍କଡ଼ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୮ରୁ ୩୦ ବର୍ଷ ବୟସ୍କ ମାଙ୍କଡ଼ଙ୍କ ଉପରେ ବିଶେଷ ଧ୍ୟାନ ଦେଇ ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି। ସେମାନଙ୍କର ଯାବତୀୟ ପରୀକ୍ଷା ଯଥା- ବାୟୋକେମିକାଲ୍ ଆନାଲିସିସ୍, ଷ୍ଟ୍ରକ୍ଚରାଲ୍ ଆନାଲିସିସ୍, ଭାସ୍କୁଲାର୍ ଷ୍ଟଡିଜ୍, ବ୍ରେନ୍ ସ୍କାନ୍ ଇତ୍ୟାଦି କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ କୋଭାଲ୍ଚୁକ୍ ପୁଟିନ୍ଙ୍କର ଅତି ଘନିଷ୍ଠ। ପୁଟିନ୍ ତାଙ୍କୁ ନିଜ ସାନଭାଇ ଭଳି ଶ୍ରଦ୍ଧା କରନ୍ତି। କୁହାଯାଏ ସେ ହିଁ ପୁଟିନ୍ଙ୍କୁ ବିଜ୍ଞାନ ବିଷୟରେ ଅନୌପଚାରିକ ପରାମର୍ଶ ଦିଅନ୍ତି। କୋଭାଲ୍ଚୁକ୍ଙ୍କ ନେତୃତ୍ବରେ ରୁଷ୍ ବର୍ତ୍ତମାନ ସରକାରୀ ସ୍ତରରେ ବାର୍ଦ୍ଧକ୍ୟ-ନିରୋଧୀ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛନ୍ତି।
Russia-Ukraine war: ଆମେରିକାର ଶାନ୍ତି ଉଦ୍ୟମ ସତ୍ତ୍ୱେ ରୁଷ୍-ୟୁକ୍ରେନ୍ରେ ରାତିସାରା ଆକ୍ରମଣ

22 minutes ago
1


