108 ambulance breakdown ରାସ୍ତାରେ ରହିଗଲା ୧୦୮ ଆମ୍ବୁଲାନ୍ସ,, ଚିକିତ୍ସା ନପାଇ ଶିଶୁକନ୍ୟାଙ୍କ ଜୀବନ ଗଲା

1 hour ago 1
ARTICLE AD BOX

ରୁପ୍ରା (ଅଜୟ ସେନାପତି):  କଳାହାଣ୍ଡି ଜିଲ୍ଲାରେ ପୁଣି ସାମ୍ନାକୁ ଆସିଛି ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର। ରାସ୍ତା ଉପରେ ଚକା ପମ୍ପ୍‌ଚେର୍‌ ହୋଇଯିବାରୁ ପ୍ରାୟ ୩ ଘଣ୍ଟା ଧରି ଅଟକିଲା ୧୦୮ ଆମ୍ବୁଲାନ୍ସ। ଠିକଣା ସମୟରେ ଚିକିତ୍ସା ମିଳିନପାରିବାରୁ ଆମ୍ବୁଲାନ୍‌ସରେଥିବା ଅସୁସ୍ଥ ନାବାଳିକାଙ୍କ ମୃତ୍ୟୁ ଘଟିଛି। 

Health Service crisis ଘୁ.ଉଦୟଗିରି ଅଞ୍ଚଳରେ କ୍ବାକ୍‌ ଭରସାରେ ସ୍ୱାସ୍ଥ୍ୟସେବା

ସୂଚନାନୁସାରେ, ନର୍ଲା ବ୍ଲକ୍‌ ତୁଳାପଡ଼ା ଗାଁର ରିୟା ନାୟକ (୧୧)ଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ। ଶେଷରେ ଆଜି ତାଙ୍କୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ। ସେଠାରେ ରିୟାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍‌କୁ ଆମ୍ବୁଲାନ୍‌ସ ଯୋଗେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ରାସ୍ତାରେ ଗୋହିରାପଦର ରେଳଫାଟକ ନିକଟରେ ଆମ୍ବୁଲାନ୍‌ସର ଚକ ପମ୍ପଚର ହୋଇଯାଇଥିଲା। ତେବେ ଆମ୍ବୁଲାନ୍‌ସରେ ଜରୁରୀକାଳୀନ ସ୍ଥିତିରେ ବ୍ୟବହାର ନିମନ୍ତେ ରଖାଯାଇଥିବା ଅତିରିକ୍ତ ଚକଟି ମଧ୍ୟ ଖରାପ ହୋଇରହିଥିଲା। 

Ambulance Delay: ଆମ୍ବୁଲାନ୍ସ ନ ମିଳିବାରୁ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ମୃତ୍ୟୁ

ଆମ୍ବୁଲାନ୍‌ସ ଚାଳକ ଅନ୍ୟ ଏକ ଆମ୍ବୁଲାନ୍‌ସକୁ ସହାୟତା ପାଇଁ କହିଥିଲେ। ସେହି ଆମ୍ବୁଲାନ୍‌ସ ପହଞ୍ଚିବା ବେଳକୁ ୩ ଘଣ୍ଟା ଅତିବାହିତ ହୋଇଯାଇଥିଲା।  ବିକଳ୍ପ ବ୍ୟବସ୍ଥା ନଥିବାରୁ ଗୁରୁତର ରୋଗୀ ଜଣକ ରାସ୍ତା ଉପରେ ୩ ଘଣ୍ଟା କାଳ ଅଟକି ରହି ମୃତ୍ୟୁ ସହ ସଂଗ୍ରାମ କରିଥିଲେ। ବିଳମ୍ବରେ ଯେତେବେଳେ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଗଲା, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

Ambulance: ଅଧାବାଟରେ ଆମ୍ବୁଲାନ୍ସରୁ ତେଲ, ଅକ୍ସିଜେନ୍‌ ସରିଗଲା: ରୋଗୀଙ୍କ ଜୀବନ ଗଲା

ଏଭଳି ସଂଘାତିକ ଅବହେଳାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ତେବେ ଆମ୍ବୁଲାନ୍ସ କର୍ମଚାରୀଙ୍କ ସୂଚନା ଅନୁଯାୟୀ ଆମ୍ବୁଲାନ୍ସର ଟାୟାର ଖରାପ ଥିବା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେହେଁ ସେମାନେ ଧ୍ୟାନ ଦେଇନଥିବା କହିଥିଲେ l ତେବେ ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ସ୍ବାସ୍ଥ୍ୟବିଭାଗର ଏଭଳି ଅବହେଳାକୁ ତୀବ୍ର ସମାଲୋଚନା କରାଯାଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.