ARTICLE AD BOX
ନୂଆଦିଲ୍ଲୀ: ସାତ ତାରିଖରୁ ଆରମ୍ଭ ହେଉଥିବା ସପ୍ତାହରେ ୧୧ଟି ସଂସ୍ଥା ନିଜର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ଜାରି କରିବେ। ରେଣ୍ଟୋମୋଜୋ, କରମତାରା ଇଞ୍ଜିନିୟରିଂ ଓ କାନୋହର ଇଲେକ୍ଟ୍ରିକାଲ୍ସ ଭଳି ସଂସ୍ଥା ଆଇପିଓ ଜରିଆରେ ଷ୍ଟକ୍ ବଜାରରୁ ୭,୦୫୫ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ସବୁ ଆଇପିଓ ସେପ୍ଟେମ୍ବର ୭ରୁ ୧୫ ଭିତରେ ଜାରି ହେବ।
ଅଧିକାଂଶ ଇସ୍ୟୁର ସବ୍ସ୍କ୍ରିପ୍ସନ୍ ମଙ୍ଗଳବାର ଓ ବୁଧବାର ଦିନ ଖୋଲିବ। ଆଇପିଓ ଜାରି କରିବାକୁ ଯାଉଥିବା ଏହି ସମସ୍ତ ୧୧ଟି କମ୍ପାନିର ବଜାର ପୁଞ୍ଜି ପରିମାଣ ୧୦୦ କୋଟି ଡଲାରରୁ କମ୍ ରହିଛି। ଏଥିରୁ ଏହା ଜଣାପଡ଼ୁଛି ଯେ ଛୋଟ କମ୍ପାନିଗୁଡ଼ିକ ନିଜ ପୁଞ୍ଜି ଆବଶ୍ୟକତା ପୂରଣ କରିବାକୁ ଇକ୍ବିଟି ବଜାର ଉପରେ ଅଧିକ ଭରସା କରୁଛନ୍ତି ବୋଲି ୟେସ୍ ସିକ୍ୟୁରିଟିଜ୍ର ମୁଖ୍ୟ ନିବେଶ ଅଧିକାରୀ ରାଜକୁମାର ରାଠି କହିଛନ୍ତି। IPO: ଏସପ୍ତାହରେ ୫ଟି ଆଇପିଓ
ରିଅଲ ଇଷ୍ଟେଟ୍, ଇଞ୍ଜିନିୟରିଂ, ବିନିର୍ମାଣ, ପେମେଣ୍ଟ ଓ ପରିଚୟ ସମାଧାନ ପ୍ରଦାନକାରୀ, ସ୍ପେସିଆଲିଟି କେମିକାଲ୍ ଓ ଅନଲାଇନ୍ ରେଣ୍ଟାଲ କ୍ଷେତ୍ରର କମ୍ପାନିଗୁଡ଼ିକ ଷ୍ଟକ୍ ବଜାରରେ ପ୍ରବେଶ କରିବେ। କମ୍ପାନିଗୁଡ଼ିକ ଯେଉଁ ପାଣ୍ଠି ସଂଗ୍ରହ କରିବେ ତାହାକୁ ବ୍ୟବସାୟ ସମ୍ପ୍ରସାରଣ, ପୁଞ୍ଜି ବ୍ୟୟ, ଋଣ ପରିଶୋଧ, କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବା ଆଦିରେ ବ୍ୟବହାର କରିବେ।

55 minutes ago
1


