Sensex: ସେନସେକ୍ସ ୧,୧୨୪ ପଏଣ୍ଟ ଖସିଲା: ନିବେଶକଙ୍କ ୯ ଲକ୍ଷ କୋଟି ଗୋଲ୍‌

59 minutes ago 2
ARTICLE AD BOX

ମୁମ୍ବାଇ: ଆମେରିକା-ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା, ଅଶୋଧିତ ତେଲ ଦର ବୃଦ୍ଧି, ଆମେରିକୀୟ ବଣ୍ଡ୍‌ର ସୁଧହାର ବଢ଼ିବା ଏବଂ ବିଦେଶୀ ନିବେଶକଙ୍କ ଲଗାତାର ସେୟାର ବିକ୍ରି ଯୋଗୁଁ ସୋମବାର ଭାରତୀୟ ସେୟାର ବଜାରରେ ବଡ଼ଧରଣର ହ୍ରାସ ଦେଖାଦେଇଛି।

Business Perspective: ବଣିଜ ବିଚାର: କ୍ରୀଡ଼ା ସାମଗ୍ରୀ ଉଦ୍ୟୋଗ, ରାଜ୍ୟର ସ୍ଥିତି, ସୁଯୋଗ ଓ ସମ୍ଭାବନା

ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନସେକ୍ସ ୧,୧୨୪ ପଏଣ୍ଟ ବା ୧.୫୨% ହ୍ରାସ ପାଇ ୭୨,୭୭୧.୭୨ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର  ନିଫ୍ଟି-୫୦ ୩୬୦ ପଏଣ୍ଟ ବା ୧.୫୬% ଖସି ୨୨,୭୮୦.୨୫ ପଏଣ୍ଟରେ ବନ୍ଦ ହୋଇଛି। ସେୟାର ବଜାର ନିମ୍ନମୁଖୀ ହେବା ଯୋଗୁଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପ୍ରାୟ ୮.୯୨ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୪୭୪ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି।

business

ସେୟାର ବଜାରରେ ହ୍ରାସ ଦେଖାଦେବାର ଏକ ପ୍ରମୁଖ କାରଣ ହେଉଛି ଆମେରିକା-ଇରାନ ଉତ୍ତେଜନା। ହର୍ମୁଜ୍‌ ପ୍ରଣାଳୀ ଦେଇ ତେଲ ପରିବହନକୁ ନେଇ ଅନିଶ୍ଚିତତା ବଢ଼ିବାରୁ ବ୍ରେଣ୍ଟ କ୍ରୁଡ୍‌ ଦର ବ୍ୟାରେଲ ପିଛା ପ୍ରାୟ ୧୦୭ ଡଲାରରେ ପହଞ୍ଚିଛି। ଭାରତ ବିଶ୍ୱର ତୃତୀୟ ବୃହତ୍‌ ଅଶୋଧିତ ତେଲ ଆମଦାନିକାରୀ ହୋଇଥିବାରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିଲେ ଆମଦାନି ଖର୍ଚ୍ଚ ଓ ମୁଦ୍ରାସ୍ଫୀତି ଉପରେ ଚାପ ପଡ଼ିବା ସହ କମ୍ପାନିଗୁଡ଼ିକର ଲାଭ ପ୍ରଭାବିତ ହୋଇପାରେ। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ମଧ୍ୟ ଦୁର୍ବଳ ହୋଇଛି। ବିଦେଶୀ ନିବେଶକମାନେ ସେୟାର ବିକ୍ରି କରିବାରୁ ସେୟାର ବଜାର ଉପରେ ଏହାର ପ୍ରଭାବ ପଡ଼ିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.