World Diabetes Day: ବିଶ୍ୱ ମଧୁମେହ ଦିବସ

17 minutes ago 1
ARTICLE AD BOX

ଆଜି ବିଶ୍ୱ ମଧୁମେହ ଦିବସ। ଇଣ୍ଟରନ୍ୟାସନାଲ୍ ଡାଇବେଟିସ୍ ଫେଡେରେସନ୍ ଏବଂ ୱାର୍ଲଡ ହେଲ୍‌ଥ ଅର୍ଗାନାଇଜେସନ୍ (ଡବ୍ଲ୍ୟୁଏଚ୍‌ଓ) ଦ୍ୱାରା ଏହି ଦିବସ ୧୯୯୧ରୁ ପାଳନ କରାଯାଉଛି। ଏହି ଦିବସ ପାଳନ କରିବାର ମୁଖ୍ୟ ଲକ୍ଷ୍ୟ ହେଲା ମଧୁମେହ ରୋଗ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ଏହି ରୋଗକୁ କିପରି ପ୍ରତିରୋଧ କରିହେବ ସେ ସମ୍ପର୍କରେ ଆଜିର ଦିନରେ ସଚେତନତା ବାର୍ତ୍ତା ପ୍ରଚାର କରାଯାଏ।

Conference: ନଭେମ୍ବର ୧୫ରୁ ଭୁବନେଶ୍ବରରେ ଅଖିଳ ଭାରତୀୟ ଆଦିବାସୀ ଲେଖକ ସମ୍ମିଳନୀ

ମଧୁମେହ ରୋଗ ସହିତ ଲିଭର୍‌ ବା ଯକୃତ ଓତପ୍ରୋତ ଭାବେ ଜଡ଼ିତ। ଲିଭର୍‌ ଶରୀରର ସବୁଠାରୁ ବଡ଼ ଗ୍ରନ୍ଥି। ରକ୍ତରେ ଶର୍କରା ପରିମାଣ ଅଧିକ ହେଲେ ଯକୃତ ଏହାକୁ ଗ୍ଲାଇକୋଜେନ୍‌ରେ ପରିଣତ କରି ନିଜ ଭିତରେ ସଞ୍ଚୟ କରି ରଖେ। ଉପବାସ ସମୟରେ ରକ୍ତରୁ ଗ୍ଲୁକୋଜର ପରିମାଣ କମିଗଲେ ଲିଭର ଗ୍ଲାଇକୋଜେନ୍‌କୁ ଗ୍ଲୁକୋଜରେ ପରିଣତ କରି ଶର୍କରାର ଭାରସାମ୍ୟ ରକ୍ଷା କରେ। ଯକୃତ ତା’ର କର୍ମ କରୁଥିବା ସମୟରେ ଶରୀର ମଧୁମେହ ରୋଗ ଦ୍ୱାରା ଆକ୍ରାନ୍ତ ହେଲେ ଯକୃତର ସମସ୍ୟା ବଢ଼ିଯାଏ। ମଧୁମେହ ରୋଗ ହେଲେ ଯକୃତ ଖରାପ ହୁଏ ଓ ଯକୃତ ଖରାପ ହେଲେ ମଧ୍ୟ ଶରୀର ମଧୁମେହ ରୋଗ ଦ୍ୱାରା ଆକ୍ରାନ୍ତ ହୁଏ।

Health: ୬ମାସରେ ଉଚ୍ଚରକ୍ତଚାପରେ ୮୧,୪୨୩, ମଧୁମେହରେ ୪୩,୭୮୪ରୋଗୀ ଚିକିତ୍ସାଧୀନ

ମଧୁମେହ ରୋଗରେ ଆକ୍ରାନ୍ତ ହେଲେ ୪୦-୭୦% କ୍ଷେତ୍ରରେ ଯକୃତରେ ଚର୍ବି ଜମିଯାଏ। ଏହାକୁ ଫ୍ୟାଟି ଲିଭର୍‌ କହନ୍ତି। ଅତ୍ୟଧିକ ଚର୍ବି ଜମିଲେ ଯକୃତ କୋଷରେ ଏକ ପ୍ରକାର ପ୍ରଦାହ ସୃଷ୍ଟି ହୋଇ ରକ୍ତରେ ଯକୃତ ପାଚକ ରସର ମାତ୍ରା ବୃଦ୍ଧିପ୍ରାପ୍ତ ହୁଏ। ଧୀରେ ଧୀରେ ଚର୍ବି ଜମିଲେ ଯକୃତ କୋଷର କ୍ଷତ ସୃଷ୍ଟି ହୋଇ ସଂଯୋଜକ ତନ୍ତୁରେ ମୋଟା ଦାଗ ଜମିଯାଏ। ଏହା ଯକୃତର କାର୍ଯ୍ୟ କ୍ଷମତାକୁ କମାଇ ଦିଏ ଓ ତନ୍ତୁମୟତା ଯୋଗୁଁ ଯକୃତ ସିରୋସିସ୍ ରୋଗର ସୃଷ୍ଟି ହୁଏ। ମଦ୍ୟପାନ ଓ ହେପାଟାଇଟିସ୍ ‘ବି’ ଓ ‘ସି’କୁ ବାଦ ଦେଲେ ମଧୁମେହ ରୋଗ ହେଉଛି ଲିଭର ସିରୋସିସ୍ ବ୍ୟାଧିର ମୁଖ୍ୟ କାରଣ। ଏ ବର୍ଷ ବିଶ୍ବ ମଧୁମେହ ଦିବସର ବିଷୟବସ୍ତୁ ହେଉଛି ‘ମଧୁମେହ ନେଇ ସଅଳ ପଦକ୍ଷେପ।’ ତେଣୁ ମଧୁମେହର ଲକ୍ଷଣ ଦେଖାଦେଲେ ପ୍ରଥମରୁ ସାବଧାନ ହୋଇ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ଚିକିତ୍ସା କରିବା ଏବଂ ବ୍ୟକ୍ତିଗତ ଓ ଜୀବନଶୈଳୀଗତ ବିପଦ ସମ୍ପର୍କରେ ଅବଗତ ହେବା ଉପରେ ଏଥର ଗୁରୁତ୍ବ ଦିଆଯାଉଛି।

- ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର
ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ
ମୋ: ୯୪୩୭୦୫୧୯୫୭

Read Entire Article
LEFT SIDEBAR AD

Hidden in mobile, Best for skyscrapers.