୩୫ ବର୍ଷର ବିରହ ଓ ବିଚ୍ଛେଦ ବ୍ୟଥାର ଅନ୍ତ: ଅଳପୁଆରୁ ସିମଲା ଅବିଶ୍ବସନୀୟ ଯାତ୍ରା

5 days ago 6
ARTICLE AD BOX

ନୂଆଦିଲ୍ଲୀ(ବିଭୂତି ପତି): କେନ୍ଦ୍ରାପଡ଼ାଜିଲ୍ଲା ଅଳପୁଆ ପଞ୍ଚାୟତର ମୂଳ ବାସିନ୍ଦା ପ୍ରମିଳାଙ୍କ ୩୫ ବର୍ଷର ବିରହ, ବିଚ୍ଛେଦ ବ୍ୟଥାର ଅନ୍ତ ଘଟିଛି। ପ୍ରମିଳାଙ୍କ ହାତରେ ଖୋଦିତ ଓଡ଼ିଆ ଭାଷାର ଟାଟୁ, ସେ କହୁଥିବା ଓଡ଼ିଶାର କିଛି ସ୍ଥାନ ଇତ୍ୟାଦିକୁ ଆଧାର କରି ହିମାଚଳ ପ୍ରଦେଶର ‘ମିସନ୍‌ ଆପ୍ନୋ ତକ୍‌’ ପ୍ରୟାସରେ ୩୫ ବର୍ଷ ପରେ ନିଜ ପରିବାର ସହ ପୁଣି ଯୋଡ଼ି ହେବାର ସୁଯୋଗ ସୃଷ୍ଟି ହୋଇଛି। ଆସନ୍ତାକାଲି ହୁଏତ ସେ ହିମାଚଳରୁ ନିଜ ଗାଁକୁ ଫେରି ବନ୍ଧୁ, ପରିବାର ପରିଜନଙ୍କ ସହ ମିଶିବାର ସୌଭାଗ୍ୟ ଫେରି ପାଇବେ।

Business Perspective: ବଣିଜ ବିଚାର: କ୍ରୀଡ଼ା ସାମଗ୍ରୀ ଉଦ୍ୟୋଗ, ରାଜ୍ୟର ସ୍ଥିତି, ସୁଯୋଗ ଓ ସମ୍ଭାବନା

କିଛି ସରକାରୀ ରେକର୍ଡରେ ପ୍ରମିଳାଙ୍କ ନାମ ରହିଥିଲା ରାମକାଳୀ ମଲ୍ଲିକ। ରେକର୍ଡ ଅନୁଯାୟୀ, ୨୦୧୧ରୁ ୨୦୧୮ ପର୍ଯ୍ୟନ୍ତ ପ୍ରମିଳା ସିମଲାର ଏକ ମାନସିକ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ରହିଥିଲେ। ପରେ ସେଠାରୁ ସ୍ଥାନାନ୍ତର ହୋଇ ସିମଲା ନାରୀ ନିକେତନରେ ରହିଥିଲେ। ସେଠାରୁ ତାଙ୍କୁ ଭାଙ୍ଗରୋଟୁସ୍ଥିତ ଏକ ବୃଦ୍ଧାଶ୍ରମକୁ ନିଆଯାଇଥିଲା। ସେଠାରେ ‘ମିସନ୍‌ ଆପ୍ନୋ ତକ୍‌’ ଜରିଆରେ ତାଙ୍କ ପରିଚୟ ଓ ପରିବାରକୁ ଖୋଜିବାର ପ୍ରୟାସ ଆରମ୍ଭ ହୋଇଥିଲା। ପ୍ରଶାସନିକ ଅଧିକାରୀ ସ୍ମୃତିକା ନେଗୀ ଧର୍ମଶାଳା ବୃଦ୍ଧାଶ୍ରମକୁ ଯାଇ ପ୍ରମିଳାଙ୍କ ସହ ଆଲୋଚନା ଜରିଆରେ ତାଙ୍କ ମୂଳ ପରିଚୟ ଖୋଜିବାର ପ୍ରୟାସ ଆରମ୍ଭ କରିଥିଲେ। ପ୍ରମିଳା ବିଶେଷ ସୂଚନା ଦେଇପାରି ନଥିଲେ ବି ତାଙ୍କ ହାତରେ ଓଡ଼ିଆ ଭାଷାରେ ଖୋଦିତ ଏକ ଟାଟୁ ଓ ତାଙ୍କ ସହ ଆଲୋଚନା ସମୟରେ ସେ କଟକ ଓ କେନ୍ଦ୍ରାପଡ଼ାର କିଛି ସ୍ଥାନର ନାମ କହିବା ଫଳରେ ତାଙ୍କ ମୂଳ ଜାଗା ଖୋଜି ପାଇବାର ବାଟ ଫିଟିଥିଲା।

ପରିବାର ସହ ପୁନର୍ମିଳନ ଆଶାରେ ବିଭୋର ପ୍ରମିଳା

ପ୍ରମିଳା ନିଜ କଥା କହୁଥିବାର କିଛି ସ୍ୱଳ୍ପ ଭିଡିଓକୁ ହଜିଯାଇଥିବା ବ୍ୟକ୍ତି ତଥା ପରିବାରର ସନ୍ଧାନ କରୁଥିବା ସୁପରିଚିତ ବିଶେଷଜ୍ଞ ସବିତା ଚନ୍ଦା ଓ ଇଣ୍ଡିଆ କେୟାର୍ସକୁ ପଠାଯାଇଥିଲା। ସେମାନେ ଓଡ଼ିଶାରେ ପ୍ରମିଳାଙ୍କ ପରିବାରର ସନ୍ଧାନ କରିବାରେ ସହଯୋଗ କରିଥିଲେ। ଓଡ଼ିଶା ରେଳବାଇ ପୁଲିସ ଓ ଉପକୂଳ ସୁରକ୍ଷା ବିଭାଗର ଏଡିଜି ଅରୁଣ ବୋଥ୍ରାଙ୍କ ସହ ଯୋଗାଯୋଗ କରାଯାଇଥିଲା। ପ୍ରମିଳାଙ୍କ ପରିଚୟ ଖୋଜିବା କ୍ଷେତ୍ରରେ ଅମିତ କୁମାର ମଲ୍ଲିକ, ପ୍ରଣୟ କୁମାର ରାଉତ, ରାଜା ମଲ୍ଲିକ, କିନ୍ନୌରର ଡାକ୍ତର ଜୟଚାନ୍ଦ ନେଗୀ ପ୍ରମୁଖ ସହଯୋଗ କରିଥିଲେ। ବହୁଦିନର ପ୍ରୟାସ ଓ ଯାଞ୍ଚ ପରେ ଓଡ଼ିଶାରେ ପ୍ରମିଳାଙ୍କ ପରିବାରର ସନ୍ଧାନ ମିଳିଥିଲା। ବିଚ୍ଛେଦର ପ୍ରାୟ ୩୫ ବର୍ଷ ପରେ ପ୍ରମିଳା ଭିଡିଓ କଲ୍ ମାଧ୍ୟମରେ ନିଜ ପରିବାର ସହ କଥା ହୋଇଥିଲେ ବୋଲି ‘ସମ୍ବାଦ’କୁ ସୂଚନା ଦେଇଛନ୍ତି ସବିତା ଚନ୍ଦା।

Horoscope 2026 September 23: ଜାଣନ୍ତୁ ଆଜିର ରାଶିଫଳ...

ପ୍ରଶାସିକା ସ୍ମୃତିକା ନେଗୀ ଏହି ଘଟଣାରେ ଓଡ଼ିଶା ପୁଲିସର ସହଯୋଗକୁ ବିଶେଷ ସାଧୁବାଦ ଜଣାଇ ‘ସମ୍ବାଦ’କୁ କହିଛନ୍ତି ଯେ ଓଡ଼ିଶା ପୁଲିସ ଯଦି ଠିକ୍‌ ସମୟରେ ସହଯୋଗ ଦେଇ ନଥାନ୍ତା, ତେବେ ପ୍ରମିଳାଙ୍କର ଘରକୁ ଫେରିବା ଆଶା ହୁଏତ ମଉଳି ଯାଇଥାନ୍ତା। ସୂଚନା ଅନୁଯାୟୀ ପ୍ରମିଳାଙ୍କର ଗୋଟିଏ ୩୬ ବର୍ଷର ପୁଅ ରହିଛି। ତାଙ୍କ ସ୍ୱାମୀ ଅନ୍ୟତ୍ର ବିବାହ କରିଛନ୍ତି। ଖୁବ୍‌ଶୀଘ୍ର ପ୍ରମିଳାଙ୍କ ନିଖୋଜ ସଂପର୍କିତ ସଂପୂର୍ଣ୍ଣ ସୂଚନା ସ୍ପଷ୍ଟ ହୋଇଯିବ ବୋଲି ବରିଷ୍ଠ ଆଇପିଏସ୍‌ ଅରୁଣ ବୋଥ୍ରା କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.