ARTICLE AD BOX
ୱାସିଂଟନ : ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ବୁଧବାର ୩ ଦିନିଆ ଆମେରିକା ଗସ୍ତରେ ୱାସିଂଟନରେ ପହଞ୍ଚିଛନ୍ତି । ତାଙ୍କ ସହ ପତ୍ନୀ ପେଙ୍ଗ୍ ଲିୟୁଆନ୍ ମଧ୍ୟ ଆସିଛନ୍ତି । ଜିନ୍ପିଙ୍ଗ ଦମ୍ପତିଙ୍କୁ ସ୍ବାଗତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ନିଜେ ଜଏଣ୍ଟ ବେସ୍ ଆଣ୍ଡ୍ର୍ୟୁଜ୍ ବିମାନଘାଟିକୁ ଯାଇଥିଲେ । ସାଧାରଣତଃ ବିଦେଶୀ ନେତାଙ୍କୁ ହ୍ବାଇଟ୍ ହାଉସ୍ରେ ଆମେରିକା ରାଷ୍ଟ୍ରପତି ସ୍ବାଗତ କରୁଥିବାରୁ ଟ୍ରମ୍ପଙ୍କ ଏହି ପଦକ୍ଷେପକୁ ବିଶେଷ ମନେ କରାଯାଉଛି । ଦଶନ୍ଧିରୁ ଅଧିକ ସମୟ ପରେ ଜିନ୍ପିଙ୍ଗଙ୍କ ଏହା ପ୍ରଥମ ୱାସିଂଟନ ଗସ୍ତ ।
Laser Weapon in Hormuz: ହର୍ମୁଜରେ ଆମେରିକାର ଲେଜର ଅସ୍ତ୍ର, ଏକ୍ସବକ୍ସ କଣ୍ଟ୍ରୋଲର ଦ୍ବାରା ନିୟନ୍ତ୍ରଣ
ଜିନ୍ପିଙ୍ଗ ଓ ପେଙ୍ଗ୍ ଲିୟୁଆନ୍ ଗୁରୁବାର ହ୍ବାଇଟ୍ ହାଉସ୍ରେ ଔପଚାରିକ ସ୍ବାଗତ ସମାରୋହରେ ଯୋଗ ଦେଇଛନ୍ତି । ଏହାପରେ ଜିନ୍ପିଙ୍ଗ ଓ ଟ୍ରମ୍ପଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ । ଏଥିରେ ବାଣିଜ୍ୟ, କୃତ୍ରିମ ବୁଦ୍ଧିମତ୍ତା, ତାଇୱାନ ଓ ଇରାନ ପ୍ରସଙ୍ଗ ଉଠିପାରେ । ଜିନ୍ପିଙ୍ଗଙ୍କ ସମ୍ମାନରେ ଟ୍ରମ୍ପ ଗୁରୁବାର ସନ୍ଧ୍ୟାରେ ଭବ୍ୟ ରାତ୍ରିଭୋଜନର ଆୟୋଜନ କରିଛନ୍ତି ।
ଶୁକ୍ରବାର ଜିନ୍ପିଙ୍ଗ ଓ ପେଙ୍ଗ୍ ହ୍ବାଇଟ୍ ହାଉସ୍ ଯାଇ ଟ୍ରମ୍ପ ଓ ମେଲାନିଆଙ୍କ ସହ ବ୍ୟକ୍ତିଗତ ଭାବେ ଚା ପିଇବେ । ଜିନ୍ପିଙ୍ଗଙ୍କ ଗସ୍ତ ସମ୍ପର୍କରେ ଆମେରିକା ବିଦେଶମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି, ଆମେରିକା ଓ ଚୀନ୍ ବିଶ୍ବର ଦୁଇ ବୃହତ୍ ଅର୍ଥନୀତି ଏବଂ ସମ୍ଭବତଃ ଦୁଇ ପ୍ରମୁଖ ସାମରିକ ଶକ୍ତି । ତେଣୁ ଦୁଇ ଦେଶର ଶୀର୍ଷ ନେତୃତ୍ବ ମଧ୍ୟରେ ଯୋଗାଯୋଗ ନ ରଖିବା ଦାୟିତ୍ବହୀନତା ହେବ । ଟ୍ରମ୍ପ ମଧ୍ୟ ଜିନ୍ପିଙ୍ଗଙ୍କ ସହ ନିଜ ସମ୍ପର୍କକୁ ନେଇ ସକାରାତ୍ମକ ଟିପ୍ପଣୀ ଦେଇଛନ୍ତି । ଜିନ୍ପିଙ୍ଗଙ୍କୁ ୱାସିଂଟନରେ ଉଚ୍ଚସ୍ତରୀୟ ସମ୍ମାନ ଦିଆଯାଉ ବୋଲି ସେ ଚାହୁଥିବା କହିଛନ୍ତି । ମେଲାନିଆ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବା କହିଛନ୍ତି ।

4 hours ago
2


